ଅପରାଧ ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ – ବିପୁଳ ବେନାମୀ ସମ୍ପତ୍ତି ଠାବ Angul OnlineSeptember 2, 2024September 9, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କା ଖଣି ଖୋଜି ପାଇଛି ଭିଜିଲାନ୍ସ ଟିମ୍ । ଏବେ ସୁଦ୍ଧା ଭୁବନେଶ୍ବର ସୁରେଖା ଅର୍ଚିଡ ଆପାର୍ଟମେଣ୍ଟ ଘରୁ ପୁଳା ପୁଳା ଟଙ୍କା ଦାମୀ ଘଣ୍ଟା, ସୁନା ଅଳଙ୍କାର ରୁପା ସାମଗ୍ରୀ ଜବତ ହୋଇଛି। ଏହି ଘରେ ଧରଣୀଧର ରହୁଥିବା ବେଳେ ଏହି ଘରର ମୂଲ୍ୟ ପାଖାପାଖି ୧ କୋଟି ୫୦ ଲକ୍ଷ ଟଙ୍କା ହେବ। ସେହିଭଳି ସୁନ୍ଦରପଦାରେ ଦୁଇମହଲା କୋଠା ରହିଛି,ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା । କେନ୍ଦୁଝର ତେଲକୋଇରେରେ ୩ ଟି ମାର୍କେଟ କମ୍ପ୍ଲେକ୍ସ , ୨ଟି ଦୁଇମହଲା ବିଶିଷ୍ଟ ଓ ଗୋଟିଏ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ ବିଭାଗ । କେନ୍ଦୁଝର, ଅନୁଗୁଳ, ଭୁବନେଶ୍ବର, କଟକରେ ଏକାଧିକ ପ୍ଲଟ ମଧ୍ୟ ରହିଥିବା ଜଣା ପଡ଼ିଛି । ଖାଲି ସେତିକି ନୁହେଁ ବାବୁଙ୍କର୍ ବ୍ୟାଙ୍କ୍ ଜମା ୧୦ ଲକ୍ଷ ଟଙ୍କା ଥିବା ବେଳେ ୧୬ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ରହିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ବାବୁ ଏତେ କଳା ଟଙ୍କା ରୋଜଗାର କରିଛନ୍ତି ଯେ ୨୦ ବର୍ଷରେ ଶୁଝିବା ପାଇଁ ଆଣିଥିବା ୧ କୋଟି ୧୩ ଲକ୍ଷ ଟଙ୍କାକୁ ମାତ୍ର ୨ ବର୍ଷରେ ଶୁଝି ଦେଇଛନ୍ତି, ଯାହାକୁ ଜାଣିବା ପରେ ଭିଜିଲାନ୍ସ ଟିମ୍ ମଧ୍ୟ ତାଜୁବ ହୋଇଯାଇଛି । ଭୁବନେଶ୍ୱର ଘରକୁ ଛାଡ଼ିଦେଲେ ତାଳଚେର ଘରୁ ମଧ୍ୟ ପୁଳା ପୁଳା ଟଙ୍କା ମିଳିଛି । ସବୁର ତଦନ୍ତ ଚାଲିଥିବା ବେଳେ ଖଣି ଇଉପିଏ ନିର୍ଦେଶକ ବାଲି ମାଫିଆ ଓ ଚୋରା କୋଇଲା ବେପାରୀଙ୍କଠାରୁ ମୋଟା ଅଙ୍କର ମାସିକିଆ ଅର୍ଥ ଆଦାୟ କରୁଥିଲେ ବୋଲି ଚର୍ଚ୍ଚା ଜୋର ଧରିଛି । Advertisement
ଶ୍ରମିକ କାର୍ଡ କରାଇବା ନେଇ ଲକ୍ଷାଧିକ ଟଙ୍କା ଠକେଇ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋହିରାପଶି ଗ୍ରାମର ଜଣେ ଯୁବକ ଶ୍ରମିକ କାର୍ଡ କରାଇଦେବା କହି ଲକ୍ଷାଧିକ ଟଙ୍କା ହଡପ କରିଥିବା ଛେଣ୍ଡିପଦା…
ଚାରି ଡକାୟତ ଗିରଫ – ଜିଲ୍ଲାର ବିଭିନ୍ନ ସ୍ଥାନରେ ଡକାୟତି ଓ ଲୁଟ କରିଥିଲେ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ କବଜାରେ ୪ କୁଖ୍ୟାତ ଅପରାଧୀ ଧରା ପଡିଛନ୍ତି । ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୫ଟି ହାତବୋମା ଓ…
ସାଇବର ଲୁଟେରାଙ୍କ ଉପରେ ରୋକ ଲଗେଇ ପାରୁନି ପୁଲିସ – ଲୁଟର ଶିକାର ହେଲେ ସିଆଇଏସଏଫ ଜୱାନ ଅନୁଗୁଳ – ସାଇବର ଲୁଟେରାଙ୍କ ଦୌରାତ୍ମ ଅନୁଗୁଳ ଜିଲ୍ଲାରେ ବଢି ବଢି ଚାଲିଛି । ଗତ ୩୦ ତାରିଖରେ ଅନୁଗୁଳ ଓ ବଅଁରପାଳ ଥାନା ଇଲାକାରେ ଦୁଇ…