ଆଞ୍ଚଳିକ କୋଲ ୱାସେରିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ Angul OnlineFebruary 24, 2023February 24, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଘଣ୍ଟପଡ଼ା ଠାରେ ଥିବା ଗ୍ଲୋବାଲ କୋଲ ୱାସେରିକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୋଟିଏ ଗୋଷ୍ଠୀ ପ୍ଲାଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରି ପ୍ଲାଣ୍ଟ ସେହିଠାରେ ରହୁବୋଲି ଦାବି କରିଥିଲେ । ସୂଚନା ଅନୁସାରେ ଗ୍ଲୋବାଲ କୋଲ ୱାସେରିରୁ ଉଡୁଥିବା ଧୂଳିକୁ ନେଇ ଆଖପାଖ ପଞ୍ଚାୟତରେ ଜନ ଅସନ୍ତୋଷ ଦେଖାଦେଇଥିଲା । ଯାହାକୁ ନେଇ ଘଣ୍ଟପଡ଼ା ପଞ୍ଚାୟତର ମହିଳାମାନେ ଏହି ଗ୍ଲୋବାଲ କୋଲ ୱାସେରିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ପ୍ଲାଣ୍ଟ ସମ୍ମୁଖ ରେ ଧାରଣା ଦେଇଥିଲେ । ଅନ୍ୟପଟେ ଏଠାରେ କାର୍ଯ୍ୟ କରୁଥିବା ଘଣ୍ଟପଡା ସହ ଆଖପାଖ ପଞ୍ଚାୟତର ଶ୍ରମିକମାନେ ମଧ୍ୟ ପ୍ଲାଣ୍ଟ ସ୍ଥାନାନ୍ତରିତ ନହେବା ନେଇ ଧାରଣା ଦେଇଥିଲେ । ଏହି ପ୍ଲାଣ୍ଟଟି ଏହିଠାରୁ ଅନ୍ୟତ୍ର ସ୍ଥାନାନ୍ତର ହେଲେ ଅନେକ ଶ୍ରମିକ ନିଜର ନିଜର ଜୀବିକା ହରାଇବା ସହ ପରିବାର ପ୍ରତିପୋଷଣ କରି ପାରିବେ ନାହିଁ ବୋଲି ଶ୍ରମିକ ମାନଙ୍କ ପକ୍ଷରୁ କୁହାଯାଇଥିଲା । ଏଭଳି ମୁହାଁମୁହିଁ ପରିସ୍ଥିତି ଦେଖି ପ୍ରାୟ ୨ ପ୍ଲାଟୁନ ଫୋର୍ସ ମୃତୟନ କରା ଯାଇଥିଲା । ପରେ ପୁଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ଏକ ତ୍ରିପାକ୍ଷିକ ଆଲୋଚନା ପରେ ସମାଧାନ କରାଯିବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । Advertisement
ବିଶ୍ବ ଫାର୍ମାସିଷ୍ଟ ଦିବସରେ ଫାର୍ମାସିଷ୍ଟଙ୍କ ପାଞ୍ଚ ଦଫା ଦାବି ଅନୁଗୁଳ – ଓଡ଼ିଶା ପଞ୍ଜୀକୃତ ଫାର୍ମାସିଷ୍ଟ ମହାସଂଘ ଅନୁଗୋଳ ଶାଖା ତରଫରୁ ଭୋଜନ ବାହାର ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ଫାର୍ମାସିଷ୍ଟ ଦିବସ -୨୦୨୫ ପାଳିତ ହୋଇଯାଇଛି…
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଏବଂ ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା…
ଇକୋ ପାର୍କ ସମେତ ଅନ୍ୟାନ୍ୟ ପାର୍କର ହେବ ନବୀକରଣ ଅନୁଗୁଳ – ଅନୁଗୁଳ ସହର ଶିକ୍ଷାକପଡ଼ାରେ ଥିବା ଇକୋ ପାର୍କ ଆଜି ଜିଲ୍ଲାପାଳ ଅବଦୁଲ ଅଖତାର ବୁଲି ଦେଖିଛନ୍ତି । ବିଗତ କିଛି ବର୍ଷ ହେଲା ଉଜୁଡି…