ରାଜନୀତି ବିଜେପି ନେଲାବେଳେ ଚତୃର୍ଭୁଜ, ଦେଲାବେଳେ ଖାଲି ହାତ Angul OnlineMay 15, 2024May 15, 2024 ଅନୁଗୁଳ – ଅନୁଗୁଳର ଛେଣ୍ଡିପଦା ଓ ଆଠମଲ୍ଲିକରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, କୁଆଡ଼େ ଗଲା ଆଚ୍ଛେଦିନ ? ପାଣ୍ଡିଆନ ଆହୁରି କହିଛନ୍ତି, ଏମ୍ସିଏଲ ପ୍ରତିବର୍ଷ ଓଡ଼ିଶାରୁ କୋଇଲା ବାବଦକୁ ୨୫ ରୁ୨୭ ହଜାର କୋଟି ଟଙ୍କା ପାଉଛି, ଓଡ଼ିଶାକୁ ଦେଉଛି ମାତ୍ର ୪ ହଜାର କୋଟି । ଅନ୍ୟପଟେ, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେପି କହିଥିଲା ଧାନର ସର୍ବନିମ୍ନ ସହାୟକ ମୁଲ୍ୟକୁ ଦୁଇ ଗୁଣ କରିବେ, ତେଲ ଦର କମାଇବେ, ଏଲ୍ପିଜି ଦର କମାଇବେ, ପେଟ୍ରୋଲ, ଡିଜେଲ ଦର କମାଇବେ, ୧୦ ବର୍ଷ ମଧ୍ୟରେ କମାଇଲେ କି ? ଏବେ ନିର୍ବାଚନ ଆସିଲା ମା’ମାନଙ୍କୁ, ଚାଷୀମାନଙ୍କୁ ମନେ ପକାଉଛନ୍ତି । ସେ ନାଁ ନନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ସେ ଚାହିଁଥିଲେ ଛେଣ୍ଡିପଦା ଓ ଦେବଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଥାନ୍ତେ, ଖୋଲିଲେ କି ? କେନ୍ଦ୍ରମନ୍ତ୍ରୀ ଆପଣଙ୍କ ସ୍ୱାର୍ଥରକ୍ଷା ପାଇଁ କେବେ ବି ଲଢ଼ିନାହାନ୍ତି କି ଲଢ଼ିପାରିବେ ନାହିଁ ? ଏ ମାଟିର ସ୍ୱରକୁ କେବେ ବି କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚାଇ ନାହାନ୍ତି ? କେନ୍ଦ୍ରରେ ତୈଳମନ୍ତ୍ରୀ ଥିବାବେଳେ ପ୍ରତି ୩ ମାସକୁ ଥରେ ତାଙ୍କ ଦସ୍ତଖତରେ ତେଲ ଏବଂ ୨ ମାସରେ ଥରେ ଏଲ୍ପିଜି ଦର ବୃଦ୍ଧି କରାଗଲା, କ୍ଷମତା ପାଇଲେ ଏଲ୍ପିଜି ଦର ପୁଣି ବୃଦ୍ଧି କରିବେ । ତାଙ୍କ ଦସ୍ତଖତ ମା’ ମାନଙ୍କ ଆଖିରେ ଲୁହ ଦେଇଛି, କଷ୍ଟ ଦେଇଛି, ମା’ ମାନେ ତାଙ୍କୁ କ୍ଷମା କରିବେ କି ? ବୋଲି ଜନତାଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ସେ ଆହୁରି କହିଛନ୍ତି ତାଙ୍କ ବସ୍ ଙ୍କ ସାମ୍ନାରେ ସେ ମୁହଁ ଖୋଲି ପାରିବେ ନାହିଁ, କ୍ଷମତା ପାଇଲେ ମିଶନ ଶକ୍ତି ବନ୍ଦ କରିଦେବେ । ସେମାନଙ୍କ ଅସଲ ଚେହେରାକୁ ଭଲ ଭାବରେ ଚିହ୍ନି ରଖନ୍ତୁ । ଏବେ ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ ବୋଲି କହିଲା ପରେ ବିଜେପିର ନିଦ ଭାଙ୍ଗି ଯାଇଛି, ସେମାନେ କହୁଛନ୍ତି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ, ଏଥିପାଇଁ ଆପଣଙ୍କୁ ୪୦ ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ଦିନରେ ଲଣ୍ଠନ ଦେଖାଉଛି ବିଜେପି ବୋଲି ପାଣ୍ଡିଆନ କହିଛନ୍ତି । ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶ୍ରିବାଦ କରନ୍ତୁ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବ ଦିନ ମାଗଣା ବିଜୁଳି, ସମସ୍ତଙ୍କୁ ବିଏସକେୱାଇ କାର୍ଡ, ମିଶନ ଶକ୍ତି ମା ମାନଙ୍କୁ ପେନସନ ଯୋଜନା ପାଇଁ ଦସ୍ତଖତ କରିବେ ବୋଲି କହିଥିଲେ l ଏଥି ସହିତ ଲୋକେ ଟଙ୍କା ଦେଇ ସୋଲାର ଲଗାଇବେ ତାକୁ ପୁଣି ବିକିବେ ଯାହା ଦିନରେ କେନ୍ଦ୍ର ଲଣ୍ଠନ ଦେଖାଉଛି ବୋଲି କହିଥିଲେ l ଉଭୟ ସଭାରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିବା ବେଳେ ଛେଣ୍ଡିପଦାରେ ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା ଓ ଆଠମଲ୍ଲିକରେ ବିଧାୟକ ନଳିନୀ ପ୍ରଧାନ ଉପସ୍ଥିତ ଥିଲେ । ଉଭୟ ସଭାରେ ପ୍ରାୟ ୩୦ ହଜାର ରୁ ଊର୍ଦ୍ଧ୍ଵ ଲେଖାଏଁ ଲୋକ ଉପସ୍ଥିତ ଥିଲେ । Advertisement
ଓଡିଶାରେ ନୂଆ ୧୦ଟି ମେଡିକାଲ କଲେଜ ନିର୍ମାଣ ହେବ – କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ବେଳେ ସୂଚନା ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅନୁଗୁଳ ଗସ୍ତରେ ଆସିଛନ୍ତି । ଅପରାହ୍ନରେ ସେ ଅନୁଗୁଳ ପହଞ୍ଚି…
ବିଜେପିର ମଣ୍ଡଳ ସଭାପତି ତାଲିକା ହେଲା ଘୋଷଣା , କିଏ ହେବ ଜିଲ୍ଲା ସଭାପତି ? ଅନୁଗୁଳ – ବିଜେପିର ସଂଗଠନ ପର୍ବରେ ଅନୁଗୁଳ ଜିଲ୍ଲାର ୩୧ ଟି ମଣ୍ଡଳରୁ ୨୭ ଟି ମଣ୍ଡଳର ସଭାପତି ନିର୍ବାଚିତ ହୋଇଥିବା ନେଇ ରାଜ୍ୟ ବିଜେପିର ନିର୍ବାଚନ…
ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ବେଳେ କଳା ପତାକା ପ୍ରଦର୍ଶନ – ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଅଟକ ଅନୁଗୁଳ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଅନୁଗୁଳରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।…