ମୁଖ୍ୟ ଖବର ଟ୍ରକ – ପିକଅପ ମୁହାଁମୁହିଁ ଧକ୍କା – ଜଣେ ମୃତ ,ଜଣେ ଗୁରୁତର Angul OnlineOctober 30, 2021October 30, 2021 ଛେଣ୍ଡିପଦା – ଅନୁଗୁଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡା ଥାନା ଅନ୍ତର୍ଗତ ଲକ୍ଷ୍ମିଧରପୁର ନିକଟରେ ଏକ ଟ୍ରକ ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ପିକଅପ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି । ମୃତ ଡ୍ରାଇଭର ଜଣକ ହେଲେ ଜଗତସିଂହପୁର ଜିଲ୍ଲା ଏରୋଡା ଗ୍ରାମର ଅଜୟ କୁମାର ସ୍ୱାଇଁ ଓ ଗୁରୁତର ହେଲପର ଜଣଙ୍କ ବାପୁନି ଦାଶ ବୋଲି ଜଣାପଡିଛି । ସୂଚନା ଅନୁସାରେ ଜଗତସିଂହପୁର ଅଞ୍ଚଳର ଏକ ପିକଅପ ଭ୍ୟାନ ସମ୍ବଲପୁର ଅଞ୍ଚଳରୁ ପନିପରିବା ନେଇ ୫୫ ନଂ ଜାତୀୟ ରାଜପଥରେ ଅନୁଗୁଳ ଆସୁଥିବା ବେଳେ ଅନୁଗୁଳରୁ ସମ୍ବଲପୁର ଯାଉଥିବା ଟ୍ରକ ସହିତ ଜେରେଙ୍ଗ ଦେହୁରୀସାହିର ଲକ୍ଷ୍ମିଧରପୁର ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ପିକଅପ ଚାଳକ ଅଜୟ କୁମାର ସ୍ୱାଇଁଙ୍କର ମୃତ୍ୟୁ ହୋଇଥିବା ବେଳେ ଖଲାସି ବାପୁନି ଦାଶ ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକମାନେ ଜରପଡା ପୁଲିସକୁ ଖବର ଦେବା ସହିତ ଗୁରୁତର ବାପୁନିଙ୍କୁ ଉଦ୍ଧାରକରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଖବର ପାଇ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଛି । Advertisement
ଜଙ୍ଗଲ ମଝିରେ ଲୁଟିନେଲେ ଟଙ୍କା ମୋବାଇଲ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କିସିଣ୍ଡା ଶନି ମନ୍ଦିର ନିକଟସ୍ଥ ଜଙ୍ଗଲରୁ ଗୁରୁବାର ସଂଧ୍ୟାରେ ଜଣେ ମୋଟରସାଇକେଲ ଆରୋହି ଲୁଟର ଶିକାର ହୋଇଥିବା ଜଣା…
ପରିତ୍ୟକ୍ତ କୂଅରୁ ନବଜାତକର ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ପୁରୁଣାପାଣି ଗାଁର ଏକ ପରିତିକ୍ତ କୂଅରୁ ଏକ ନବଜାତକ ଶିଶୁର ମୃତଦେହ ଉଦ୍ଧାର କରା ଯାଇଛି । ସ୍କୁଲ…
ସୋମବାର ଠାରୁ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’ ଖୋଲିବ ଅନୁଗୁଳ – ଚଳିତ ମାସ ୮ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପିତ ହୋଇଥିବା ବିଶ୍ୱସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ…