ଆଞ୍ଚଳିକ କୋଲ ୱାସେରିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ Angul OnlineFebruary 24, 2023February 24, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଘଣ୍ଟପଡ଼ା ଠାରେ ଥିବା ଗ୍ଲୋବାଲ କୋଲ ୱାସେରିକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୋଟିଏ ଗୋଷ୍ଠୀ ପ୍ଲାଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରି ପ୍ଲାଣ୍ଟ ସେହିଠାରେ ରହୁବୋଲି ଦାବି କରିଥିଲେ । ସୂଚନା ଅନୁସାରେ ଗ୍ଲୋବାଲ କୋଲ ୱାସେରିରୁ ଉଡୁଥିବା ଧୂଳିକୁ ନେଇ ଆଖପାଖ ପଞ୍ଚାୟତରେ ଜନ ଅସନ୍ତୋଷ ଦେଖାଦେଇଥିଲା । ଯାହାକୁ ନେଇ ଘଣ୍ଟପଡ଼ା ପଞ୍ଚାୟତର ମହିଳାମାନେ ଏହି ଗ୍ଲୋବାଲ କୋଲ ୱାସେରିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ପ୍ଲାଣ୍ଟ ସମ୍ମୁଖ ରେ ଧାରଣା ଦେଇଥିଲେ । ଅନ୍ୟପଟେ ଏଠାରେ କାର୍ଯ୍ୟ କରୁଥିବା ଘଣ୍ଟପଡା ସହ ଆଖପାଖ ପଞ୍ଚାୟତର ଶ୍ରମିକମାନେ ମଧ୍ୟ ପ୍ଲାଣ୍ଟ ସ୍ଥାନାନ୍ତରିତ ନହେବା ନେଇ ଧାରଣା ଦେଇଥିଲେ । ଏହି ପ୍ଲାଣ୍ଟଟି ଏହିଠାରୁ ଅନ୍ୟତ୍ର ସ୍ଥାନାନ୍ତର ହେଲେ ଅନେକ ଶ୍ରମିକ ନିଜର ନିଜର ଜୀବିକା ହରାଇବା ସହ ପରିବାର ପ୍ରତିପୋଷଣ କରି ପାରିବେ ନାହିଁ ବୋଲି ଶ୍ରମିକ ମାନଙ୍କ ପକ୍ଷରୁ କୁହାଯାଇଥିଲା । ଏଭଳି ମୁହାଁମୁହିଁ ପରିସ୍ଥିତି ଦେଖି ପ୍ରାୟ ୨ ପ୍ଲାଟୁନ ଫୋର୍ସ ମୃତୟନ କରା ଯାଇଥିଲା । ପରେ ପୁଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ଏକ ତ୍ରିପାକ୍ଷିକ ଆଲୋଚନା ପରେ ସମାଧାନ କରାଯିବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । Advertisement
ଜନଶୂନ୍ୟ ଗାଁ ‛କୁରୁଡୁ’ – ଷାଠିଏ ପରିବାରରୁ ଆଉ ଅଛନ୍ତି ଆଉ ଚାରି ବନ୍ତଳା – ଏକଦା ଗାଁ ଦାଣ୍ଡରେ ଲାଗିରହୁଥିଲା ଗହଳିଚହଳି । ସକାଳୁ ଚଷା ପୁଅ ନିଜର ହଳଲଙ୍ଗଳ ଧରି କ୍ଷେତକୁ ବାହାରି ଯାଉଥିଲା । ମେଳା ମହୋତ୍ସବରେ…
ରାଜ୍ୟ ଅଭିଭାବକ ମହାସଂଘର ନୂତନ କର୍ମକର୍ତ୍ତା ଚୟନ ଅନୁଗୁଳ – ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଓଡିଶା ଅଭିଭାବକ ମହାସଂଘ ଦୀର୍ଘଦିନରୁ ପ୍ରଭାବୀ ଢଙ୍ଗରେ ଲଢେଇ କରିଆସୁଛି । ଆଗାମୀ ଦିନରେ ସାରା ରାଜ୍ୟରେ ଶିକ୍ଷାର…
ଟ୍ରାକ୍ଟର ଓଲଟି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସ ଗାଁରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ବତିଷ୍ଠ ପଟନାୟକ…