ମୁଖ୍ୟ ଖବର ସାପ କାମୁଡାରେ ଯୁବକ ମୃତ (ଭିଡିଓ) Angul OnlineSeptember 8, 2022September 8, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳରେ ଆଜି ସାପ କାମୁଡାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମରୁତ ଯୁବ,କ ଜଣଙ୍କ ସେହି ଅଞ୍ଚଳର ୧୮ ବର୍ଷୀୟ ଲିପୁନ ସାହୁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ବଇଣ୍ଡାର ଏକ ଗ୍ୟାରେଜ ରେ କାମ କରୁଥିବା ଲିପୁନ ଏବଂ ଅନ୍ୟ ୫ ଜଣ କାମ ସାରି ଖଟରେ ଶୋଇଥିଲେ । ତେବେ ରାତିରେ ଶୋଇଥିବା ବେଳେ ଏକ ଚିତି ସାପ ମଝିରେ ଶୋଇଥିବା ଲିପୁନଙ୍କୁ କାମୁଡି ଦେଇଥିଲା । ଶାପ କାମୁଡିବା ପରେ ଅନ୍ୟମାନେ ଲିପୁନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ବେଳେ ଆଠଗଡ ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସାପଟି ଲିପୁନକୁ କାମୁଡି ସାରିବା ପରେ ସେଇଠି ବୁଲୁଥିବାର ଏକ ଭିଡିଓ ଆମର ଅହସ୍ତଗୟତ ହୋଇଛି । ଦେଖନ୍ତୁ କିଭଳି ବୁଲୁଛି ସାପ । https://angulonline.com/odia/wp-content/uploads/2022/09/WhatsApp-Video-2022-09-08-at-18.41.01.mp4 Advertisement
ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରିରୁ ହେଲେ ବିଦା ଅନୁଗୁଳ – ସରକାରଙ୍କ ବିଭିନ୍ନ ବିଭାଗରେ ଜାଲ ଜାତିଗତ ପ୍ରମାଣପତ୍ରରେ ସରକାରୀ ଚାକିରି କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଉଛି । ଏପରିସ୍ଥଳେ ଅନୁଗୁଳ ଜିଲ୍ଲା…
ଜମିହରାଙ୍କୁ ମିଳିନି କ୍ଷତିପୂରଣ – ତିନି ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦେଲେ ଉଚ୍ଚ ନ୍ୟାୟାଳୟ ଅନୁଗୋଳ – ଜଳ ସେଚନ ପ୍ରକଳ୍ପ ପାଇଁ ଜମି ହରାଇଲେ । ତେବେ ସେହି କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଏ ଯାଏଁ କ୍ଷତିପୂରଣ ମିଳିଲା ନାହିଁ ।…
ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ ଅନୁଗୋଳ – ଅନୁଗୋଳ ଜିଲ୍ଲା ମରାତିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ବିଦ୍ୟାଳୟ ଗେଟରେ ତାଲା ପକାଇଥିଲବ…