ମୁଖ୍ୟ ଖବର ଦୁଇ ମୋଟରସାକେଲ ମୁହାଁମୁହିଁ ଧକ୍କା – ଜଣେ ମୃତ , ୩ ଗୁରୁତର Angul OnlineNovember 26, 2021November 26, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ସାନ୍ତରାପୁର ଛକ ଠାରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ମରାତିରା ଗ୍ରାମର ସୁବ୍ରତ ବିଶ୍ୱାଳ । ଆହତ ମାନେ ହେଲେ ଡେରଜାଙ୍ଗ ଦେହୁରୀସାହିର ଗୋବିନ୍ଦ ସାହୁ , ଜେରେଙ୍ଗର ବିକାଶ ସାହୁ ଓ ରାଉତାଳ ଗାଁର ବାସୁଦେବ ସାହୁ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ବିକାଶ ସାହୁ ଓ ଗୋବିନ୍ଦ ସାହୁ କୌଣସି କାମରେ ଅନୁଗୁଳରୁ ମୋଟରସାଇକେଲରେ ଘରକୁ ଫେରୁଥିଲେ । ବିପରୀତ ଦିଗରେ ଜିନ୍ଦଲରୁ ଡ୍ୟୁଟି ସାରି ବାସୁଦେବ ଓ ସୁବ୍ରତ ଘରକୁ ମଟର ସାଇକେଲରେ ଫେରୁଥିବା ବେଳେ ସାନ୍ତରାପୁର ଛକ ଠାରେ ଉଭୟଙ୍କର ମୁହାଁମୁହିଁ ଧକ୍କା ହୋଇଥିଲେ । ଘଟଣା ସ୍ଥଳରେ ୪ ଜଣ ଗୁରୁତର ହୋଇ ରାସ୍ତା ଉପରେ ପଡି ରହିଥିଲେ । ସେହି ସମୟରେ ସ୍ଥାନୀୟ ଡ୍ରାଭର ସଂଘର ସଦସ୍ୟ ମାନେ ଗୁରୁତର ମାନଙ୍କୁ ଉଦ୍ଧାରକରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ସୁବ୍ରତ ବିଶ୍ୱାଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଗୁରୁତର ଆହତ ମାନଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରା ଯାଇଛି । ଖବର ପାଇ ଜରପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି । Advertisement
ହାଇୱା ଧକ୍କାରେ ଭାଇ ମୃତ , ଭଉଣୀ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ସ୍କୁଲ ସାହିଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର…
ହିଙ୍ଗୁଳା ମନ୍ଦିର ନିର୍ମାଣରେ ଅର୍ଥ ହେରଫେର ଖବର ମିଥ୍ୟା – ଉପଜିଲ୍ଲାପାଳ ତାଳଚେର – ଗତ ନଭେମ୍ବର ମାସ ୧୦ ତାରିଖ ରାତି ୧୦.୩୦ ମିନିଟ୍ ରେ ଓଟିଭି ଚାନେଲରେ ମା’ ହିଙ୍ଗୁଳା ମନ୍ଦିର ଉପରେ “ଯୋଜନାର ନା ହରିଲୁଟ”…
ଗଛ କଟା ପାଇଁ କାନ୍ଦିଲେ ରେଞ୍ଜର – ଲଣ୍ଡା ହୋଇ ଶୁଦ୍ଧିକ୍ରିୟା କଲେ ପରିବେଶପ୍ରେମୀ ଛେଣ୍ଡିପଦା – ସରକାର ମା ପାଇଁ ଗଛଟିଏ ନାରା ଦେଉଥିବା ବେଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ କୋଇଲା ଖଣି ନିମନ୍ତେ ଗଛ କଟା ଯିବାକୁ ପ୍ରସ୍ତୁତି…