ମୁଖ୍ୟ ଖବର କ୍ୱାକଙ୍କ ଚିକିତ୍ସାରେ ଯୁବକ ମୃତ୍ୟୁ – ଘଟଣାକୁ ନେଇ ଉତ୍ତେଜନା Angul OnlineAugust 6, 2023August 6, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବନ୍ତୁଲ ଗାଁରେ ସ୍ଥାନୀୟ ଜଣେ କ୍ୱାକଙ୍କ ଚିକିତ୍ସାରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏନେଇ ଉତ୍ତେଜନା ଦେଖାଦେଇଛି । ପରିବାର ଲୋକଙ୍କ ସୂଚନା ଅନୁସାରେ, ଗାଁର ବସନ୍ତ ସାହୁଙ୍କ ପୁଅ ସୁଶାନ୍ତ ସାହୁ(୩୫) ଭୁବନେଶ୍ବରରେ ଇଲେକଟ୍ରିକାଲ ମିସ୍ତ୍ରୀ ଭାବେ କାମ କରନ୍ତି । ତାଙ୍କୁ ଜ୍ଵର ହେବାରୁ ଗାଁକୁ ଆସିଥିଲେ । ତେବେ ଗାଁରେ ପାଇକସାହି ହାଟପଦାରେ ଔଷଧ ଦୋକାନ କରିଥିବା ଜଣେ ଦୋକାନୀଙ୍କଠାରୁ ଔଷଧ ଖାଉଥିଲେ। କିନ୍ତୁ ଜ୍ବର ନ କମିବାରୁ ପାଇକସାହିର ସେହି ଔଷଧ ଦୋକାନୀ ରବିବାର ସକାଳେ ସୁଶାନ୍ତଙ୍କ ଭେନ୍ ରେ ୨ଟି ଇଞ୍ଜେକ୍ସନ ଦେଇଥିଲେ । ଏହି ଇଞ୍ଜେକସନ ଦେବା କ୍ଷଣି ସୁଶାନ୍ତ ଅଧିକ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଖବର ପାଇବାପରେ ଅନୁଗୁଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି । କ୍ୱାକ ର ତ୍ରୁଟିପୂର୍ଣ୍ଣ ଚିକିତ୍ସା ସହିତ ଶବ ବ୍ୟବଚ୍ଛେଦ ଡେରି ହେବାରୁ ସୁଶାନ୍ତଙ୍କ ପରିବାର ଲୋକେ ଡାକ୍ତରଖାନା ରେ ହୋ ହାଲ୍ଲା କରିଥିଲେ । ଖବର ପାଇ ଅନୁଗୁଳ ପୋଲିସ ବୁଝା ଶୁଝା କରି ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରିଥିଲା । ଏହାପରେ ପରିବାର ଲୋକେ ସୁଶାନ୍ତଙ୍କ ଶବକୁ ନେଇ ପାଇକସାହି ଔଷଧ ଦୋକାନ ସାମ୍ନାରେ ଶବକୁ ରଖି କ୍ଷତିପୂରଣ ଦାବିରେ ବିକ୍ଷୋଭ କରିଥିଲେ । କ୍ଷତିପୂରଣ ଦିଆଯିବାର ପ୍ରତିଶ୍ରୁତି ପାଇବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ , ବାପା-ପୁଅ ଗିରଫ ଅନୁଗୁଳ – ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେବା ଆଉ ଟଙ୍କା ଫେରସ୍ତ ମାଗିବା ବେଳେ ଗାଳିଗୁଲଜ କରିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି…
ଶୋଭାଯାତ୍ରା ହେଲା ଶେଷଯାତ୍ରା – ଘଟଣାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ଅନୁଗୁଳ – ପେଟ୍ରୋଲ , ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଅନୁଗୁଳ ଜିଲ୍ଲାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ବିକ୍ଷୋଭ…
ହଷ୍ଟେଲ ଫି ଆଦାୟକୁ ବିରୋଧ – ରାସ୍ତାରେ ବସିଲେ ଛାତ୍ରୀ ଅନୁଗୁଳ – ଅନୁଗୁଳ ସରକାରୀ ମହାବିଦ୍ୟାଳୟର ହଷ୍ଟେଲ ଫି‘କୁ ନେଇ କଲେଜ ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଗ୍ରୀମ ଫି ଆଦାୟକୁ ବିରୋଧ କରି…