ଅପରାଧ ଦୁଇ ଚୋରଙ୍କୁ ମାଡ ମାରି ପୁଲିସର ଜିମା ଦେଲେ ଲୋକେ Angul OnlineAugust 27, 2021August 27, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁ ସାପ୍ତାହିକ ହାଟରେ ଟଙ୍କା ଚୋରି ବେଳେ ଲୋକଙ୍କ ହାତରେ ଧାରାପଡିଥିଲେ ଦୁଇ ଚୋର । ଧରା ପଡିବା ପରେ ଲୋକ ଉଭଯଙ୍କୁ ମାଡ ମାରିବା ପରେ ଛେଣ୍ଡିପଦା ପୁଲିସର ଜିମା ଦେଇଥିଲେ । ସୂଚନା ଅନୁସାରେ ଗୁରୁବାର କୋଶଳା ହାଟ ଚାଲିଥିବା ବେଳେ ସକାଳ କୋଶଳା ଗ୍ରାମର ଅଜୟ ସାହୁ ପରିବା କିଣୁଥିଲେ । ସେହି ସମୟରେ ତାଙ୍କ ପାଖରେ ଜଣେ ଯୁବ ଛିଡା ହୋଇଥିଲେ । କିଛି ସମୟ ପରେ ଅଜୟ ପରିବା ଦୋକାନୀଙ୍କୁ ଟଙ୍କା ଦେବା ପାଇଁ ଯିବାବେଳେ ପକେଟରେ ଟଙ୍କା ନଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କ ପାଖରେ ଥିବା ଯୁବକକୁ ଖୋଜିଥିଲେ । ସେତେବେଳକୁ ଯୁବକ ଜଣକ ଅନ୍ୟ ଏକ ଦୋକାନରେ ଠିଆ ହୋଇଥିଲେ । ଅଜୟ ଯୁବକ ଜଣଙ୍କ ପାଖକୁ ଆସି ପକେଟରୁ ଟଙ୍କା ନେଇଥିବା ବିଷୟରେ ପଚାରିଥିଲେ । ପରେ ଯୁବକ ଜଣକ ଟଙ୍କା ନେଇ ଅନ୍ୟ ସହଯୋଗୀଙ୍କୁ ଦେଇଥିବା ପ୍ରକାଶ କରିଥିଲେ । ସ୍ଥାନୀୟ ଲୋକ ମାନେ ଟଙ୍କା ନେଇ ଥିବା ଯୁବକକୁ ଅଟକ ରଖି ଅନ୍ୟ ସହଯୋଗୀଙ୍କୁ ଡକାଇବା ପାଇଁ କହିଥିଲେ । ଯୁବକ ଜଣକ ଫୋନ କରିବାରୁ ସହଯୋଗୀ ଜଣକ ଏକ କଳା ରଙ୍ଗର ହୋଣ୍ଡା ମଟରସାଇକେଲ ନଂ( ଓଡି୩୨ଏଫ୍,୭୩୮୯)ରେ ଘଟଣା ସ୍ଥଳକୁ ପହଞ୍ଚି ଥିଲା । ଉଭୟ ଚୋରି କରିଥିବା ମାନି ଯାଇଥିବା ବେଳେ ସେଠାରେ ରୁଣ୍ଡ ହୋଇଥିବା ଲୋକ ଉଭଯଙ୍କୁ ମାଡ ମାରିଥିଲେ । ପରେ ଉଭୟଙ୍କୁ ଅଟକ ରଖି ସ୍ଥାନୀୟ ଲୋକ ଛେଣ୍ଡିପଦା ଥାନାକୁ ଖବର ଦେଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଓ ସେମାନେ ବ୍ୟବହାର କରିଥିବା ମୋଟରସାଇକେଲକୁ ଜବତ କରି ଥାନାକୁ ଆଣିଛନ୍ତି । ଖବର ଲେଖାହେବା ସୁଦ୍ଧା ଘଟଣା ସମ୍ପର୍କରେ କୈାଣସି ମାମଲା ରୁଜ୍ଜୁ ହୋଇ ନଥିବା ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ୍ କୁମାର ବେହେରା ପ୍ରକାଶ କରିଛନ୍ତି । ଅପର ପକ୍ଷେ ଦୁଇ ଯୁବକ ଆସିକା ଅଞ୍ଚଳର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କ ପ୍ରକୃତ ପରିଚୟ ମିଳିପାରି ନାହିଁ । ପୁଲିସ ସେମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । Advertisement
କାଙ୍ଗୁଲା ଦୁଷ୍କର୍ମ ଓ ହତ୍ୟା ମାମଲା – ଦୋଷୀ ସାବସ୍ତ୍ୟ ହେଲା ଅନାମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବହୁ ଚର୍ଚିତ କାଙ୍ଗୁଲା ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦୋଷୀ ସାବସ୍ତ୍ୟ ହୋଇଛି…
ଫାଣ୍ଡିରେ ପଶିଲେ – ଯାହା ପାରିଲେ ଭାଙ୍ଗିଲେ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ଯୁବକଙ୍କ ଉନ୍ମତ କାଣ୍ଡ । ବିନା ଅନୁମତିରେ ଜମିରେ ବୋର ୱେଲ ଖୋଳାଯାଇ ସର୍ଭେ କରାଯାଉଥିବାରୁ…
୮୨ ଗ୍ରାମ ହେରୋଇନ ଜବତ , ଜଣେ ଗିରଫ ଅନୁଗୋଳ – ଅନୁଗୋଳ ସଦର ଅବକାରୀ ବିଭାଗ ନାଲକୋନଗର ଥାନା ଅଞ୍ଚଳରୁ ୮୨ ଗ୍ରାମ ହେରୋଇନ ଜବତ କରିବା ସହ ଏହି ଚୋରା କାରବାରରେ ସମ୍ପୃକ୍ତ ଜଣଙ୍କୁ…