ମୁଖ୍ୟ ଖବର ହ୍ୟାଣ୍ଡକପ ପକାଇ ଅଭିଯୁକ୍ତକୁ ରାସ୍ତାରେ ଚଳାଇ ନେଲା ପୁଲିସ Angul OnlineFebruary 24, 2023February 24, 2023 ଛେଣ୍ଡିପଦା – ଅଭିଯୁକ୍ତକୁ ହାତକଡୀ ପକାଇ ରାସ୍ତାରେ ଚଳାଇ ଚଳାଇ ଆଣିଲା ପୁଲିସ । କିଛି ବାଟ ଆଣିବା ପରେ ଛକ ଉପରେ ଗାଡି ଅପେକ୍ଷାରେ ବସି ରହିଲେ । ହେଲେ ଅଭିଯୁକ୍ତ ହାତରେ ସେମିତି ହାତକଡୀ ପକେଇ ରଖିଥିଲେ । ତାପୁଣି ଜନଗହଳିପୂର୍ଣ୍ଣ ଛକ ଉପରେ । ଏପରିକି ତାଙ୍କର ମା’ଙ୍କ ଉପସ୍ଥିତିରେ । ଯାହାକି ମାନବାଧିକାର କ୍ଷୁର୍ଣ୍ଣ କରୁଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମା ଠାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳର ଜଣେ ଯୁବକ ନାମରେ ୨୦୨୦ ମସିହାରେ ୩୦୭ ଦଫାରେ ଏକ ମାମଲା ହୋଇଥିଲା । ହେଲେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ ଦୀର୍ଘ ଦିନ ହେବ ଗିରଫ କରି ନଥିଲା । ଏ ନେଇ ଅଦାଲତ ପକ୍ଷରୁ ଜିଆର କେସ ନଂ-୪୮୦/୨୦ରେ ଅଭିଯୁକ୍ତଙ୍କ ନାମରେ ୱାରେଣ୍ଟ ଜାରୀ ହୋଇଥିଲା । ଏ ନେଇ ବାଗଡିଆ ଥାନା ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଛେଣ୍ଡିପଦା କୋର୍ଟରେ ହାଜିରା ପରେ ମାନବିକତା ଭୁଲିଗଲା ବାଗଡିଆ ଥାନା ପୁଲିସ । ଅଭିଯୁକ୍ତଙ୍କୁ ଜେଲକୁ ନେବା ବେଳେ ଅଭାବନୀୟ ଦୃଶ୍ୟ ଦେଖା ଯାଇଥିଲା । ପୁଲିସ ସମ୍ପୁକ୍ତ ଯୁବକଙ୍କ ହାତରେ କଡା ପକାଇ ଅଦାଲତରୁ ପ୍ରାୟ ୩୦୦ ମିଟର ଚଳାଇ ଚଳାଇ ରାଜ୍ୟପଥର ଛେଣ୍ଡିପଦା ତହସିଲ ଛକରେ ପହଞ୍ଚିଥିଲା । ସେଠାରେ ଜନଗହଳି ବଜାର ଉପରେ ବସାଇ ଗାଡିକୁ ଅପେକ୍ଷା କରିଥିଲା । ହେଲେ ପୋଲିସ ହାତକଡ଼ିକୁ ଖୋଲିବା କିମ୍ବା ଘୋଡାଇ ରଖିବା ଭୁଲି ଯାଇଥିଲା । ଫଳରେ ରାସ୍ତାରେ ଯିବାଆସିବା କରୁଥିବା ଲୋକ ସମ୍ପୃକ୍ତ ଯୁବକଙ୍କୁ ବୁଲି ବୁଲି ଚାହୁଁଥିଲେ । ଯାହାକି ସମ୍ପୂର୍ଣ୍ଣ ଭାବରେ ମାନବାଧିକାର ଉଲ୍ଲଂଘନ କରୁଛି । ଯାହାକୁ ନେଇ ବୁଦ୍ଧିଜିବି ମାନେ ପୁଲିସର ଏପରି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି । ଏ ନେଇ ଅନୁଗୋଳ ଆରକ୍ଷି ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ପଚାରିବାରୁ ଏସମ୍ପର୍କରେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ । Advertisement
ସ୍କୁଲରେ ଖେଳୁଥିବା ବେଳେ ବଜ୍ରଘାତରେ ସପ୍ତମ ଶ୍ରେଣୀ ଛାତ୍ର ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଘୋଷର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି(ଗୁରୁବାର) ଅପରାହ୍ନରେ ଏକ ଅଘଟଣ ଘଟି ଯାଇଛି । ସ୍କୁଲ ପରିସରରେ ଖେଳୁଥିବା…
ଦୁର୍ଘଟଣାରେ ଅବକାରୀ ବିଭାଗ ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବିରବରପଲ୍ଲିଠାରେ ଏକ ସଡକ ଦୁର୍ଘଟଣାରେ ଅବକାରୀ ବିଭାଗର ଜଣେ କର୍ମଚାରୀ ପ୍ରାଣ ହରାଇଛନ୍ତି । ମୃତ କର୍ମଚାରୀଙ୍କ ନାମ ମଧୁସୂଦନ…
ବନବିଭାଗରେ ଭିଜିଲାନ୍ସର ଛାନଭିନ – ଖୋଜୁଛି ବାଉଁଶ ବୁଦା ଅନୁଗୁଳ – ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଅ ଯାଇଛି । ବାଉଁଶ ପୂର୍ଣ୍ଣଜନନ ରେ ହେରଫେର ନେଇ…