ମୁଖ୍ୟ ଖବର ଆମ୍ବତୋଟାରୁ ମହିଳାଙ୍କ ଗଳିତ ଶବ ଠାବ Angul OnlineApril 9, 2022April 9, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ଗାଁର ବଡବନ୍ଧ ଆମ୍ବତୋଟାରୁ ଏକ ଅଜଣା ମହିଳାଙ୍କ ଗଳିତ ଶବ ଶନିବାର ଠାବ କରାଯାଇଛି । ସୂଚନା ଅନୁସାରେ ତୁବେ ଗ୍ରାମର ବଡବନ୍ଧ ନିକଟସ୍ଥ ଆମ୍ବତୋଟାରେ ଜୈନେକ ମହିଳାଙ୍କର ଗଳିତ ମୃତ ଦେହ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ । ମହିଳାଙ୍କ ବେକରୁ ଏକ ରସି ଆମ୍ବଗଛରେ ଲଗିଥିବା ବେଳେ ମହିଳାଙ୍କ ଶରୀର ଅଧାଭାଗ ମାଟିରେ ଲଗିଛି । ମହିଳା ଜଣଙ୍କୁ କେହି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଛି ନା ମହିଳା ଜଣଙ୍କ ନିଜେ ଆତ୍ମହତ୍ୟା କରିଛନ୍ତ ତାହା ଜଣା ପଡି ନାହିଁ । ଶବଟି ଶଢି ଯାଇଥିବାରୁ ତାଙ୍କର ପରିଚୟ ମିଳିପାରି ନାହିଁ । ଏନେଇ ସ୍ଥାନୀୟ ଗ୍ରାମବାସୀ ଜରପଡା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ ଓ ପୁଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରୀ ରଖିଛନ୍ତି । ପୁଲିସ ପ୍ରାଥମିକ ତଦନ୍ତରୁ ମହିଳାଙ୍କ ମୃତ୍ୟୁ ୬ ରୁ ୭ ଦିନ ପୂର୍ବରୁ ହୋଇଥିବା ବେଳେ ବୟସ ୪୦ ରୁ ୪୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ମହିଳାଙ୍କ ପରିଚୟ ମିଳିପାରି ନଥିବାରୁ ଆସନ୍ତାକାଲି ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମ ଆସିବା ପରେ ମହିଳାଙ୍କ ଶବକୁ ପଂଚନାମା କରାଯିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ବ୍ୟବଛେଦ କରାଯିବ । ବ୍ୟବଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ହତ୍ୟା ଜଣାପଡିବ ବୋଲି ଥାନା ଅଧିକାରୀ ସରୋଜକାନ୍ତ ସାମଲ ପ୍ରକାଶ କରିଛନ୍ତି । Advertisement
ପୁଲିସ ଏ.ଏସ.ଆଇ.ଙ୍କ ଅକାଳ ବିୟୋଗ ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଥାନାରେ କାର୍ଯ୍ୟରତ ଏଏସ୍ଆଇ ନରେଶ ସିଂ ଙ୍କର ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…
ବଦଳିଲେ ଡିଆଇଜି ସାର୍ଥକ ଷଡଙ୍ଗୀ ଅନୁଗୁଳ – ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡଙ୍ଗୀଙ୍କ ବଦଳି ହୋଇଛି । ଗୃହ ବିଭାଗର ଚିଠି ଅନୁସାରେ ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ତଥା ଅନୁଗୁଳ ପୋଲିସ ଟ୍ରେନିଂ ସେଣ୍ଟରରୁ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ଅଭିଯୋଗ – ଚିକିତ୍ସା ଅବହେଳାରୁ ମୃତ ଶିଶୁ ଜନ୍ମ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ସାଂଘାତିକ ଅଭିଯୋଗ । ଚିକିତ୍ସା ଅଭାବରୁ ଚାଲିଗଲା ନବଜାତ ଶିଶୁର ଜୀବନ । ଏଭଳି ଅଭିଯୋଗ ଆଣିଛନ୍ତି…