ଅପରାଧମୁଖ୍ୟ ଖବର ବନବିଭାଗରେ ଭିଜିଲାନ୍ସର ଛାନଭିନ – ଖୋଜୁଛି ବାଉଁଶ ବୁଦା Angul OnlineJanuary 7, 2021January 7, 2021 ଅନୁଗୁଳ – ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଅ ଯାଇଛି । ବାଉଁଶ ପୂର୍ଣ୍ଣଜନନ ରେ ହେରଫେର ନେଇ ଅଭିଯୋଗ ହେବା ପରେ ଏହି ଚଢ଼ାଉ କରାଅ ଯାଇଛି । ଅଭିଯୋଗକାରୀ ପୁରୁଣାଗଡ଼ ଗ୍ରାମର ପ୍ରସନ୍ନ ସାହୁଙ୍କ କହିବା ଅନୁଯାୟୀ ୨୦୧୭-୧୮ ମସିହାରେ ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଜଙ୍ଗଲରେ ବାଉଁଶ ପୁନର୍ଜନନ ପାଇଁ କାମ୍ପା ପାଣ୍ଠିରୁ ବନ୍ତଳା ରେଞ୍ଜ କୁ ଟଙ୍କା ଦିଆଯାଇଥିଲା । ବାଉଁଶ ବୁଦାର ବିକାଶ କରାଯିବା ଏହି ଯୋଜନାର ଉଦ୍ଦେଶ୍ୟ ଥିଲା । ବାଉଁଶ ବୁଦା ମୂଳରେ ଗାତ ଖୋଳିବା ଠାରୁ ଆରମ୍ଭ କରି ସେଥିରେ ପଥର ଖଞ୍ଜିବା ଆଦି କାମ ମୁଲିଆଙ୍କ ଜରିଆରେ କରିବା ପାଇଁ କୁହା ଯାଇଥିଲା । କିନ୍ତୁ କୌଣସି ବାଉଁଶ କାମ ନ କରି ଟଙ୍କା ଉଠା ଯାଇଥିଲା । ଆରଟିଆଇ ରେ ଏ ସବୁ ମାଗି ତଦନ୍ତ ଦାବି କରିବା ପରେ ବନ ବିଭାଗ ପକ୍ଷରୁ ତାଙ୍କୁ ମିଛ କେଶରେ ମଧ୍ୟ ଫସାଇ ଦିଆ ଯାଇଥିଲା । ଏହି ଜଙ୍ଗଲ କେଲେଙ୍କାରୀର ଖୋଳତାଡ଼ ପାଇଁ ଶେଷରେ ସେ ଲୋକାଯୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ମାମଲାର ଶୁଣାଣି କରି ଲୋକଯୁକ୍ତ ଘଟଣାର ତଦନ୍ତ କରିବାକୁ ଅନୁଗୁଳ ଭିଜିଲାନ୍ସକୁ ନିର୍ଦେଶ ଦେଇଥିଲା । ନିର୍ଦେଶ ପରେ ଭିଜିଲାନ୍ସ ଏହି ତଦନ୍ତ ଆରମ୍ଭ କରିଛି । ଏକ ଚାଳିଶ ଜଣିଆ ଟିମ ଚାରି ଭାଗରେ ବିଭକ୍ତ ହୋଇ ବନ୍ତଳା ରେଞ୍ଜ କାର୍ଯ୍ୟାଳୟ ସମେତ ନୂଆକ୍ଷେତା ଜଙ୍ଗଲ , ବଲଙ୍ଗ ଜଙ୍ଗଲ ଭିତରକୁ ଯାଇ ଖାନତଲାସୀ ଆରମ୍ଭ କରିଛନ୍ତି । Advertisement
ଚୋରି ସାମଗ୍ରୀ ଜବତ – ୩ ଗିରଫ ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଶୀତଲବିହାର , ତୁରଙ୍ଗ ଓ ଦୁର୍ଗାବିହାର ଭଳି ତିନୋଟି ଅଞ୍ଚଳରୁ ହୋଇଥିବା ଚୋରି ଘଟଣାର ପୁଲିସ ପର୍ଦାଫାସ କରିଛି ।…
୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ବିଭାଗକୁ ବ୍ରାଉନସୁଗାର ବେପାରୀଙ୍କୁ ଧରିବାରେ ଆଉ ଏକ ସଫଳତା ମିଳିଛି । ତାଳଚେର ସମଲ ଅଞ୍ଚଳରେ ବ୍ୟାପକ ଭାବେ ଏହି…
ସ୍ମାର୍ଟ ୱାଚ ଏବଂ ମୋବାଇଲ ଚୋରୀ ଅଭିଯୋଗରେ ଜଣେ ଗିରଫ adv ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ପୁଲିସ ବୁଧବାର ଚୋରି ଅଭିଯୋଗରେ ଜଣେ ଡେଲିଭରି ବୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ସୂଚନା…