Uncategorized ବ୍ରାଉନସୁଗାର ସହ ମହିଳା ଗିରଫ Angul OnlineAugust 25, 2021August 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ଅବକାରୀ ଓ ପୁଲିସର ମୁଣ୍ଡବିନ୍ଧାର କାରଣ ପାଳଟିଥିବା ଜଣେ ବ୍ରାଉନସୁଗାର ବିକ୍ରି କରି ଆସୁଥିବା ମହିଳାଙ୍କୁ ଶେଷରେ ଧରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ନାଲକୋନଗର ଥାନା ଗିରାଙ୍ଗ ଅଞ୍ଚଳରେ କୁନି ସାହୁ ନାମକ ଜଣେ ମହିଳା ବ୍ରାଉନସୁଗାର ବେପାର କରୁଥିବା ଖବର ଥିଲା । ହେଲେ ତାକୁ ଧରିବାରେ ସଫଳ ହେଉନଥିଲେ । ଆଜି କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ନିର୍ଦେଶକ୍ରମେ ଅବକାରୀ ବିଭାଗ ଗିରାଙ୍ଗ ତଳସାହିରେ ଚଢାଉ କରିଥିଲା । ବ୍ରାଉନସୁଗାର ବିକ୍ରି ହେଉଥିବା ଖବର ପାଇ ଏହି ଚଢ଼ାଉ କରାଯିବା ବେଳେ କୁନି ସାହୁକୁ ଧରିବାରେ ସଫଳ ହୋଇଥିଲା ଅବକାରୀ ବିବଭାଗ । କୁନି ସାହୁ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ଜଣା ପଡ଼ିଛି । କୁନି ନିକଟରୁ ୩୭ ହଜାର ଏକ ଶହ ଟଙ୍କା ମଧ୍ୟ ଜବତ କରା ଯାଇଥିବା ବେଳେ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକ କହିଛନ୍ତି । ଆଜିର ଏହି ଚଢାଉରେ ଅତିରିକ୍ତ ଅବକାରୀ ଅଧିକ୍ଷକ ନିନା ବେଉରାଙ୍କ ସମେତ ଅନୁଗୁଳ ଅବକାରୀ ବିଭାଗର ଟିମ ଉପସ୍ଥିତ ଥିଲେ । Advertisement
ହୋଲ୍ଡିଂ ଟ୍ୟାକ୍ସ୍ ବୃଦ୍ଧି ଅଭିଯୋଗ – ଚିନ୍ତାରେ ତାଳଚେରବାସୀ ତାଳଚେର -ଚିନ୍ତାରେ ତାଳଚେରବାସୀ । ତାଳଚେର ମ୍ୟୁନିସିପାଲିଟି ପକ୍ଷରୁ ଆଦାୟ ହେଉଥିବା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ବଢୁଛି ଚିନ୍ତା । ଇତି ମଧ୍ୟରେ ୧୦ଗୁଣା ବଢିସାରିଛି…
ଟ୍ରେନ ଧକ୍କାରେ ହାତୀ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡା ବନାଂଚଳର ଜରପଡା ଗ୍ରାମ ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୂର ରେଳ ଲାଇନରେ ରେଳ ଧକ୍କାରେ ଗୁରୁବାର ରାତିରେ ଗୋଟିଏ ଦନ୍ତା ହାତୀର…
ରଘୁନାଥଙ୍କ ସ୍ମୃତିରେ ରକ୍ତଦାନ ଅନୁଗୁଳ – ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ଏକାଦଶାହ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅନୁଗୁଳ ଜିଲ୍ଲା ରକ୍ତଭଣ୍ଡାରଠାରେ ଏହି…