ମୁଖ୍ୟ ଖବର ଦୁର୍ଘଟଣାରେ ଦୁଇ ମୃତ Angul OnlineJuly 31, 2024July 31, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ତୁବେଠାରେ ଏକ ମୋଟରସାଇକେଲକୁ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଛେଣ୍ଡିପଦା କୋରଡ଼ା ଗାଁର ସାଗର ବେହେରା । ସେ ଏକ ମୋଟରସାଇକେଲରେ ଅନୁଗୁଳ ଆଡକୁ ଯାଉଥିବା ବେଳେ ଅନୁଗୁଳ ପଟରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସାଗରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ଦେଖା ଦେଇଥିବା ବେଳେ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ସେହିପରି ବଇଣ୍ଡା ଲୁହାମୁଣ୍ଡା ନିକଟରେ ଏକ ସଡକ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଦୁର୍ଗାପୁର ଗ୍ରାମ ର ସୁବ୍ରତ ବେହେରା ବୋଲି ଜଣା ପଡିଛି । Advertisement
ଚାଷ କାମ ବେଳେ ଅଘଟଣ – କୂଅରେ ଟ୍ରାକ୍ଟର ପଡି ଜଣେ ମୃତ ଅନୁଗୋଳ – ଚାଷ କାମ କରୁଥିବା ବେଳେ ଅନୁଗୋଳ ଜିଲ୍ଲା ଜାମୁଣ୍ଡା ଗାଁରେ ଅଘଟଣ ଘଟି ଯାଇଛି । ଟ୍ରାକ୍ଟର ସାହାଯ୍ୟରେ ଚାଷ କରୁଥିବା ବେଳେ ଅସାବଧାନତା…
ହାତୀ ଆକ୍ରମଣରେ ଦୁଇ ମୃତ – ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି । ବନ୍ତଳା ବନାଞ୍ଚଳ ତଲଗଡ଼ ଗାଁରେ ହାତି ଆକ୍ରମଣ କରିବା ଫଳରେ…
ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୁତି ବିଭାଗରେ ଅଗ୍ନିକାଣ୍ଡ – ମୁଲ୍ଯବାନ ଯନ୍ତ୍ରାଂଶ ପୋଡି ନଷ୍ଟ ଅନୁଗୋଳ – ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡରେ ଜଳିଗଲା ବହୁ ମୂଲ୍ୟବାନ ଯନ୍ତ୍ରାଂଶ । ସୂଚନା ଅନୁସାରେ ଅନୁଗୋଳ…