ଭଲ ଖବର ଭାତ ଓ ଭଜାରେ ଚତୁର୍ଦ୍ଧାମୁରତୀ Angul OnlineJuly 12, 2021July 12, 2021 ଅନୁଗୁଳ – ଭକତ ବିଦୁରର ଯେଉଁ ଶାଗ ଭଜା ଦେଇ ଜଗନ୍ନାଥ ତାଙ୍କ ମନ ତୋଷାଇ ପାରିଥିଲେ , ସେହି ଶାଗ ଭଜାରେ ଆଜି ଆଉ ଜଣେ ଭକତ କାଳିଆର ଚିତ୍ର ଚିତ୍ରଣ କରି ବିଶ୍ୱରୁ ମହାମାରୀ କରୋନା ଦୂର କରିବା ପାଇଁ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ କରୋନା କଟକଣା ଯୋଗୁଁ ପୁରୀ ଯିବାକୁ ବାରଣ କରା ଯାଇଥିଲା । ଟିଭିରେ ପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ସରକାର ନିବେଦନ କରିଥିଲେ । ଏହାକୁ ସମ୍ମାନ ଜଣାଇ ଶ୍ରୀକ୍ଷେତ୍ର ନଯାଇ ପାରିବାରୁ ନିଜ ଘରେ ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ ଏକ ଭିର୍ଣ୍ଣ ପ୍ରୟାସ କରିଥିଲେ । ଶ୍ରୀ ଜଗନ୍ନାଥଙ୍କର ପ୍ରିୟ ବ୍ୟଞ୍ଜନ ଅର୍ଣ୍ଣ , ବାଇଗଣ ଭଜା , ଶାଗ ଭଜା ଓ ଛୁଇଁ ଭଜାରେ ଚତୁର୍ଦ୍ଧାମୁରତୀଙ୍କ ଚିତ୍ର ଚିତ୍ରଣ କରିଛନ୍ତି । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକର ଗଡ଼ସନ୍ତ୍ରୀ ପଞ୍ଚାୟତର ଗାଙ୍ଗୀଯୋଡ଼ି ଗ୍ରାମର ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ । ଚଳିତ ବର୍ଷ ରଥଯାତ୍ରାକୁ ଯିବା ପାଇଁ ଇଚ୍ଛାଥିଲା । ହେଲେ କୋଭିଡ କଟକଣା ଏଥିରେ ବାଧା ସୃଷ୍ଟି କରିଥିଲା । ହେଲେ ଏଥିରେ ବିଚଳିତ ନ ହୋଇ ପଡି ସେ ଅର୍ଣ୍ଣ , ବାଇଗଣ ଭଜା , ଶାଗ ଭଜା ଓ ଛୁଇଁ ଭଜାରେ ଚତୁର୍ଦ୍ଧାମୁରତୀଙ୍କ ଚିତ୍ର ଆଙ୍କି ଏଇଠାରେ ହିଁ ତାଙ୍କୁ ପ୍ରାର୍ଥନା କରିଛନ୍ତି । ଆଉ ଦୁନିଆରୁ କରୋନା ମହାମାରୀ ଦୂର କରିବା ପାଇଁ ପ୍ରାର୍ଥନା କରିଛନ୍ତି । ରଜତ ପୂର୍ବରୁ ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଉଦେଶ୍ୟରେ ନିଜ କଳା କାରୀଗର ମାଧ୍ୟମରେ ବାଉଁଶରେ ସହିଦ ଯବାନଙ୍କ ଜୀବନ୍ତ ଚିତ୍ର ଆଙ୍କିଥିଲେ ନିଜ ହାତରେ । ନିଜ କଳା ସାହାଯ୍ୟରେ ସହିଦ ଯବାନଙ୍କର ଚିତ୍ରକୁ ଜୀବନ୍ତ ଭାବେ ବାଉଁଶରେ ଚିତ୍ରିତ କରିଥିଲେ । Advertisement
ବାଉଁଶରେ ଚିତ୍ର ଆଙ୍କି ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦ ହୋଇଥିଲେ । ସେହି ସହିଦ ମାନଙ୍କୁ ଏକ ନିଆରା…
ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶଙ୍କ ଉଦ୍ୟମକୁ ଗୃହ ଓ ସହର ଉନ୍ନୟନ ବିଭାଗର ପ୍ରଶଂସା ଅନୁଗୁଳ – ଓଡ଼ିଶା ସରକାରର ଗୃହ ଓ ସହର ଉନ୍ନୟନ ବିଭାଗ ଅନୁଗୁଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କ ମାନବିକ ଓ ସେବାମୂଖୀ…
ମହନୀୟ ଦୃଷ୍ଟାନ୍ତ – ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ନିର୍ବାହୀ ଅଧିକାରୀ ମାନବିକତାର ମହନୀୟ ଦୃଷ୍ଟାନ୍ତ । ଉଚ୍ଚପଦସ୍ଥ ଅଧିକାରୀ ହୋଇ ବି ନାହିଁ ବାଛ ବିଚାର । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସର ପରେ ମାନପତ୍ର ସହ ଟ୍ରଫି…