ଆଞ୍ଚଳିକ ଗୋଟିଏ ଦିନରେ ୪୫ ହଜାର ଜୋରିମନା – ମୋଦୀ କଲେକ୍ସନ ୫ ଦିନ ପାଇଁ ସିଲ Angul OnlineMay 4, 2021May 4, 2021 ଅନୁଗୁଳ – କୋଭିଡ ନିୟମ ପାଳନ ନ କରିବା ଯୋଗୁଁ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପ୍ରଶାସନ । ଜିଲ୍ଲାରେ କାରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଯୋଗୁଁ ସମସ୍ତ ଦୋକାନରେ ସାମାଜିକ ଦୂରତା ରକ୍ଷା କରିବା ସହ ମା‘ସ୍କ ପିନ୍ଧିବା ଓ ଅନ୍ୟାନ୍ୟ କୋଭିଦ କଟକଣା ମାଣିବାକୁ ବାଧ୍ୟ କରା ଯାଇଛି । ଏହା ସତ୍ବେ ସୋମବାର ଏହି ମୋଦୀ କଲେକ୍ସନରେ ପ୍ରବଳ ଭିଡ ହୋଇଥିଲା । ଅଧିକାଂଶ ଲୋକ ମାସ୍କମଧ୍ୟ ପିନ୍ଧି ନଥିଲେ । ଦୋକାନରେ ଥିବା ଭିଡ ଯୋଗୁଁ ସାମାଜିକ ଦୂରତାକୁ ଲୋକ ଫୁ କରି ଦେଇଥିଲେ । ଖବର ପାଇ ପୁଲିସ ଓ ପ୍ରଶାସନ ଚଢଉ କରି ଦୋକାନକୁ ୫ ଦିନ ପାଇଁ ସିଲ୍ କରି ଦେଇଛନ୍ତି । ସେହିପରି ଅନୁଗୁଳ ଉପଖଣ୍ଡରେ କୋଭିଡ ନିୟମ ଭଙ୍ଗ କରୁଥିବା ବିଭିନ୍ନ ଲୋକଙ୍କ ପାଖରୁ ୪୫ ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଛି । Advertisement
ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅନୁଗୁଳ ଆସିବେ ଅନୁଗୁଳ – ଆଗାମୀ ଅଗଷ୍ଟ କୋଡିଏ ତାରିଖରେ ସର୍ବୋଦୟ ବିଚାରର ଯୁବ ବାହିନୀ ରାଷ୍ଟ୍ରୀୟ ଯୁବ ସଂଗଠନର ପ୍ରାଦେଶିକ କାର୍ଯ୍ୟକାରିଣୀ ଅନୁଗୁଳସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ…
ଧର୍ମେନ୍ଦ୍ର ପ୍ରଧନଙ୍କ ଘର ଆଗରେ ବିକ୍ଷୋଭ କଲେ ଶିକ୍ଷକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୈତୃକ ଘର ଆଗରେ ଆନ୍ଦୋଳନରେ ବସିଥିଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ । ଢେଙ୍କାନାଳ ଜିଲ୍ଲାରୁ…
ରାସ୍ତାରେ ବୁଲୁଥିବା ନାବାଳକକୁ ଉଦ୍ଧାର କଲେ ଶିଶୁ ସୁରକ୍ଷା ଅଧିକାରୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ରାସ୍ତାରେ ଗଲା ବେଳେ ଜଣେ ନାବାଳକକୁ ଉଦ୍ଧାର କରି ଶିଶୁ ମଙ୍ଗଳ…