ଆଞ୍ଚଳିକ ବଜ୍ରାଘାତରେ ମହିଳା ମୃତ Angul OnlineMay 7, 2021May 7, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କସଂମୁଣ୍ତା ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ସେହି ଗ୍ରାମର ଘନଶ୍ୟାମ ନାଏକଙ୍କ ପତ୍ନୀ ମାଳତୀ ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ , ଆଜି ସନ୍ଧ୍ୟାରେ ବର୍ଷା ପବନ ଆସିବା ବେଳେ ନିଜ ଆମ୍ବତୋଟାକୁ ଆମ୍ବ ସଂଗ୍ରହ କରି ପାଇଁ ଯାଇଥିଲେ । ତେବେ ସେହି ସମୟରେ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ କଣିହାଁ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । Advertisement
ଗାଡ଼ି ଧକ୍କାରେ ଭାଲୁ ମୃତ ଆଠମଲ୍ଲିକ – ଅନଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆମ୍ବପାଳ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ରାସ୍ତା ଅତିକ୍ରମ କରୁଥିବା ଏକ ଭାଲୁର ମୃତ୍ୟୁ…
ଶିକ୍ଷକଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଅନୁଗୁଳ – ଅନୁଗୁଳ ବ୍ଲକ୍ ଇଙ୍କରବନ୍ଧ ଗାଁର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପ୍ରଧାନ(୭୧)ଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି । କିଛିଦିନ…
ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବ ବିଧାୟକ ଅନୁଗୋଳ – ବିବାହ ବନ୍ଧନରେ ବାନ୍ଧି ହେଲେ ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ । ଆଜି ହିନ୍ଦୁ ରୀତି ନୀତି ଅନୁଯାୟୀ ଅନୁଗୋଳ ସ୍ଥିତ ଏକ…