ମୁଖ୍ୟ ଖବର ବଜ୍ରପାତରେ ୨ ମୃତ ଜଣେ ଆହତ Angul OnlineMay 3, 2023May 3, 2023 ପାଲଲହଡ଼ା – ଅନୁଗୋଳ ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି । ମୃତ ଦୁଇଜଣ ହେଲେ ସହରଗୁରୁଜାଙ୍ଗ ଗ୍ରାମର ମଦନ ସାହୁ ( ୪୬ ) ଏବଂ ଧନେଶ୍ବର ଦେହୁରୀ । ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମ ଠାରେ ତିନି ଜଣ ଯୁବକ ନିଜ ଜମିରେ ଜେସିପି ସାହାଯ୍ୟରେ ଜମି ମରାମତି ହେଉଥିବା କାର୍ଯ୍ୟ ଜମି ହୁଡାରେରେ ଠିଆ ହୋଇ ଦେଖୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ସହରଗୁରୁଜାଙ୍ଗ ଗ୍ରାମର ଗଣେଶ୍ବର ସାହୁଙ୍କ ପୁଅ ମଦନ ସାହୁ ଏବଂ ଅର୍ଜୁନା ଦେହୁରୀଙ୍କ ପୁଅ ଧନେଶ୍ବର ଦେହୁରୀ ( ୫୦ ) ଗୁରୁତର ହୋଇଥିବା ବେଳେ ବିପିନ ସାହୁ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ମଦନ ଓ ଧନେଶ୍ବରଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । Advertisement
ଏସ.ପି. ଅଫିସ ସମ୍ମୁଖରୁ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଛି । ଜାତୀୟ ରାଜପଥ ୫୫ କଡରେ ଥିବା…
ଜାତୀୟ ରାଜପଥ ୧୪୯ ନମ୍ବରରେ ଗାଡି ଚଳାଚଳ ନେଇ ଲାଗୁ ହେଲା କଟକଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ ନମ୍ବରରେ ଗାଡି ଚଳାଚଳ ନେଇ କଟକଣା ଲଗା ଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…
ପୁଣି ହାତୀ ନେଲା ଆଉ ଏକ ଜୀବନ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ବନ୍ତଳା ଥାନା ମରଣ୍ଡା ଗାଁରେ ଆଜି ସକାଳୁ ଏହି ଅଘଟଣ…