ମୁଖ୍ୟ ଖବର ଚିନ୍ତା ବଢ଼ାଉଛି ଡେଙ୍ଗୁ – ଜିଲ୍ଲାରେ ପାଞ୍ଚ ରୋଗୀ ଚିହ୍ନଟ Angul OnlineAugust 7, 2023August 7, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହା ଏବେ ସ୍ୱାସ୍ଥ୍ୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜି ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟ ହୋଇଥିବା ସମସ୍ତ ଟେଷ୍ଟରୁ ୫ ଜଣ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ପୂର୍ବରୁ ଢେଙ୍କାନାଳ ଜିଲ୍ଲାରୁ ଜଣେ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ରୋଗୀଙ୍କ ନମୁମା ଅନୁଗୁଳରେ ପୋଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ବଅଁରପାଳରୁ ଜଣେ ଓ ରାଜକିଶୋରନଗରରୁ ଜଣେ ରୋଗୀ ଭୁବନେଶ୍ୱରରେ ରହୁଥିବା ବେଳେ ଜ୍ୱର ହେବାରୁ ଘରକୁ ଆସିଥିଲେ । ଆଉ ସେମାନେ ମଧ୍ୟ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣା ପଡିଥିଲା । ଆଜି ପୁଣି ଆଉ ଜଣେ ରୋଗୀଙ୍କର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ନମୁନା ପରୀକ୍ଷା ହୋଇଥିଲା । ସେ ଛେଣ୍ଡିପଦା ବାହାଳସାହିର ବାସିନ୍ଦା ହୋଇଥିବା ବେଳେ ଭୁବନେଶ୍ୱରରେ ରହୁଥିବା ଜଣା ପଡ଼ିଛି । Advertisement
ମୋଟରସାଇକେଲକୁ ପିଟିଲା ବସ – ସ୍ବାମୀ ସ୍ତ୍ରୀଙ୍କ ସମେତ ତିନି ଗୁରୁତର ଅନୁଗୁଳ – ଅନୁଫୁଳ ସଦର ଥାନା ଅନ୍ତର୍ଗତ ବୃନ୍ଦାବନ ହୋଟେଲ୍ ନିକଟରେ ସରକାରୀ ବସ ଧକ୍କାରେ ସ୍ବାମୀ ସ୍ତ୍ରୀଙ୍କ ସମେତ ତିନି ଜଣ ଗୁରୁତର ହୋଇଛନ୍ତି ।…
୫୫ ନମ୍ବର ଜାତୀୟ ରାଜପଥରେ ପୁଣି ଗଡ଼ିଲା ମୁଣ୍ଡ ଅନୁଗୁଳ – ଜାତୀୟ ରାଜପଥ ୫୫ ପୁଣି ନେଲା ଜୀବନ । ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତକ କରଡାଗାଡ଼ିଆ ଗାଁର କାଶୀନାଥ…
ଜାତୀୟ ରାଜପଥର ଦୁରାବସ୍ଥା ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିବା ସହ ବସରେ କଳା ପତାକା ଅନୁଗୁଳ – ଅନୁଗୁଳରୁ କଟକ ୫୫ ନମ୍ବର ଜାତୀୟ ରାଜପଥ ଦୀର୍ଘ ଦିନରୁ ଶୋଚନୀୟ ଅବସ୍ଥାରେ ଥିବାରୁ ଏହି ରାଜପଥର ମରାମତି ଦାବି କରିଛି ରାଜ୍ୟ ଘରୋଇ…