ବନ୍ଦର ପ୍ରଭାବରେ ଅନୁଗୁଳ ଠପ୍

ଅନୁଗୁଳ – ବାଲେଶ୍ଵର ଏଫ ଏମ୍ କଲେଜ ଛାତ୍ରୀ ମୃତ୍ୟୁ ପରେ ନ୍ୟାୟିକ ତଦନ୍ତ କରିବା ଏବଂ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରଭାବ ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଅନୁଗୁଳ ସହର ସମେତ ଛେଣ୍ଡିପଦା , ଆଠମଲ୍ଲିକ , ତାଳଚେର , କଣିହାଁ ଆଦି ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଏହା ସହ ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ମୁଖ୍ୟତଃ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ , ଜାତୀୟ ରାଜପଥ ୧୪୯ ଆଦିରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଥିଲା । ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଇ ବନ୍ଦକୁ ସମର୍ଥନ କରିବାକୁ ଅନୁରୋଧ କରା ଯାଇଥିଲା । କାଁ ଭାଁ ଖୋଲିଥିବା ଦୋକାନ, ବ୍ୟାଙ୍କ ଏବଂ ଚାଲୁଥିବା ଗାଡିକୁ ଢୋଲ ବଜାଇ ଗୋଲାପ ଫୁଲ ଦେଇ ବନ୍ଦକୁ ସମର୍ଥନ କରିବାକୁ କଂଗ୍ରେସ କର୍ମୀ ଅନୁରୋଧ କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ପୁଲିସ ମୃତୟନ କରାଯାଇଥିଲା । ଆଜିର ବନ୍ଦର ପ୍ରଭାବ ଅନୁଗୁଳରେ  ଅନୁଭୂତ ହୋଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ଭଟ୍ଟଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାରେ ବନ୍ଦ ସଫଳ ହୋଇଥିବା ବେଳେ କଂଗ୍ରେସ ନେତା ପ୍ରବୋଧ ସ୍ୱାଇଁ , ସୁଦୀପ ମିଶ୍ର , ରଶ୍ମି ରଞ୍ଜନ ପ୍ରଧାନ , ଅମୀୟ ସାହୁ , ସସ୍ମିତା ବେହେରା , ଜଗଦାନନ୍ଦ ପ୍ରଧାନ ବଲବୀର ସିଂ , ଲୁଲୁ ପାଣିଗ୍ରାହୀ ଆଦିଙ୍କ ସହ ବହୁ ଛାତ୍ର , ମହିଳା ଓ ଯୁବ ନେତା ସାମିଲ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *