ଅପରାଧ ଦୁଇ ଚନ୍ଦନ ଗଛ ଚୋର ଗିରଫ – ଚନ୍ଦନ କାଠ ଜବତ Angul OnlineJune 23, 2022June 23, 2022 ଅନୁଗୁଳ – ଅନୁଗୁଳ ଡିଆଇଜିଙ୍କ ସରକାରୀ ବାସଭବନରେ ଥିବା ଏକ ଚନ୍ଦନ ଗଛକୁ କାଟି ସୋମବାର ଚୋରି ଉଦ୍ୟମ ହୋଇଥିଲା । ଏହା ଜଣାପଡ଼ିବା ପରେ ପୁଲିସ ଏକ ମାମଲା ରୁଜୁକରି ତନାଘନା ଚଳାଇ ଥିଲା । ଶେଷରେ ଆଜି ଅନୁଗୁଳ ପୁଲିସ ୨ ଜଣ ଚନ୍ଦନକାଠ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଡିଆଇଜିଙ୍କ ସରକାରୀ ବାସଭବନରେ ଚନ୍ଦନ ଗଛ ଚୋରୀ ଉଦ୍ୟମ ପରେ ପୁଲିସ ଅନୁଗୁଳ ସଦର ଥାନା ଅନ୍ତର୍ଗତ ରନ୍ତଲେଇରେ ଥିବା ଜାଜାବର ବସ୍ତିରେ ଚଢ଼ାଉକରିଥିଲା । ଚଢାଉ ବେଳେ ସେଠାରୁ ସେଠାରୁ ୧୧ ଖଣ୍ଡ ଚନ୍ଦନ କାଠ ଜବତ ହୋଇଥିଲା । ଚନ୍ଦନ ଗଛ ଚୋରୀ ଅଭିଯୋଗରେ ପୁଲିସ ସହ ଭିଡ଼େ ପାର୍ଦ୍ଧୀ ଓ ଶେଖର ପାର୍ଦ୍ଧୀକୁ ଗିରଫ କରିଥିଲା । ଏହା ସହ ସେମାନଙ୍କ ନିକଟରୁ ତିନୋଟି ମୋଟରସାଇକେଲ ମଧ୍ୟ ଜବତ କରା ଯାଇଛି । ସେମାନଙ୍କ ସହ ସାମିଲ ଥିବା ଅନ୍ୟ ୨ ଜଣ ଫେରାର ହୋଇଯାଇଥିବା ଜଣା ପଡିଛି । Advertisement
ପ୍ଲାଷ୍ଟିକ ଗୋଟାଳି କରିଥିଲା ଏଟିଏମ ଲୁଟ ଉଦ୍ୟମ – ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଲୁଟେରାକୁ ଗୁରୁବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଗତ ୩୧…
ମାଡପିଟ ଅଭିଯୋଗରେ ସରପଞ୍ଚ ଗିରଫ ତାଳଚେର – ଅନୁଗୁଳ ତାଳଚେର ବ୍ଲକ ଅନ୍ତର୍ଗତ କୋଲିୟରୀ ଥାନା ନିକଟସ୍ଥ ଡେରା ପଞ୍ଚାୟତ ସରପଞ୍ଚ ଗୀତିଶ ପ୍ରୀତିଶ ପ୍ରଧାନ ସେହି ଅଞ୍ଚଳର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ…
ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅନ୍ତର୍ଗତ କଣଲୋଇରୁ କୋଡାନାଳି ଯାଇଥିବା ରାସ୍ତାର ନୁହୁରାଣୀ ନାଳ ନିିକଟରେ ଏକ ମହୁଲ ଗଛ ମୁଳରୁ ଅଜଣା ଯୁବକଙ୍କ…