ମୁଖ୍ୟ ଖବର ବନ ବିଭାଗ ଅଧିକାରୀଙ୍କ ଗାଡି ଧକ୍କାରେ ଯୁବକ ମୃତ – ଉତ୍ତେଜନା Angul OnlineNovember 8, 2022November 8, 2022 ଅନୁଗୁଳ – ରେଞ୍ଜ୍ ଅଧିକାରୀଙ୍କ ଗାଡି ଧକ୍କାରେ ୱାଚର ମୃତ। ପୁରୁଣାକୋଟ ଥାନା ପୁରୁଣାକୋଟ ଗୋପାଳପୁର ଗାଁର ସମ୍ବିତ ଦାସ ତରଭା ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଅନୁଗୁଳ ପଟୁ ଆସୁଥିବା ଟିକରପଡା ରେଞ୍ଜ୍ ଅଧିକାରୀଙ୍କ ଗାଡି ଧକ୍କା ଦେଇଥିଲା । ଫଳରେ ସମ୍ଵିତଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ପୁରୁଣାକୋଟ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ପ୍ରାୟ ୪-୫ ଘଣ୍ଟା ରାସ୍ତା ରୋକ ପରେ ବନ ବିଭାଗ ଅଧିକାରୀ ମାନେ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ସୂଚନା ଅନୁସାରେ, ଗୋପାଳପୁର ଗାଁର ୨୪ ବର୍ଷୀୟ ଯୁବକ ସମ୍ବିତ ଦାସ ଗତ ୬ ମାସ ହେବ ପମ୍ପାସର ରେଞ୍ଜ ଅଧୀନରେ ୱାଚର ଭାବେ କାମ କରୁଥିଲେ । ସୋମବାର ରାତି ୧୧ଟାରେ ସମ୍ଵିତ ତରଭା ଛକରେ ପେଟ୍ରୋଲିଂ କରୁଥିବା ସମୟରେ ଅନୁଗୁଳ ପଟୁ ଆସୁଥିବା ଟିକରପଡା ରେଞ୍ଜ୍ ଅଧିକାରୀଙ୍କ ଗାଡି ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସମ୍ବିତ ଗୁରୁତର ହୋଇ ପଡିଥିବା ବେଳେ ସାଥୀ ୱାଚରମାନେ ସମ୍ଵିତଙ୍କୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ସମ୍ଵିତଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଏନେଇ ପୁରୁଣା କୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏହି ଘଟଣାକୁ ନେଇ ମଙ୍ଗଳବାର ପୁରୁଣାକୋଟ ଗ୍ରାମବାସୀ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରୀ ଦାବିରେ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ପୁରୁଣାକୋଟ ପୋଲିସ ଓ ବନ ବିଭାଗ ଅଧିକାରୀ ମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ରାସ୍ତାରୋକ ଫଳରେ ଟିକରପଡ଼ାକୁ ଆସୁଥିବା ପର୍ଯ୍ୟଟକମାନେ ପମ୍ପାସର ନିକଟରେ ଅଟକି ରହିଥିଲେ । ତେବେ ପରେ ବନ ବିଭାଗ ଅଧିକାରୀମାନେ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଓ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା । https://angulonline.com/odia/wp-content/uploads/2022/11/VID-20221108-WA0002.mp4 Advertisement
ବିନା କାମରେ ବିଲ ଘଟଣା – କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଓ ସହକାରୀ ଯନ୍ତ୍ରୀଙ୍କୁ ଦାୟିତ୍ଵରୁ ଅପସାରିତ ପାଲଲହଡ଼ା – ଅନଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ବରଡିହ ପଞ୍ଚାୟତର ଶିଲପଳା ଗାଁରେ ବିନା କାମରେ ଲକ୍ଷାଧିକ ଟଙ୍କା ହଡପ କରିବାକୁ ସରକାରି ବାବୁ ମାନେ ପଛ…
ବିଦ୍ୟୁତ ଆଘାତରେ ଭାଇ ମୃତ ଓ ଭଉଣୀ ଗୁରୁତର ଆହତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗାଁ ମହାରଣାସାହିରେ ସୋମବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଭାଇର ମୃତ୍ୟୁ ହୋଇ ଥିବା ବେଳେ ଉଦ୍ଧାର କରିବାକୁ ଯାଇ ଭଉଣୀ…
ଫାଶରେ ପଡିଲା ବାଘ – ଟ୍ରାଙ୍କୁଲାଇଜ କରି ଉଦ୍ଧାର କଲା ବନବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗ୍ରାମ ନିକଟରେ ଏକ କଲପତରିଆ ବାଘ ଶିକାରୀଙ୍କ ଫାସରେ ପଡିଥିବା ପଡିଥିବା ବନ ବିଭାଗର…