ଅପରାଧ ଦୁଇ ଚୋରୀ ଟ୍ରକ୍ ଉଦ୍ଧାର – ୫ ଗିରଫ Angul OnlineJune 10, 2021June 10, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଚୋରୀ ହୋଇଥିବା ଦୁଇଟି ଟ୍ରକ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ଏପ୍ରିଲ ୧୨ତାରିଖ ରାତି ୮ ଟା ସମୟରେ ବିଜୟ କୁମାର ଦାସଙ୍କ ଟ୍ରକ ଡ୍ରାଇଭର ଲିଙ୍ଗରାଜ ରୋଡରେ ଟ୍ରକ (ଓଆର-୧୯-ସି-୪୬୩୩)କୁ ଛିଡା କରି ହୋଟେଲକୁ ଖାଇବାକୁ ଯାଇଥିଲେ । ହେଲେ ସେଠାରୁ ଖାଇ ଫେରିବା ପରେ ଗାଡି ନଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ଥାନାରେ ଗାଡି ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଥିଲେ । ତାଳଚେର ପୁଲିସ ଘଟଣା ଅନୁସନ୍ଧାନ କରି ଟ୍ରକ ଟିକୁ ଉଦ୍ଧାର କରିବା ସହିତ ଚୋରୀରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ମେ ମାସ ୨୮ ତାରିଖ ଉମାକାନ୍ତ ନାଏକଙ୍କ ଟ୍ରାକ ଡ୍ରାଇଭର ସନା ଦଶ ଚକିଆ (ଓଆର-୦୯-ଜି-୯୨୧୧) ଟ୍ରକକୁ ପବିତ୍ର ମୋହନ ଛକ ନିକଟରେ ରଖି ଦେଇଥିଲେ । ପରେ ପବିତ୍ର ମୋହନ ଛକ ନିକଟରେ ଗାଡି ନଥିବା ଦେଖି ଉମାକାନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଳଚେର ପୁଲିସ ତଦନ୍ତ କରି ଟ୍ରକଟିକୁ ଉଦ୍ଧାର କରିବା ସହିତ ଚୋରୀରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ସୁବର୍ଣ୍ଣପୁର ବାଙ୍କିର ସୌମ୍ୟରଞ୍ଜନ ସେଠି ଓରଫ ପିଙ୍କୁ , ବେନ୍ତପୁର ଗ୍ରାମର ଶୁଭାଶିଷ ସେଠ ଓରଫ କରନ , ଖଣ୍ଡହତା ଯାଜପୁର ଗ୍ରାମର ବିକାଶ ଜେନା ଓରଫ ଟେରୁ , ଶ୍ରୀବନ୍ତପୁର ଯାଜପୁର ଗ୍ରାମର ମହେନ୍ଦ୍ର ପ୍ରତିହାରୀ ଓରଫ ବାୟା ଓ ହାଣ୍ଡିଧୂଆଁ ଗ୍ରାମର ସନ୍ତୋଷ କୁମାର ଦାସ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ଜଣା ପଡିଛି । Advertisement
ନାବାଳିକା ଦୁଷ୍କର୍ମକାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୋଳ – ସୋମବାର ଦିନ ମାନ୍ୟବର ଆଡହକ ଆଡିସନାଲ ଜିଲ୍ଲା ଓ ସେସନ୍ ଜଜ୍ ଫାଷ୍ଟଟ୍ରାକ ସ୍ପେସାଲ୍ କୋର୍ଟ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀକୁ ୨୦ବର୍ଷ…
ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା ଅଭିଯୋଗ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବିବାହିତ ଯୁବକଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପତ୍ନୀ ଥାନାରେ ବୁଧବାର…
ଡିଜେଲ ଚୋରକୁ ବାନ୍ଧି ନିର୍ଧୂମ ଛେଚିଲେ ଲୋକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଖଣି ଅଞ୍ଚଳରେ ଛିଡା ହେଉଥିବା ଟ୍ରକ ଗୁଡିକରୁ ବାରମ୍ବାର ଡିଜେଲ , ବ୍ୟାଟେରୀ , କିମ୍ବା ଅନ୍ୟ ଯନ୍ତ୍ରାଂଶ ଅନେକ…