ମନୋରଞ୍ଜନ ବିଶ୍ଵ ନାଟ୍ୟ ଦିବସ ପାଳିତ Angul OnlineMarch 29, 2022March 29, 2022 ଅନୁଗୁଳ – ଅନୁଗୁଳ କଳାକାର ଭବନ ଠାରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି । କବୟିତ୍ରୀ ଇନ୍ଦିରା ଦାଶଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି, ଡା ଶାନ୍ତନୁ କୁମାର ସର ମୁଖ୍ୟ ବକ୍ତା ଏବଂ ନାଟ୍ୟ ନିର୍ଦ୍ଦେଶକ ନବଦୀପ ମହାଳିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସଭାରେ ଆଜି ନାଟକରେ ସମସ୍ୟା ଓ ଏହାର ସମାଧାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବସନ୍ତ ଦାସ , ବିଭୂତି ଶତପଥୀ,ବିଜୟ ଦାସ ରାଧାକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କଳାକାରର ସଭାପତି ଭୂପେଶ ପ୍ରଧାନ ଉପସଭାପତି ଦେବବ୍ରତ ପଟ୍ଟନାୟକ,ସମ୍ପାଦକ ବିଭୂତି ମହାପାତ୍ର, ସହସମ୍ପାଦକ ପ୍ରଶାନ୍ତ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । Advertisement
ଧୁମଧାମରେ ପାଳନ ହେଉଛି ମା ବାସନ୍ତୀ ପୂଜା ଅନୁଗୋଳ – ଅନୁଗୋଳ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେଆଜି…
ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ନୃତ୍ୟ ପରିବେଷଣ କରିବ ଅନୁଗୁଳ ନୃତ୍ୟ ନୀଳୟ ଅନୁଗୁଳ – ଆଗାମୀ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଦେଶର ରାଷ୍ଟ୍ରପତି ଏବଂ ଅନ୍ୟ ଗଣମାନ୍ୟ ଅତିଥୀଙ୍କ ସମ୍ମୁଖରେ ଅନୁଗୁଳର ନୃତ୍ୟ ନୀଳୟର ସଦସ୍ୟ ସଦସ୍ୟା…
ଚଳଚ୍ଚିତ୍ର ଦେଖିଲେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ ଅନୁଗୁଳ – ଓଡ଼ିଆ ସିନେମା ଶିଳ୍ପରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଫିଲ୍ମ ଦମନ । ସିନେମା ହଲରୁ ଦର୍ଶକ ମୁହଁ ଫେରାଉଥିବାବେଳେ ଏହି ଫିଲ୍ମ ଓଡିଶାରେ…