ଆଞ୍ଚଳିକ ଗେଲ ଇଣ୍ଡିଆର ମନୋମୁଖୀ କାର୍ଯ୍ୟ ବିରୁଦ୍ଧରେ ତାତିଲେ ଗ୍ରାମବାସୀ – ଘେରିଲେ ତହସିଲ ଅଫିସ Angul OnlineJanuary 15, 2021January 15, 2021 ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳ ଦେଇ ଯାଉଥିବା , ଧାମରା ଗ୍ୟାସ ପାଇପ ଲାଇନ ନିମନ୍ତେ ଗେଲ ଇଣ୍ଡିଆ ଲିମିଟେଡ ଦ୍ବାରା ଛେଣ୍ଡିପଦା ବ୍ଳକ ଅଞ୍ଚଳରେ ପାଇପ ବିଛା କାର୍ଯ୍ୟ ଚାଲୁରହିଛି । ଏହି ପାଇପ ଲାଇନ ଛେଣ୍ଡିପଦା ବ୍ଲକର ବିଭିନ୍ନ ଗ୍ରାମ ଦେଇ ଯାଉଥିବାରୁ ଚାଷୀ ମାନଙ୍କର ବ୍ୟାପକ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି । କ୍ଷତି ଗ୍ରସ୍ତ ଚାଷି ଓ ଗ୍ରାମବାସୀ କମ୍ପାନୀ ମନମୁଖି କାର୍ଯ୍ୟକୁ ବିରୋଧରେ ଜିଲା ପ୍ରଶାସନ ଏବଂ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନିଆ ଯାଇ ନଥିଲା ବେଳେ କମ୍ପାନି କତୃପକ୍ଷ ଜୋର ଜବରଦସ୍ତ ଚାଷ ଜମିରେ ପାଇପ ଲାଇନ ବିଛାଇଥିଲା । ଏ ନେଇ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଗେଲଇଣ୍ଡିଆ ଓ ପ୍ରଶାସନର ଏଭଳି ମନମୁଖି କାର୍ଯ୍ୟକୁ ବିରୋଧକରି ଗ୍ରାମର ଶତାଧିକ ଚାଷୀ ଆଜି ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ ବନ୍ଦ କରିଦେବା ସହିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଚାଷୀ ଓ ଗ୍ରାମବାସୀଙ୍କ ଧାରଣା ଦୀର୍ଘ ୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପ୍ରଶାସନର ଦେଖାନଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଯେ ପର୍ଯ୍ୟନ୍ତ ପ୍ରଶାସନ ଓ ଗେଲ ଇଣ୍ଡିଆ ପକ୍ଷରୁ କ୍ଷତିଗ୍ରସ୍ତ ଚାଷିଙ୍କ ମଧ୍ୟରେ ଆଲୋଚନା ନହୋଇଛି ସେ ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କ୍ଷତିଗ୍ରସ୍ତ ଚାଷିମାନେ ପ୍ରକାଶ କରିଥିଲେ । ତେବେ ପରେ ସ୍ଥାନୀୟ ତହସିଲଦାର ଡାନିଏଲ ଏକ୍କା ଘଟଣା ସ୍ଥଳକୁ ଆସି ଲୋକମାନଙ୍କ ସହ ଆଲୋଚନା କରିବା ସହ ଆସନ୍ତା ମଙ୍ଗଳବାର ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ଏମ.ବି.ଏ. ଓ ଏମ.ଏଫ.ସି. ବିଭାଗ ତରଫରୁ ” ଉପଭୋକ୍ତା ଶିକ୍ଷା ଅଧିକାର” ଉପରେ ଆଲୋଚନା ଚକ୍ର ଅନୁଗୁଳ – ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଏମ.ବି .ଏ ଏବଂ ଏ ଏଫ ସି ବିଭାଗ ତରଫରୁ “ଉପଭୋକ୍ତା ଶିକ୍ଷା ଅଧିକାର” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ…
ବିଧାୟକଙ୍କ ନାମରେ ମିଥ୍ୟା ଅପପ୍ରଚାର – ଥାନାର ଦ୍ୱାରସ୍ଥ ହେଲେ ବିଧାୟକଙ୍କ ଭାଇ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଷଣ୍ଢପାଳ ଠାରେ ତାଳଚେର ବିଧାୟକ ଖେଳ ପଡିଆକୁ ହଳ କରିଥିବା ନେଇ ବିଭିନ୍ନ ଖବର କାଗଜରେ ଅପପ୍ରଚାର କରାଯାଇଥିବା…
ଜିଲ୍ଲା ସ୍ତରୀୟ କୃଷି ମେଳା ଓ ପୁଷ୍ପ ପ୍ରଦର୍ଶନୀ ଉଦ୍ଘାଟିତ ଅନୁଗୁଳ – କୃଷି ଓ ଏହାର ଆନୁସଙ୍ଗିକ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଆଜି ପୂର୍ବାହ୍ନରେ ଅନୁଗୁଳ ଷ୍ଟାଡିୟମ…