ମୁଖ୍ୟ ଖବର ସଡକ ଦୁର୍ଘଟଣାରେ ମାମୁଁ ଭାଣିଜୀ ମୃତ Angul OnlineDecember 19, 2021December 19, 2021 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ମାମୁଁ-ଭାଣିଜୀ ବୋଲି ଜଣା ପଡିଛି । ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଗୁରୁତର ମଧ୍ୟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୫ ଟା ବେଳେ ରାଣିଗୁଡା ଗାଁର ପପୁ ସାହୁ ନାମକ ଜଣେ ଯୁବକ ତାଙ୍କ ମୋଟର ସାଇକେଲ ( OD 19 S 3633) ରେ ହୁଲୁରିସିଂହା ଗ୍ରାମରୁ ତାଙ୍କ ନାନୀ ପଦ୍ମିନୀ ସାହୁ ଓ ଭାଣିଜୀ ଶ୍ରାବଣୀ ଓ ଗାୟତ୍ରୀ ସାହୁଙ୍କୁ ନେଇ ବାଳୁଅକଟା ଭୋଜି କରିବାକୁ ଯାଇଥିଲେ । ସେଠାରୁ ଭୋଜି କରି ଗୋଟିଏ ମୋଟରସାଇକେଲରେ ୪ ଜଣ ଫେରୁଥିବା ବେଳେ ଶରଧାପୁର ନିକଟରେ ଥିବା ଏକ ଘରୋଇ କଲେଜ ସମ୍ମୁଖରେ ଏକ ମାଲବାହୀ ଅଟୋ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ରାସ୍ତା ଉପରେ ସେମାନେ ଛିଟିକି ପଡିବା ସହ ଘଟନା ସ୍ଥଳରେ ପପୁ ଓ ତାଙ୍କ ବଡ଼ ଭାଣିଜୀ ଗାୟତ୍ରୀଙ୍କର ମୃତ୍ୟୁ ହୋଇଥିଲା ପପୁଙ୍କ ଭଉଣୀ ପଦ୍ମିନୀ ଓ ସାନ ଝିଅ ଶ୍ରାବଣୀ ଗୁରୁତର ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରିଥିଲେ । ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ମୋଟରସାଇକେଲ ଓ ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛି । ଘଟଣା ସ୍ଥଳରୁ ଅଟୋ ଟି ଫେରାର ହୋଇ ଯାଇଥିବା ଜଣା ପଡ଼ିଛି । Advertisement
ଅନୁଗୁଳ ଜିଲ୍ଲାରେ ପେଟ୍ରୋଲର ଶତକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପେଟ୍ରୋଲ ଦାମ ତିନି ଅଙ୍କ ସ୍ପର୍ଶ କରିଛି । ଆକାଶ ଛୁଆଁ ତୈଳଦର ବୃଦ୍ଧିକୁ ନେଇ ସାଧାରଣ ଜନତା…
ଜାତୀୟ ରାଜପଥ ପାଇଁ ଉଚ୍ଚ ସ୍ତରୀୟ ବୈଠକ – ଦେଢ ମାସ ଭିତରେ ସରିବ ମରାମତି କାମ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଦୁରବସ୍ଥା ନେଇ ଆଜି ଅନୁଗୁଳ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ…
ପରିତ୍ୟକ୍ତ କୂଅରୁ ନବଜାତକର ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ପୁରୁଣାପାଣି ଗାଁର ଏକ ପରିତିକ୍ତ କୂଅରୁ ଏକ ନବଜାତକ ଶିଶୁର ମୃତଦେହ ଉଦ୍ଧାର କରା ଯାଇଛି । ସ୍କୁଲ…