ମୁଖ୍ୟ ଖବର ବଜ୍ରପାତରେ ୨ ମୃତ ଜଣେ ଆହତ Angul OnlineMay 3, 2023May 3, 2023 ପାଲଲହଡ଼ା – ଅନୁଗୋଳ ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି । ମୃତ ଦୁଇଜଣ ହେଲେ ସହରଗୁରୁଜାଙ୍ଗ ଗ୍ରାମର ମଦନ ସାହୁ ( ୪୬ ) ଏବଂ ଧନେଶ୍ବର ଦେହୁରୀ । ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମ ଠାରେ ତିନି ଜଣ ଯୁବକ ନିଜ ଜମିରେ ଜେସିପି ସାହାଯ୍ୟରେ ଜମି ମରାମତି ହେଉଥିବା କାର୍ଯ୍ୟ ଜମି ହୁଡାରେରେ ଠିଆ ହୋଇ ଦେଖୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ସହରଗୁରୁଜାଙ୍ଗ ଗ୍ରାମର ଗଣେଶ୍ବର ସାହୁଙ୍କ ପୁଅ ମଦନ ସାହୁ ଏବଂ ଅର୍ଜୁନା ଦେହୁରୀଙ୍କ ପୁଅ ଧନେଶ୍ବର ଦେହୁରୀ ( ୫୦ ) ଗୁରୁତର ହୋଇଥିବା ବେଳେ ବିପିନ ସାହୁ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ମଦନ ଓ ଧନେଶ୍ବରଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । Advertisement
ସାତକୋଶିଆରେ ବିଦ୍ଯୁତ ଆଘାତରେ ଦୁଇ ହାତୀ ମୃତ – ଜେ.ଟି.ଏଫ୍.ର ତଦନ୍ତ ଅନୁଗୁଳ – ବନ ବିଭାଗର ଅବହେଳା ପାଇଁ ପୁଣି ବଳି ପଡିଲେ ହାତୀ । ଗୋଟିଏ ନୁହେଁ ଏକାବେଳକେ ଦୁଇଟି ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁ ମୁଖରେ…
ସାତକୋଶିଆ ହେଲା ବାଘ ଶୂନ୍ଯ !! ଅନୁଗୁଳ – ୨୦୨୩-୨୪ ରେ ବାଘ ଗଣନା ରିପୋର୍ଟ ପ୍ରକାଶ କରିଛି ୱାଇଲ୍ଡ ଲାଇଫ ଓଡିଶା । ଏହି ରିପୋର୍ଟ ଅନୁସାରେ ଓଡିଶାରେ ଗୋଟିଏ ନେସନାଲ ପାର୍କ…
ଘରୋଇ ଡାକ୍ତରଖାନାର ଅବହେଳା ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଘରୋଇ ନର୍ସିଂହୋମର ଦାୟିତ୍ୱହୀନତା ଯୋଗୁଁ ଯାଆଁଳା ଶିଶୁ ଜନ୍ମ ପରେ…