ମୁଖ୍ୟ ଖବର ଦୂର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର Angul OnlineAugust 31, 2023August 31, 2023 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ଜାତୀୟ ରାଜପଥ ପବିତ୍ରମୋହନ ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ତାଳଚେରର ବଜାରରୁ ଟାଇଲସ ଦେଖି ସ୍ୱାମୀଙ୍କ ସହ ଫେରୁଥିବା ବେଳେ ଅଜଣା ଗାଡି ତାଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ଯୁ ହୋଇଥିବା ଜଣା ପଡିଛି । ସୁଚନା ଅନୁସାରେ ତାଳଚେର ଶର୍ମାଛକରେ ରହୁଥିବା ପୁଷ୍ପାଞ୍ଜଳି ସାହୁ ତାଙ୍କ ସ୍ବାମୀ ସୁରଥ ସାହୁଙ୍କ ସହ ତାଳଚେର ବଜାରକୁ ଆସିଥିଲେ । ବଜାରରେ ଘର ପାଇଁ ଟାଇଲସ ଦେଖି ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥର ବାଇପାସ ଠାରେ କୌଣସି ଗାଡି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ସ୍କୁଟିରେ ଯାଉଥିବା ଦମ୍ପତ୍ତି ପଡିଯିବା ପରେ ପୁଷ୍ପାଞ୍ଜଳିଙ୍କ ମୁଣ୍ଡ ଉପରେ ଗାଡି ଚଢି ଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ସ୍ୱାମୀ ସୁରଥ ମଧ୍ୟ ଆହତ ହୋଇଥିବା ବେଳେ ଦୁର୍ଘଟଣାକୁ ନେଇ ବର୍ତ୍ତମାନ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । Advertisement
ବସ ପଛରେ ପିଟି ହେଲା ମୋଟରସାଇକେଲ – ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ୪୯ ନମ୍ବର ଜାତୀୟ ରାଜପଥ ସାମିୟାପାଲି ଛକ ନିକଟରେ ସୋମବାର ଦୁର୍ଘଟଣା ଘଟିଛି । ଆଜି ସକାଳୁ ସାଇନାଥ…
ଏୟାରଫୋର୍ସ କର୍ମଚାରୀ ନାମରେ ବଧୁହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ହିନ୍ଦୋଳ ଅଞ୍ଚଳରେ ବିବାହ କରିଥିବା ଜଣେ ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି । ପଞ୍ଜାବରେ ସ୍ଵାମୀଙ୍କ ସହ ରହୁଥିବା…
ସାମାନ୍ୟ କଳହରୁ ସାନଭାଇକୁ ହାଣିଦେଲା ବଡଭାଇ ! ଅନୁଗୁଳ – ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି ।…