ମନୋରଞ୍ଜନ ବିଶ୍ଵ ନାଟ୍ୟ ଦିବସ ପାଳିତ Angul OnlineMarch 29, 2022March 29, 2022 ଅନୁଗୁଳ – ଅନୁଗୁଳ କଳାକାର ଭବନ ଠାରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି । କବୟିତ୍ରୀ ଇନ୍ଦିରା ଦାଶଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି, ଡା ଶାନ୍ତନୁ କୁମାର ସର ମୁଖ୍ୟ ବକ୍ତା ଏବଂ ନାଟ୍ୟ ନିର୍ଦ୍ଦେଶକ ନବଦୀପ ମହାଳିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସଭାରେ ଆଜି ନାଟକରେ ସମସ୍ୟା ଓ ଏହାର ସମାଧାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବସନ୍ତ ଦାସ , ବିଭୂତି ଶତପଥୀ,ବିଜୟ ଦାସ ରାଧାକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କଳାକାରର ସଭାପତି ଭୂପେଶ ପ୍ରଧାନ ଉପସଭାପତି ଦେବବ୍ରତ ପଟ୍ଟନାୟକ,ସମ୍ପାଦକ ବିଭୂତି ମହାପାତ୍ର, ସହସମ୍ପାଦକ ପ୍ରଶାନ୍ତ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । Advertisement
ଅନୁଗୁଳ ମହୋତ୍ସବ – ତିନି ଦିନ ଧରି ଝୁମିବେ ଅନୁଗୁଳବାସୀ ଅନୁଗୁଳ – ତିନି ଦିନର ମହୋତ୍ସବରେ ଚଳଚଞ୍ଚଳ ହୋଇ ଉଠିବ ଅନୁଗୁଳ ସହର । ୮ ତାରିଖ ଉଦଘାଟନୀ ସନ୍ଧ୍ୟାରେ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟେବିନ ବେନ…
ଜମିଲାଣି ମା ବାସନ୍ତୀଙ୍କ ପୂଜା ଉତ୍ସବ ଅନୁଗୁଳ – ଆଜିଠାରୁ ଆରମ୍ଭ ହୋଇ ଯାଇଛି ମା ବାସନ୍ତୀ ଦୂର୍ଗାଙ୍କ ପୂଜା । ଏଥିପାଇଁ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆରେ କମିଟି ପକ୍ଷରୁ ୧୯ ତମ…
ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା ଅନୁଗୁଳ – ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା…