ମୁଖ୍ୟ ଖବର ଟ୍ରଲର ଧକ୍କାରେ ଦୁଇ ମୃତ Angul OnlineNovember 3, 2021November 3, 2021 ପାଲଲହଡା – ପରିବାର ଲୋକଙ୍କ ଗହଣରେ ଆସନ୍ତାକାଲି ପାଳିଥାନ୍ତେ ଆଲୋକର ପର୍ବ ଦୀପାବଳି । କିନ୍ତୁ ତା’ ପୂର୍ବରୁ ଘରକୁ ଅନ୍ଧାର କରି ଚାଲିଗଲେ ସେମାନେ । ଦୁର୍ଘଟଣା ନେଇଗଲା ସେମାନଙ୍କ ଜୀବନ । ଏହି ଦୁଃଖଦ ଘଟଣା ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଘଟିଛି । ମୃତକ ଦ୍ୱୟ ହେଲେ ଆକାଶ ବେହେରା (୨୧) ଓ ଜନ୍ମେଜୟ ପ୍ରଧାନ (୧୪) । ଆକାଶଙ୍କ ଘର ମାଙ୍କଡ଼ଚୁଆ ଗାଁରେ । ସେହିପରି ଜନ୍ମେଜୟ ହେଉଛନ୍ତି କମ୍ପରକିଳା ଗାଁର ବୋଲି ଜଣା ପଡିଛି । ଆଜି(ବୁଧବାର) ସନ୍ଧ୍ୟାରେ ପାଲଲହଡ଼ାରୁ ଆକାଶ ଓ ଜନ୍ମେଜୟ ଏକ ମୋଟରସାଇକେଲ ଯୋଗେ ସେମାନଙ୍କ ଘରକୁ ଫେରୁଥିଲେ । ତେବେ ପାଲଲହଡ଼ା ବାଇପାସ୍ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମାଲ୍ ବୋଝେଇ ଟ୍ରଲର ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଆକାଶ ଓ ଜନ୍ମେଜୟ ଗୁରତର ଅବସ୍ଥାରେ ରାସ୍ତା ଉପରେ ଛିଟିକି ପଡିଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରଲରଟି ସେଠାରୁ ଫେରାର ହୋଇଯାଇଥିବା ଜଣା ପଡିଛି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ମା ଓ ୩ ବର୍ଷ ପୁଅର ଜୀବନ ଅନୁଗୁଳ – ଜାତୀୟ ରାଜପଥ ୫୫ ର ନୁଆଁହତା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ ଚାପାରେ ମା ଓ ୩ ବର୍ଷ…
କଟକଣା ଭିତରେ ତାଳଚେର ପୌରାଞ୍ଚଳ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ପକ୍ଷରୁ ପ୍ରଶାସନ କଟକଣା ଜାରି କରିଛି ।…
ଶତକ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣଙ୍କ ସଂଖ୍ୟା ଶହେ ତଳକୁ ଖସିଛି । ଆଜି ଜିଲ୍ଲାରେ ମୋଟ ୯୩ ଜଣ କରୋନା ପଜିଟିଭ ଚିହ୍ନଟ…