ମୁଖ୍ୟ ଖବର ଆମ୍ବତୋଟାରୁ ମହିଳାଙ୍କ ଗଳିତ ଶବ ଠାବ Angul OnlineApril 9, 2022April 9, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ଗାଁର ବଡବନ୍ଧ ଆମ୍ବତୋଟାରୁ ଏକ ଅଜଣା ମହିଳାଙ୍କ ଗଳିତ ଶବ ଶନିବାର ଠାବ କରାଯାଇଛି । ସୂଚନା ଅନୁସାରେ ତୁବେ ଗ୍ରାମର ବଡବନ୍ଧ ନିକଟସ୍ଥ ଆମ୍ବତୋଟାରେ ଜୈନେକ ମହିଳାଙ୍କର ଗଳିତ ମୃତ ଦେହ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ । ମହିଳାଙ୍କ ବେକରୁ ଏକ ରସି ଆମ୍ବଗଛରେ ଲଗିଥିବା ବେଳେ ମହିଳାଙ୍କ ଶରୀର ଅଧାଭାଗ ମାଟିରେ ଲଗିଛି । ମହିଳା ଜଣଙ୍କୁ କେହି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଛି ନା ମହିଳା ଜଣଙ୍କ ନିଜେ ଆତ୍ମହତ୍ୟା କରିଛନ୍ତ ତାହା ଜଣା ପଡି ନାହିଁ । ଶବଟି ଶଢି ଯାଇଥିବାରୁ ତାଙ୍କର ପରିଚୟ ମିଳିପାରି ନାହିଁ । ଏନେଇ ସ୍ଥାନୀୟ ଗ୍ରାମବାସୀ ଜରପଡା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ ଓ ପୁଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରୀ ରଖିଛନ୍ତି । ପୁଲିସ ପ୍ରାଥମିକ ତଦନ୍ତରୁ ମହିଳାଙ୍କ ମୃତ୍ୟୁ ୬ ରୁ ୭ ଦିନ ପୂର୍ବରୁ ହୋଇଥିବା ବେଳେ ବୟସ ୪୦ ରୁ ୪୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ମହିଳାଙ୍କ ପରିଚୟ ମିଳିପାରି ନଥିବାରୁ ଆସନ୍ତାକାଲି ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମ ଆସିବା ପରେ ମହିଳାଙ୍କ ଶବକୁ ପଂଚନାମା କରାଯିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ବ୍ୟବଛେଦ କରାଯିବ । ବ୍ୟବଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ହତ୍ୟା ଜଣାପଡିବ ବୋଲି ଥାନା ଅଧିକାରୀ ସରୋଜକାନ୍ତ ସାମଲ ପ୍ରକାଶ କରିଛନ୍ତି । Advertisement
ସେଦିନ ମୋତେ ପାପ ଛୁଇଁଥିଲା – ସହିଦଙ୍କ ପତ୍ନୀ ଶିବାଙ୍ଗୀ ଅନୁଗୁଳର ଯୋଦ୍ଧା ସନ୍ତାନ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇସାରିଛି । ପତ୍ନୀ ଶିବାଙ୍ଗୀ ସିଂହ ପ୍ରଥମଥର ପାଇଁ ଅନୁଗୁଳ ଅନଲାଇନକୁ ପ୍ରତିକ୍ରିୟା ଦେଇଛନ୍ତି ।…
ତାଳଚେରର ପୁଅ – ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ଅନୁଗୁଳ – ୟୁପିଏସସି ପରୀକ୍ଷାରେ ଝଟକିଛନ୍ତି ଅନୁଗୁଳ ଜିଲ୍ଲା ତାଳଚେରର ପୁଅ ଅନିମେଶ ପ୍ରଧାନ । ୧ ହଜାର ୧୬ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଦ୍ବିତୀୟ ସ୍ଥାନରେ ବାଜି…
ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ ତାଳଚେର – ତାଳଚେର ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଓ ଡାକ୍ତରଖାନା ଖୋଲିବା ଦାବିରେ ଆଜି ତାଳଚେରରେ ୧୨ ଘଣ୍ଟିଆ ଡାକରା ଦିଆ…