ମୁଖ୍ୟ ଖବର ଦୁଇ ଜଣଙ୍କୁ କଚାଡି ମାରିଲା ହାତୀ Angul OnlineApril 7, 2021April 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଛେଣ୍ଡିପଦା ବନାଞ୍ଚଳ ଚନ୍ଦ୍ରପୁର ଗାଁ ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆଜି ଭୋରରୁ ମହୁଲ ଗୋଟାଇବାକୁ ଯାଇଥିବା ସେହି ଗାଁର ସୁଆଦି ସେଠି ପ୍ରଥମେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀ ତାଙ୍କୁ କଚାଡି ମାରି ଦେଇଥିଲା । ପରେ କାଠିଆ(ପଂଚାନନ) ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ରାସ୍ତାରେ ସାଇକେଲ ଧରି ଫେରୁଥିବା ବେଳେ ତାଙ୍କୁ ମଧ୍ୟ ହାତୀ ଗୋଡ଼ାଇ ମାରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁକୁ ନେଇ ଗାଁରେ ସାମାନ୍ୟ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ ଛେଣ୍ଡିପଦା ପୁଲିସ ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ତଦନ୍ତ କରା ଯାଉଛି । ସେପଟେ ହାତୀଟି ଦେବଗଡ ଜଙ୍ଗଲରୁ ପଳାଇ ଆସିଥିବା ଜଣା ପଡିଛି । Advertisement
ଜିଲ୍ଲାରେ ଦୋଳଯାତ୍ରା ଏବଂ ହୋଲି ମନା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହୋଲି ଏବଂ ଦୋଳଯାତ୍ରା ଉପରେ ଲାଗିଛି କଟକଣା । ମାର୍ଚ୍ଚ ୨୮ ଏବଂ ୨୯ ତାରିଖରେ ହେବାକୁ ଥିବା “ଦୋଳଯାତ୍ରା ଏବଂ…
ଦୁଇ ମୋଟରସାକେଲ ମୁହାଁମୁହିଁ ଧକ୍କା – ଜଣେ ମୃତ , ୩ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ସାନ୍ତରାପୁର ଛକ ଠାରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା…
ମଙ୍ଗଳା କୋଠି ଉପରକୁ ଟେକା ମାଡ – ଉତ୍ତେଜନା , ଏପଟେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟୁସର ଗ୍ରାମରେ ମଙ୍ଗଳା କୋଠିକୁ ଯାଇ ନିଖୋଜ ପରେ ନାବାଳକର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ଘଟଣାର କିଛିଦିନ…