ଆଞ୍ଚଳିକ ଭାରତୀୟ ଡାକ ସେବାରେ ସିଂହ ଦ୍ୱାର ତାଳଚେର – ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ Angul OnlineMarch 30, 2022March 30, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟାଉନ୍ ସ୍ଥିତ କିଶୋର କ୍ଲବ ଠାରେ ଅପରାର୍ହ୍ନ ୫ଘଟିକା ସମୟ ରେ ଭାରତୀୟ ଡାକ ବିଭାଗ ଆନୁକୂଲ୍ୟରେ ତାଳଚେର ରାଜା ପ୍ରାସାଦ “ସିଂହଦ୍ୱାର ତାଳଚେର” ଉପରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯିବା ସହ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଳଚେରର ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖିବା ସହ ଭାରତର କୋଣ ଅନୁକୋଣରେ ତାଳଚେର ରାଜପ୍ରାସାଦର ପ୍ରଚାର ପ୍ରସାର ହେବାକୁ ଏହି ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଛି । ତାଳଚେର ରାଜପ୍ରାସାଦ ଏବଂ ଶିଳ୍ପ ନଗରୀ ତାଳଚେରକୁ ସାରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ “ସିଂହଦ୍ୱାର” କୁ ଡାକ ବିଭାଗ ସହ ଯୋଡ଼ା ଯାଇଛି । ଆଜି (ବୁଧବାର) ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ , ଯୁବରାଜ ବିଜେନ୍ଦ୍ର ଚନ୍ଦ୍ର ଦେବ୍, ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଳାପାଳ ଚିନ୍ମୟୀ ପ୍ରିୟଦର୍ଶିନୀ ଦାସ , ଡାକ ବିଭାଗ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ରହି ଏହି ସ୍ୱତନ୍ତ୍ର ଲଫାପାକୁ ଉନ୍ମୋଚନ କରିଥଲେ । Advertisement
କରୋନା ଶୁଙ୍ଖଳ ଭାଙ୍ଗିବାକୁ ଆଗକୁ ଆସିଲା ବ୍ୟବସାୟୀ ସଂଘ – ଅପରାହ୍ନରେ ରହିବ ବଜାର ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ତଥା ସହରରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଥିବା ବେଳେ…
ପପୁ ତ୍ରିପାଠୀ ହେଲେ ନିର୍ବାହୀ ଅଧିକାରୀ ଅନୁଗୁଳ – ଅନୁଗୁଳର ପପୁ ତ୍ରିପାଠୀ ନାମରେ ପରିଚିତ ସତ୍ୟ ପ୍ରକାଶ ତ୍ରିପାଠୀ ହେଲେ ଚାନ୍ଦବାଲି ଏନ ଏ ସି ର ନିର୍ବାହୀ ଅଧିକାରୀ । ଆଜି…
ସାତକୋଶିଆରେ ବନ୍ୟା ପରବର୍ତ୍ତୀ ସାପ ସଚେତନତା କାର୍ଯ୍ୟକ୍ରମ ଅନୁଗୁଳ – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ଆସିଥିବା ବନ୍ୟାରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଞ୍ଚଳ ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା ।…