ଅପରାଧ ଦୁଇ ଚୋରଙ୍କୁ ମାଡ ମାରି ପୁଲିସର ଜିମା ଦେଲେ ଲୋକେ Angul OnlineAugust 27, 2021August 27, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁ ସାପ୍ତାହିକ ହାଟରେ ଟଙ୍କା ଚୋରି ବେଳେ ଲୋକଙ୍କ ହାତରେ ଧାରାପଡିଥିଲେ ଦୁଇ ଚୋର । ଧରା ପଡିବା ପରେ ଲୋକ ଉଭଯଙ୍କୁ ମାଡ ମାରିବା ପରେ ଛେଣ୍ଡିପଦା ପୁଲିସର ଜିମା ଦେଇଥିଲେ । ସୂଚନା ଅନୁସାରେ ଗୁରୁବାର କୋଶଳା ହାଟ ଚାଲିଥିବା ବେଳେ ସକାଳ କୋଶଳା ଗ୍ରାମର ଅଜୟ ସାହୁ ପରିବା କିଣୁଥିଲେ । ସେହି ସମୟରେ ତାଙ୍କ ପାଖରେ ଜଣେ ଯୁବ ଛିଡା ହୋଇଥିଲେ । କିଛି ସମୟ ପରେ ଅଜୟ ପରିବା ଦୋକାନୀଙ୍କୁ ଟଙ୍କା ଦେବା ପାଇଁ ଯିବାବେଳେ ପକେଟରେ ଟଙ୍କା ନଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କ ପାଖରେ ଥିବା ଯୁବକକୁ ଖୋଜିଥିଲେ । ସେତେବେଳକୁ ଯୁବକ ଜଣକ ଅନ୍ୟ ଏକ ଦୋକାନରେ ଠିଆ ହୋଇଥିଲେ । ଅଜୟ ଯୁବକ ଜଣଙ୍କ ପାଖକୁ ଆସି ପକେଟରୁ ଟଙ୍କା ନେଇଥିବା ବିଷୟରେ ପଚାରିଥିଲେ । ପରେ ଯୁବକ ଜଣକ ଟଙ୍କା ନେଇ ଅନ୍ୟ ସହଯୋଗୀଙ୍କୁ ଦେଇଥିବା ପ୍ରକାଶ କରିଥିଲେ । ସ୍ଥାନୀୟ ଲୋକ ମାନେ ଟଙ୍କା ନେଇ ଥିବା ଯୁବକକୁ ଅଟକ ରଖି ଅନ୍ୟ ସହଯୋଗୀଙ୍କୁ ଡକାଇବା ପାଇଁ କହିଥିଲେ । ଯୁବକ ଜଣକ ଫୋନ କରିବାରୁ ସହଯୋଗୀ ଜଣକ ଏକ କଳା ରଙ୍ଗର ହୋଣ୍ଡା ମଟରସାଇକେଲ ନଂ( ଓଡି୩୨ଏଫ୍,୭୩୮୯)ରେ ଘଟଣା ସ୍ଥଳକୁ ପହଞ୍ଚି ଥିଲା । ଉଭୟ ଚୋରି କରିଥିବା ମାନି ଯାଇଥିବା ବେଳେ ସେଠାରେ ରୁଣ୍ଡ ହୋଇଥିବା ଲୋକ ଉଭଯଙ୍କୁ ମାଡ ମାରିଥିଲେ । ପରେ ଉଭୟଙ୍କୁ ଅଟକ ରଖି ସ୍ଥାନୀୟ ଲୋକ ଛେଣ୍ଡିପଦା ଥାନାକୁ ଖବର ଦେଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଓ ସେମାନେ ବ୍ୟବହାର କରିଥିବା ମୋଟରସାଇକେଲକୁ ଜବତ କରି ଥାନାକୁ ଆଣିଛନ୍ତି । ଖବର ଲେଖାହେବା ସୁଦ୍ଧା ଘଟଣା ସମ୍ପର୍କରେ କୈାଣସି ମାମଲା ରୁଜ୍ଜୁ ହୋଇ ନଥିବା ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ୍ କୁମାର ବେହେରା ପ୍ରକାଶ କରିଛନ୍ତି । ଅପର ପକ୍ଷେ ଦୁଇ ଯୁବକ ଆସିକା ଅଞ୍ଚଳର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କ ପ୍ରକୃତ ପରିଚୟ ମିଳିପାରି ନାହିଁ । ପୁଲିସ ସେମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । Advertisement
ଟ୍ରେନ ଲୋକୋ ପାଇଲଟ ଚଲାଇଥିଲେ ବ୍ରାଉନସୁଗାର ବେପାର – ମାଡି ବସିଲା ପୁଲିସ ତାଳଚେର – ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ରେଲୱେ ଲୋକୋ ପାଇଲଟ ସମେତ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ଲୋକୋ ପାଇଲଟ ଜଣଙ୍କ ଅନେକ ଦିନ ହେଲା…
ମୁଖ୍ୟ ଚିକିତ୍ସାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ମୃତ ଯୁବକ ଜଣଙ୍କ ଦେବଗଡ଼ ଜିଲ୍ଲାର ସଞ୍ଜୟ…
ମାଗଣା ମଦ ପାଇଁ ମଦ ଦୋକାନରେ ଭଙ୍ଗାରୁଜା ଅନୁଗୁଳ – ମାଗଣାରେ ମଦ ମାଗିଲେ , ମନା କରିବାରୁ ଦୋକାନରେ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କଲେ । ଏଭଳି ଘଟଣା ଅନୁଗୁଳ ପ୍ରଗତିନଗରରେ…