ଛୁରା ମାଡରେ ଦୁଇ ଗୁରୁତର – ଜଣେ ଆହତ

ଅନୁଗୁଳ – ଅନୁଗୁଳ ଥାନା କୁମଣ୍ଡ ଚଣ୍ଡୀବଜାର ନିକଟରେ ଆଜି (ଗୁରୁବାର) ରାତି ପ୍ରାୟ ୯ ବେଳେ ଦୁବୃତ୍ତଙ୍କ ଛୁରା ମାଡରେ ୨ ଜଣ ଗୁରୁତର ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି ସୂଚନା ଅନୁସାରେ ଅନୁଗୁଳ ହେମସୁରପଡାର ୫ ଯୁବକ ଚଣ୍ଡୀବଜାର ଠାରେ ଥିବା ଏକ ଢାବାକୁ ଖାଇବାକୁ ଯାଇଥିଲେ ସେଠାରୁ ଖାଇ ଛକ ନିକଟରେ ଛିଡା ହୋଇଥିବା ବେଳେ ସେଠାରେ ଥିବା ଦୁଇଜଣ ଯୁବକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ ଏହାକୁ ନେଇ ଉଭୟଙ୍କ ମାଧରେ ଯୁକ୍ତି ତର୍କ ହୋଇଥିଲା ଏହି ଯୁକ୍ତିତର୍କ ବେଳେ ଗାଳି କରୁଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ହଠାତ ଏକ ପେପର କଟା ଛୁରି କାଢି ଏହି ୫ ଜଣଙ୍କୁ ଆକ୍ରମଣ କରିଥିଲା ଛୁରି ରଞ୍ଜନ ବେହେରା , ସୁନୀଲ ବସା ନାମକ ଦୁଇ ଜଣ ଯୁବକଙ୍କ ପେଟରେ ବାଜିଥିବା ଯୋଗୁଁ ସେମାନେ ଗୁରୁତର ଅବସ୍ଥାରେ ପଡି ଯାଇଥିଲେ ଏହି ଦୁବୃତ୍ତଙ୍କ ଆକ୍ରମଣରେ ରବି ନାରାୟଣ ଜେନା ନାମକ ଆଉ ଜଣେ ଯୁବକ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ଦୁଇ ଦୁବୃତ୍ତ ଆକ୍ରମଣ ପରେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଆହତ ମାନଙ୍କୁ ଅନ୍ୟ ସହଯୋଗୀ ମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page