ଅପରାଧ ଗଛରେ ଝୁଲୁଛି ମହିଳାଙ୍କ ମୃତଦେହ – ହତ୍ୟା ଅଭିଯୋଗ Angul OnlineJune 25, 2021June 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଶିବ ମନ୍ଦିର ପ୍ରାଙ୍ଗଣ ସ୍ଥିତ ଏକ ଚମ୍ପା ଗଛରେ ସକାଳେ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ମହିଳା ଲିଜାରାଣୀ ଦାସ ଏବଂ ଗଡସନ୍ତ୍ରୀ ପାଟଣାସାହିରୁ ହୋଇଥିବା ବେଳେ ସେ ହଣ୍ଡପା ଥାନା ଅନ୍ତର୍ଗତ ବଡ଼ବର ଗ୍ରାମର ସୁରେଶ ଦାସଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ । ଗତ କିଛି ମାସ ପୂର୍ବେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା । ଘର ଲୋକେ ବୁଝାସୁଝା କରିବା ପରେ ଘଟଣାର ସମାଧାନ ହୋଇଥିଲା । ତେବେ ଆଜି(ଶୁକ୍ରବାର) ଦିନ ୧୧ ଘଟିକା ସମୟରେ ଲିଜାଙ୍କ ମା ଦ୍ରୌପଦୀ ଦାସଙ୍କ ପାଖକୁ ମୃତ ଲିଜାଙ୍କ ଦିଅର ଫୋନ କରି , ତୁମ ଝିଅ ଗଡସନ୍ତ୍ରୀ ଗ୍ରାମ ଶିବ ମନ୍ଦିର ଠାରେ ଅଛି ଆସି କି ନେଇ ଯିବା ପାଇଁ କହିଥିଲେ । ଲିଜାଙ୍କ ମାଆ ଦ୍ରୌପଦୀ ସେଠାକୁ ଆସି ଲିଜାଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହି ଘଟଣା ପରେ ଲିଜାଙ୍କୁ ହତ୍ୟା କରା ଯାଇଥିବା ଦ୍ରୌପଦୀ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଅଁରପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଥିବା ଜଣାପଡିଛି । Advertisement
ପରିତ୍ୟକ୍ତ କୂଅରୁ ନବଜାତକର ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ପୁରୁଣାପାଣି ଗାଁର ଏକ ପରିତିକ୍ତ କୂଅରୁ ଏକ ନବଜାତକ ଶିଶୁର ମୃତଦେହ ଉଦ୍ଧାର କରା ଯାଇଛି । ସ୍କୁଲ…
ସ୍ୱତନ୍ତ୍ର ଟାସ୍କ ଫୋର୍ସର ଚଢାଉ – କୋଇଲା ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)ର ରେଡ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ରେଡ୍ କରିଥିଲା…
ଭୁଜାଲିରେ ହାଣି ଲୁଟି ନେଲେ ୨ ଲକ୍ଷ ଟଙ୍କା ଛେଣ୍ଡିପଦା – ଭୁଜାଲିରେ ଆକ୍ରମଣ କରି ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ଦୁବୁର୍ତ୍ତ । ଭୁଜାଲି ଆକ୍ରମଣରେ…