ମୁଖ୍ୟ ଖବରସ୍ୱାସ୍ଥ୍ୟ ୧୦ ମାସ ପରେ ଜିଲ୍ଲାରେ ଜିରୋ କୋଭିଡ ଚିହ୍ନଟ Angul OnlineFebruary 4, 2021February 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବିଗତ ୧୦ ମାସ ପରେ ଆଜି (ଗୁରୁବାର) କେହି କରୋନା ପଜିଟିଭ ଚିହ୍ନଟ ହୋଇନଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ଆଜି ( ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଅନ୍ୟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୩୪ ରେ ରହିଛି । ଆଜି ଅନୁଗୁଳ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣା ପଡିଛି । ଏହି ୪ ଜଣ ହୋମ ଆଇସୋଲେସନ ରେ ଥିବା ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୨୫୦୨ ଜଣ କାରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨୧୬୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ଆଉ ମାତ୍ର ୪୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ଜିଲ୍ଲାରୁ ୩୭ ଜଣ କାରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣା ପଡିଛି । Advertisement
ମୋଟରସାଇକେଲ ଉପରେ ଚଢିଗଲା ବସ – ଜଣେ ମୃତ , ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ-୫୫ର ସଦର ଥାନା ମୁଷାପାପୁଲିଠାରେ ଏକ ମର୍ମନ୍ତୁତ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ସହ…
ଖସି ପଡିଲା ବ୍ରିଟିସ ଅମଳର ପୋଲ – ଲୁହା ଚୋରି ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଭୁଷୁଡିଲା ଛେଣ୍ଡିପଦା – ଅନୁଗୁଳ ଜିଲା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ନିକଟରେ ସିଙ୍ଗିଡା ନଦୀରେ ସ୍ୱାଧିନତା ପୂର୍ବରୁ ନିର୍ମିତ ପୋଲ ଭୁସୁଡି ପଡିଛି ।…
ଫରେଷ୍ଟର ପରିଚୟ ଦେଇ ପୁଲିସକୁ ଧମକ – ଯୁବକ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା ସମଲ ଥାନା ପୁଲିସକୁ ଫରେଷ୍ଟର ପରିଚୟ ଦେଇ ଫୋନ କରିବା ସହ ହଇରାଣ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ସମଲ ପୁଲିସ…