ଗଞ୍ଜେଇ ଜବତ – ଜଣେ ଗିରଫ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପୁଲିସ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପାଇ ଚଢ଼ାଉ କରିଥିବା ବେଳେ ୧୧ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଜବତ ସହିତ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ଯୁବକ ଜଣଙ୍କ ହେଲେ ନୂଆଗାଁ ବୀଣାପାଣି ସାହିର ଅଜୟ ନାଏକ । 

ସୂଚନା ଅନୁସାରେ, ନୂଆଗାଁ ଅଞ୍ଚଳର ଅଜୟ ନାଏକ ବେଆଇନ ଗଞ୍ଜେଇକୁ ବିକ୍ରି କରିବାପାଇଁ ବାଗଡିଆ ମାଝୀମୁଣ୍ଡାରୁ ବରନାଳି ଗାଁକୁ ଯାଇଥିବା ରାସ୍ତାରେ ଯାଉଥିବା ବେଳେ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ପୁଲିସ ଏକ ବସ୍ତାରେ ଥିବା ଗଞ୍ଜେଇକୁ ଜବତ କରିବା ସହିତ ଅଜୟ ନାଏକଙ୍କୁ ଗିରଫ କରିଥିଲେ । ଜବତ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ସାମନାରେ ଓଜନ କରିବା ପରେ ବସ୍ତାରେ ୧୧ କିଗ୍ରା ଗଞ୍ଜେଇ ଥିବା ଜଣାପଡ଼ିଥିଲା । ଏନେଇ ବାଗଡିଆ ଥାନା ପୁଲିସ କେସ ନଂ ୧୮୪/୨୫ରେ ଏନଡିପିଏସ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହିତ ଅଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Advertisement

Leave a Reply

Your email address will not be published. Required fields are marked *