ଅପରାଧମୁଖ୍ୟ ଖବର ଯୁବକଙ୍କୁ ଗଳା କାଟି ହତ୍ୟା Angul OnlineJanuary 31, 2021January 31, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ ଯୁବକଙ୍କ ତଣ୍ଟି କଟାଯିବା ଦାଗ ରହିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି । ସୂଚନା ଅନୁସାରେ ବନ୍ତଳା ବଜାର ହାଟ ପଛ ପାଖ ମରାମୁଣ୍ଡାରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତକ ଜଣଙ୍କ ବନ୍ତଳା ବଜାରର କାଶୀନାଥ ବେହେରା(୩୫) ବୋଲି ଜଣାପଡିଛି । ଗତକାଲି ରାତି ପ୍ରାୟ ୮ ବେଳକୁ କାଶୀନାଥ ପରିସ୍ରା କରିବାକୁ କହି ଘରୁ ବାହାରି ଆସିଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ । ପରିବାର ଲୋକେ ଆଜି ସକାଳେ ତାଙ୍କୁ ଖୋଜାଖୋଜି କରିଥିଲେ । ଆଜି(ରବିବାର) ମଧ୍ୟାହ୍ନ ସମୟରେ ଚଣା କ୍ଷେତରେ ଗାଁର କିଛି ଛୋଟ ପିଲା ଚଣା ଖାଇବାକୁ ଯାଇଥିବା ବେଳେ ସେଠାରେ କାଶୀନାଥଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ବନ୍ତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାଡ୍ ସହାୟତାରେ ପୁଲିସ ତଦନ୍ତ ଜାରିରଖିଛି । ସୂଚନା ଅନୁଯାୟୀ, କାଶୀନାଥ ମଜୁରୀ ଲାଗି ନିଜ ପରିବାର ଚଳାଏ । ତେବେ କିଏ ଓ କାହିଁକି କାଶିନାଥଙ୍କୁ ଏଭଳି ଗଳା କାଟି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ । Advertisement
ଜୁଆଆଡା ଉପରେ ପୁଲିସର ଚଢ଼ାଉ, ୩ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିପଟା ମେଡିକାଲ ପଛପଟେ ଚଢ଼ାଉ କରି ଟଙ୍କା ସହିତ ୩ ଜଣ…
ମେଡିସିନ ରିପ୍ରେଜେଣ୍ଟିଭଙ୍କୁ କଟୁରୀରେ ହାଣି ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବୁଢାପାଳ- ଛେଣ୍ତିପଦା ଜାତୀୟ ରାଜପଥ ୧୫୩(ବି)ର ନୂଆପଡା ଗାଁ ନିକଟରେ ଥିବା କାଜୁ ବଗିଚା ଠାରୁ ଜଣେ ମେଡିସିନ…
ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଗ୍ରାମରେ ଯୌତୁକ ପାଇଁ ଜଣେ ବୋହୂକୁ ଶାଶୁ ଘର ଲୋକ ମାରି ଦେଇଥିବା ଅଭିଯୋଗ ହୋଇଛି…