ରାଜନୀତି ଅନୁଗୁଳରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ – ମାଳତି ଆଶ୍ରମ ବୁଲିଲେ , ଗରିବ ଘରେ ଖାଇଲେ Angul OnlineJuly 8, 2022July 8, 2022 ଅନୁଗୁଳ – ଭାରତ ସ୍ୱାଧୀନତାର ୭୫ ବର୍ଷରେ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦୁଇ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସିଥିଲେ । ଏହି ଅନୁଗୁଳ ଗସ୍ତ , ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୁରୁବାର ଅପରାହ୍ନରେ ଅନୁଗୁଳ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମହୀଧରପୁର ଠାରୁ ଅନୁଗୁଳ ବିଜେପି କାର୍ଯ୍ୟକର୍ତା ମାନେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ମନ୍ତୀ ଅନୁଗୁଳ ଆସି ମାଳତି ଚୌଧୁରୀ ଆଶ୍ରମ ପରିଦର୍ଶନ କରିଥିଲେ । ମନ୍ତୀ ବାଜି ରାଉତ ଛାତ୍ରାବାସର ମୁଖ୍ୟ କ୍ରିଷ୍ଣା ମହାନ୍ତିଙ୍କୁ ଭେଟିବା ସହ ମାଳତି ଦେବୀଙ୍କ ସମାଧି ପୀଠ ଵାପିନୁମା କୁଟୀର ପରିଦର୍ଶନ କରିଥିଲେ । ସେଠାରେ ଥିବା ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ଭେଟିଥିଲେ । ମନ୍ତ୍ରୀ ମାଉସୀ ମା ମନ୍ଦିର ରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ । ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ସନ୍ଧ୍ୟା ୬ ଟାରେ ପହଞ୍ଚି ଢେଙ୍କାନାଳ ଲୋକସଭା ଓ ଅନୁଗୁଳ ବିଧାନସଭାର ପ୍ରମୁଖ ନେତା ଓ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ । ଅନୁଗୁଳ ମୁନିସିପାଲିଟି ଅଞ୍ଚଳର ୧୧ ନମ୍ବର ୱାର୍ଡ଼ର ହାଟଛକ ପଡିଆସାହି ଠାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଲାଭର୍ଥୀଙ୍କୁ ଭେଟି ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭର୍ଥୀଙ୍କ ସହ ଆଲୋଚନା କରିଥିଲେ । ସେହି ବସ୍ତିରେ ଗରିବ ପରିବାର ଦୁଃଖ ବନ୍ଧୁ ନାଏକଙ୍କ ଘରେ ରାତ୍ରୀ ଭୋଜନ କରିଥିଲେ । ତାଙ୍କ ସହିତ ଜିଲ୍ଲା ବିଜେପି ସଭାପତି ଡିଲେଶ୍ଵର ପ୍ରଧାନ,ଜିଲ୍ଲା ପ୍ରଭାରୀ ସିମାଞ୍ଚଳ ଖଟେଇ,ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । Advertisement
୨୩ ବର୍ଷର ଅବ୍ୟବସ୍ଥା ବିରୋଧରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ – ଗତ ଦୁଇଦିନ ହେଲା ଅନୁଗୋଳ ଜିଲ୍ଲା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ବେଳେ ସେ ଅନୁଗୋଳ ଜିଲ୍ଲାର ବିଭିନ୍ନ…
ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ସଚିବଙ୍କୁ ବିଜେଡି ପକ୍ଷରୁ ଧନ୍ୟବାଦ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛିଛି । ଧନସମ୍ପତ୍ତି ନଷ୍ଟ…
ଦୁର୍ନୀତି ଓ ଭ୍ରଷ୍ଟାଚାର ର କେନ୍ଦ୍ରବିନ୍ଦୁ ପାଲଟିଛି ବ୍ଲକ କାର୍ଯ୍ୟାଳୟ – ବିଜେପି ଅନୁଗୋଳ – ପଞ୍ଚାୟତ ରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ସାରା ରାଜ୍ୟରେ ପାଳନ କରିଛି ବିଜେପି । ଏ ପରିପେକ୍ଷୀରେ ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ…