ମୁଖ୍ୟ ଖବର ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା – ୧ ମୃତ ୪ ଆହତ Angul OnlineAugust 5, 2021August 5, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ତଳମୂଳ ରାସ୍ତାର କାଦୁଛକ ନିକଟ ଆଜି ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ମହୀଧରପୁର ଆଡୁ ନୂଆହତା ଆଡକୁ ଯାଉଥିବା ଏକ ମୋଟରସାଇକେଲରେ ନୂଆହତା ଗ୍ରାମର ସିପୁନ ଧୀର ଓ ସୁବାସ ସାହୁ ଯାଉଥିବା ବେଳେ ତଳମୂଳ ଗ୍ରାମର ଲୁଲୁ କିଶୋର ବେହେରା, ଭାବଗ୍ରାହୀ ବେହେରା, ଉମାଶାଙ୍କର ବେହେରା ତଳମୂଳ ପଟରୁ ମହୀଧରପୁରକୁ ମୋଟରସାଇକେଲରେ ଯାଉଥିଲେ । ତେବେ କାଦୁଚ୍ଛକ ନିଆକତରେ ଉଭୟ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଲୁଲୁ କିଶୋର ବେହେରାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ମୃତାହତ ମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ପ୍ରାୟ ଏକ ଘଣ୍ଟା ଧରି ତଳମୂଳ ମହୀଧରପୁର ରାସ୍ତା ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଘଟଣା ସ୍ଥଳରେ ମହୀଧରପୁର ଫାଣ୍ଡି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଗାଡି ଚଳାଚଳ ସ୍ଵଭାବିକ ହୋଇଥିଲା । Advertisement
ଗାଁ ମୁଣ୍ଡରେ ହାତୀପଲଙ୍କୁ ଜଗିବେ ମହୁମାଛି ଭୁବନେଶ୍ବର – ହାତୀ-ମଣିଷ ଲଢ଼େଇରେ ଅଙ୍କୁଶ ଲଗାଇବା ପାଇଁ ନୂଆଁ ଯୋଜନା ଆରମ୍ଭ ହେବ । ହାତୀ ଗାଁମୁହାଁ ହେଲେ ସେମାନଙ୍କ ବାଟ ଓଗାଳିବେ ମହୁମାଛି ।…
ବଜ୍ରପାତରେ ଜଣେ ମୃତ , ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼ହିଂସ ଗାଁରେ ଆଜି ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ…
ଟ୍ରେନରୁ ପଡି ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବେଣାଗାଡ଼ିଆ ନିକଟରେ ଚଳନ୍ତା ଟ୍ରେନରୁ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କେନ୍ଦ୍ରାପଡା ଅଞ୍ଚଳର ଛବିନ୍ଦ୍ର କୁମାର ଗୋଛୟତ…