ଆଞ୍ଚଳିକମୁଖ୍ୟ ଖବର ଗାଁରେ ୨୫ ହାତୀ – ଭୟଭୀତ ଗ୍ରାମବାସୀ Angul OnlineJanuary 31, 2021January 31, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ମହିଧରପୁର ନୂଆସାହିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରାୟ ୨୫ରୁ ଅଧିକ ହାତୀ ଆଜି ସନ୍ଧ୍ୟାରେ ଗାଁ ନିକଟକୁ ଆସି ବ୍ୟାପକ ପନିପରିବା ଫସଲ ଦଳି ଚକଟି ଦେବା ସହ ଓ କିଛି ଘର ଭାଙ୍ଗି ନଷ୍ଟ କରି ଦେଇଛନ୍ତି । ଲଗାତାର ୫/୬ ଦିନ ହେଲା ହାତୀ ପଲ ଏହି ଅଞ୍ଚଳରେ ରହୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଫଳରେ ଚାଷୀମାନେ ବହୁ ପରିଶ୍ରମ ଏବଂ ଖର୍ଚ୍ଚ କରି ଯାହାସବୁ ଉପାର୍ଜନ କରିଥିଲେ ସବୁ ନଷ୍ଟ ହୋଇଯାଇଛି । ଚାଷୀଙ୍କର କୋବି, ଟମାଟୋ, ବାଇଗଣ, ଆଳୁ, କଦଳୀ ଏବଂ ଅନେକ କିସମର ପନିପରିବା ଖାଇ ନଷ୍ଟ କରି ଦେଇଛି । ହାତୀପଲ ଘର ପାଖକୁ ଆସି ଏଭଳି ତାଣ୍ଡବ କରୁଥିବା ଯୋଗୁଁ ଯେଉଁ ଫସଲ ନଷ୍ଟ ହେଉଛି ସେଥିପାଇଁ ଲୋକେ ଯେତିକି ଚିନ୍ତିତ ନାହାନ୍ତି ତା’ ଠାରୁ ଅଧିକ ସେମାନଙ୍କ ଜୀବନ ସୁରକ୍ଷା ଚିନ୍ତା କରୁଛନ୍ତି । କାରଣ ଗାଁ ପାଖରେ ହାତୀପଲ ରହୁଥିବା ଏବଂ ଗାଁ ଭିତରକୁ ଚାଲି ଆସୁଥିବା ଯୋଗୁଁ ପିଲାଛୁଆଙ୍କୁ ନେଇ କେମିତି ରହିବେ ସେହି ଚିନ୍ତା ଲୋକମାନଙ୍କୁ ଘାରୁଛି । ଗତ କିଛିଦିନ ହେଲା ସେହି ଅଞ୍ଚଳରେ ସନ୍ଧ୍ୟା ହେଲେ କବାଟ ପକାଇ ଘର ଭିତରେ ରହୁଛନ୍ତି । ବନ ବିଭାଗ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଲୋକେ କିଛି ଦିନ ହେଲା ନିଜେ ନିଆଁ ଜାଳି ହାତୀ ଘଉଡାଇବାକୁ ଉଦ୍ୟମ କରି ବିଫଳ ହେଉଛନ୍ତି । ଏବେ ଲୋକମାନେ ଭୟ ଓ ଆତଙ୍କରେ ଦିନ ବିତାଉଛନ୍ତି । Advertisement
ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହେବ ଗୋପାଷ୍ଟମୀ ମହୋତ୍ସବ ଅନୁଗୁଳ – ଗୋ ସେବା ହିଁ ମାତୃ ସେବା, ଗୋ ସେବା ହିଁ -ରାଷ୍ଟ୍ର ସେବା ଏହି ମହାନ ଭାବନାରେ ଉଦ୍ବୁଦ୍ଧ ହୋଇ ସନ ୨୦୦୧ ମସିହାରୁ…
କଳାକାରର ବୋଇତ ବନ୍ଦାଣ ଉତ୍ସବ – ନୌବାଣିଜ୍ୟ ଇତିହାସର ଗାଥା କଲା ପୁନର୍ଜୀବିତ ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସେବା ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ୩୭ ତମ ବୋଇତ ବନ୍ଦାଣ ମହୋତ୍ସବ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି ।…
ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବ ବିଧାୟକ ଅନୁଗୋଳ – ବିବାହ ବନ୍ଧନରେ ବାନ୍ଧି ହେଲେ ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ । ଆଜି ହିନ୍ଦୁ ରୀତି ନୀତି ଅନୁଯାୟୀ ଅନୁଗୋଳ ସ୍ଥିତ ଏକ…