ମୋଟରସାଇକେଲ ଦୁର୍ଘଟଣା ନେଲା ଦୁଇ ସାଙ୍ଗଙ୍କ ଜୀବନ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବଉଳିଗଡ଼ ଗ୍ରାମ ମନୁ ଛକ ନିକଟରେ ମୋଟରସାଇକେଲ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ହେଲେ ହିନ୍ଦୋଳ ବ୍ଲକ ଆମନା ଗ୍ରାମର ଅନିଲ ପ୍ରଧାନ ଓ କଲଣ୍ଡା ଗ୍ରାମର ଶାନ୍ତନୁ ବେହେରା ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ , ଅନିଲ ଓ ଶାନ୍ତନୁ ଉଭୟ ତାଳଚେର ଅଞ୍ଚଳରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଉଭୟ ଆଜି ଗୋଟିଏ ମୋଟରସାଇକେଲ ଘରକୁ ଯାଉଥିବା ବେଳେ ମନୁଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପିଟି ହୋଇଥିଲେ । ଯାହା ଫଳରେ ଗୁରୁତର ଅବସ୍ଥାରେ ଲଡିଥିବା ବେଳେ ସ୍ଥାନୀୟ ଲୋକମାନେ ଅଟୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page