ମୁଖ୍ୟ ଖବର ବ୍ରାଉନ୍ସୁଗାର ଜବତ ମାମଲାରେ ଅଭିଯୁକ୍ତ ମହିଳାକୁ ୫ ବର୍ଷ ଜେଲ Angul OnlineMarch 25, 2023March 25, 2023 ଅନୁଗୋଳ – ଦେଢ଼ ବର୍ଷ ତଳେ ନାଲ୍କୋ ଥାନା ଇଲାକା ଗିରାଙ୍ଗ ଅଞ୍ଚଳରୁ ଏକ ଟ୍ରାଉନ୍ସୁଗର ଜବତ ମାମଲାର ରାୟ ଶୁକ୍ରବାର ଅତିରିକ୍ତ ସ୍ଵତନ୍ତ୍ର ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ରଞ୍ଜିତା ଜ୍ୟୋତିଷି ମାମଲାର ଶୁଣାଣି କରି ଅଭିଯୁକ୍ତ ଗିରାଙ୍ଗ ଗ୍ରାମର କୁନି ସାହୁ ( ୩୭ ) ଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଦେଇଛନ୍ତି । ଏଥିସହିତ ୫ ହଜାର ଟଙ୍କା କରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି । ଅନୁଗୋଳ ଜିଲ୍ଲାରେ ବ୍ରାଉନସୁଗାର ଜବତ ମାମଲାର ଏହା ପ୍ରଥମ ସଜ୍ଜା ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ , ୨୦୨୧ ମସିହା ଅଗଷ୍ଟ ୨୫ ତାରିଖ ସକାଳେ ଗିରାଙ୍ଗ ହିଙ୍ଗୁଳା ମନ୍ଦିର ନିକଟରେ ଅଭିଯୁକ୍ତ କୁନି ସାହୁ ବ୍ରାଉନ୍ସୁଗର ବିକ୍ରି କରୁଥିଲେ । ଅବକାରୀ ବିଭାଗ ଚଢ଼ଉ କରି ତାଙ୍କ ଠାରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା । ଏହି ମାମଲାର ଶୁଣାଣି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଚାଲିଥିବା ବେଳେ ମୋଟ ୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ରଞ୍ଜିତା ଜ୍ୟୋତିଷି ଅଭିଯୁକ୍ତ କୁନି ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅତିରିକ୍ତ ପବ୍ଲିକ ପ୍ରୋସିଡ୍ୟୁଟର ମଦନ ମୋହନ ସାହୁ ମାମଲାର ପରିଚାଳନା କରୁଥିଲେ । Advertisement
ବସ ଧକ୍କାରେ ଯୁବକ ମୃତ – ବସ ଯାତ୍ରୀଙ୍କୁ ପ୍ରବଳ ମାଡ ମାରିଲେ ଉତ୍ତ୍ୟକ୍ତ ଲୋକେ ଅନୁଗୁଳ – ଅନୁଗୁଳ ହେମସୁରପଡା ଶିବା ଖେଳ ପଡ଼ିଆ ନିକଟରେ ଆଜି(ରବିବାର) ଏକ ଘରୋଇ କମ୍ପାନୀର ଷ୍ଟାଫ ବସ ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି ।…
ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ବାଗଡିଆ ଥାନାରେ ଅଭିଯୋଗ କରି ଆସିଥିବା ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ଼ମାରିଥିବା ନେଇ ପିପଳବାହଳ ଗ୍ରାମର ଦମ୍ପତି ବାଗଡିଆ ଥାନାରେ ଲିଖିତ ଅଭିଯୋଗ…
ବୃଦ୍ଧା ମା’ଙ୍କୁ ମାଡ ମାରି ଗିରଫ ହେଲେ ଅବସରପ୍ରାପ୍ତ ଶିକ୍ଷକ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁରେ ବୃଦ୍ଧା ମାଙ୍କୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ…