ମୁଖ୍ୟ ଖବର ଘରୁ ଘୋଷାଡ଼ି ଆଣିଲା ହାତୀ – ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର Angul OnlineApril 5, 2022April 5, 2022 ତାଳଚେର – ଘରେ ଶୋଇଥିବା ବେଳେ ଘର ଭାଙ୍ଗିବା ସହ ଦମ୍ପତ୍ତିଙ୍କୁ ହାତୀ ଘୋଷାଡ଼ି ଆଣିଲା । ଆଉ ଏହି ହାତୀ ଆକ୍ରମଣ ଫଳରେ ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ତାଳଚେର ସନ୍ଥପଡା ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି । ସୂଚନା ଅନୁସାରେ ଉଭୟ ସ୍ଵାମୀ-ସ୍ତ୍ରୀ ଶୋଇଥିବା ବେଳେ ଏକ ଦନ୍ତା ହାତୀ ବିଳମ୍ବିତ ରାତିରେ ଆକ୍ରମଣ କରିଥିଲା । ଫଳରେ ସ୍ତ୍ରୀ କାଞ୍ଚନ ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ସ୍ଵାମୀ ମୁକୁନ୍ଦ ମୁଣ୍ଡାଙ୍କୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ସରାଙ୍ଗ ପଟରୁ ବ୍ରାହ୍ମଣୀ ନଦୀ ପାର ହୋଇ ଏକ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ସନ୍ଥପଡା ଆସିଥିଲେ । ହାତୀ ପଲରୁ ଏକ ଦନ୍ତା ହାତୀ ଘର ଭିତରେ ଶୋଇଥିବା ଦମ୍ପତ୍ତିଙ୍କୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ତାଳଚେର ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ହାତୀ ପଲଟି ନଦୀ ପାର ହୋଇ ପୁଣି ଢେଙ୍କାନାଳ ଜିଲ୍ଲାକୁ ଚାଲି ଯାଇଥିବା ସୂଚନା ରହିଛି । ବାରମ୍ବାର ହାତୀପଲ ରାତିରେ ଗାଁମୁହାଁ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । Advertisement
କୋଟିଏରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ, ବିଭିନ୍ନ ରାଜ୍ୟକୁ ହେଉଥିଲା ଚାଲାଣ- ଜଣଙ୍କୁ ଗିରଫ କଲା ପୁଲିସ ଛେଣ୍ଡିପଦା – ଓଡ଼ିଶାରେ ନିଶା କାରବାର ବିରୋଧରେ ସାରା ରାଜ୍ୟ ବ୍ୟାପି ଅଭିଯାନ “ଅପରେସନ ପ୍ରହାର ” ଜରିଆରେ ପୁଲିସ ତୀକ୍ଷ୍ଣ ନଜର ରଖିଛି l ଅନୁଗୋଳ…
ବିବାହ ପରେ ପରେ କନ୍ୟା ଫେରାର କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ବିବାହ ପରେ ବରକୁ ଛାଡି କନ୍ୟା ଅନ୍ୟ ଜଣଙ୍କ ସହିତ ଛୁ ମାରିଥିବା ଚର୍ଚ୍ଚା ବିଷୟ ପାଲଟିଛି…
ଟ୍ରକ ଚାପାରେ ମା ମୃତ , ଝିଅ ଗୁରୁତର ତାଳଚେର – ଝିଅକୁ ସ୍କୁଲ ନେଇ ଯିବା ବେଳେ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ବୋଇ କଟକ ସ୍ଥାନାନ୍ତରିତ…