ଅପରାଧ ଦୁଇ ଚନ୍ଦନ ଗଛ ଚୋର ଗିରଫ – ଚନ୍ଦନ କାଠ ଜବତ Angul OnlineJune 23, 2022June 23, 2022 ଅନୁଗୁଳ – ଅନୁଗୁଳ ଡିଆଇଜିଙ୍କ ସରକାରୀ ବାସଭବନରେ ଥିବା ଏକ ଚନ୍ଦନ ଗଛକୁ କାଟି ସୋମବାର ଚୋରି ଉଦ୍ୟମ ହୋଇଥିଲା । ଏହା ଜଣାପଡ଼ିବା ପରେ ପୁଲିସ ଏକ ମାମଲା ରୁଜୁକରି ତନାଘନା ଚଳାଇ ଥିଲା । ଶେଷରେ ଆଜି ଅନୁଗୁଳ ପୁଲିସ ୨ ଜଣ ଚନ୍ଦନକାଠ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଡିଆଇଜିଙ୍କ ସରକାରୀ ବାସଭବନରେ ଚନ୍ଦନ ଗଛ ଚୋରୀ ଉଦ୍ୟମ ପରେ ପୁଲିସ ଅନୁଗୁଳ ସଦର ଥାନା ଅନ୍ତର୍ଗତ ରନ୍ତଲେଇରେ ଥିବା ଜାଜାବର ବସ୍ତିରେ ଚଢ଼ାଉକରିଥିଲା । ଚଢାଉ ବେଳେ ସେଠାରୁ ସେଠାରୁ ୧୧ ଖଣ୍ଡ ଚନ୍ଦନ କାଠ ଜବତ ହୋଇଥିଲା । ଚନ୍ଦନ ଗଛ ଚୋରୀ ଅଭିଯୋଗରେ ପୁଲିସ ସହ ଭିଡ଼େ ପାର୍ଦ୍ଧୀ ଓ ଶେଖର ପାର୍ଦ୍ଧୀକୁ ଗିରଫ କରିଥିଲା । ଏହା ସହ ସେମାନଙ୍କ ନିକଟରୁ ତିନୋଟି ମୋଟରସାଇକେଲ ମଧ୍ୟ ଜବତ କରା ଯାଇଛି । ସେମାନଙ୍କ ସହ ସାମିଲ ଥିବା ଅନ୍ୟ ୨ ଜଣ ଫେରାର ହୋଇଯାଇଥିବା ଜଣା ପଡିଛି । Advertisement
ମହିଳା ବ୍ଯବସୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍ ଅନୁଗୋଳ – ଅନୁଗୋଳ ସହରରେ ଲୁଟ୍ , ଛିନତାଇର ଆତଙ୍କ ଧିରେ ଧିରେ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଜିଲ୍ଲାର କେଉଁଠି ନା କେଉଁଠି ଏଭଳି…
କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡାଇ ଗୋଡାଇ ଧରିଲା ବନ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କୋଶଳା ଗ୍ରାମ ନିକଟରେ ଗତକାଲି ରାତ୍ରୀ ୩ ଟା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଛେଣ୍ଡିପଦା…
୧୭ ଗ୍ରାମ ବ୍ରାଉନସୁଗାର ଜବତ – ୫ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ପୁଲିସ ଆଜି ଦୁଇଟି ଭିନ୍ନ ଭିନ୍ନ ଜାଗାରୁ ପ୍ରାୟ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ…