ଅପରାଧ ମୋବାଇଲ ଚୋରି ଅଭିଯୋଗରେ କକା-ପୁତୁରା ଗିରଫ Angul OnlineAugust 1, 2021August 1, 2021 ଅନୁଗୁଳ – ଅନୁଗୁଳ ସାପ୍ତାହିକ ହାତରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଅନୁଗୁଳ ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ପଶ୍ଚିମବଙ୍ଗ ଜିଜୁଦାରୁ ଗାଁର ଗୁହୀରାମ ଚୌଧୁରୀ ଓ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ପୁତୁରା ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ଚାରୋଟି ମୋବାଇଲ ଜବତ କରା ଯାଇଛି । ସୂଚନା ଅନୁସାରେ ଘୁଞ୍ଚାପାଳ ଗାଁ ର ବିଷ୍ଣୁ ନାଏକ ନାମକ ଜଣେ ବ୍ୟକ୍ତି ହାଟ କରିବାକୁ ଯାଇଥିବା ବେଳେ ତାଙ୍କ ମୋବାଇଲ ଚୋରି ହୋଇ ଯାଇଥିବା ସେ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏ ନେଇ ତଦନ୍ତ କରିବା ପରେ ଗୁହୀରାମ ଚୌଧୁରୀ ଓ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ପୁତୁରାକୁ ଧରିବାରେ ସଫଳ ହେବା ସହ ୪ ଟି ଚୋରା ମୋବାଇଲ ଜବତ କରିଥିଲା । Advertisement
ଗଞ୍ଜେଇ ପରେ ଅଫିମ ଚାଷ ପୁଲିସର ଚିନ୍ତା – ୨ ଏକର ଜମିରୁ ଅଫିମ ଗଛ ନଷ୍ଟ ପାଲଲହଡ଼ା – ଅନୁଗୁଳ ଜିଲ୍ଲାରେ ଗଞ୍ଜେଇ ଚାଷ ପରେ ଏବେ ଅଫିମ ଚାଷ ପୁଲିସର ଚିନ୍ତା ବଢାଇଛି । ଶୁକ୍ରବାର ଅନୁଗୁଳ ଜିଲ୍ଲା ଉପାନ୍ତ ଅଞ୍ଚଳ ଭାବେ…
୪ ଲୁଟେରା ଗିରଫ – ବନ୍ଧୁକ , ଗୁଳି ଓ ସୁନା ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ପୁଲିସର ନିଦ ହଜାଇ ଦେଇଥିବା ଏକ ଲୁଟେରା…
ଦମ୍ପତିଙ୍କୁ ତାଲା ପକାଇ ଟଙ୍କା ଲୁଟି ନେଲେ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି ଗ୍ରାମ ବେହେରାସାହିରୁ ବିଳମ୍ୱିତ ରାତିରେ ଦାମ୍ପତିଙ୍କୁ ତାଲା ପକାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା…