ଅପରାଧ ହାତ ବୋମା ସହ ୫ ଡକାୟତ ଗିରଫ – ଲୁଟ ପାଇଁ କରୁଥିଲେ ଯୋଜନା Angul OnlineMay 14, 2024May 14, 2024 ଅନୁଗୁଳ – ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ ଡକାୟତଙ୍କୁ ଗିରଫ କଲା ଅନୁଗୁଳ ପୁଲିସ । ସେମାନଙ୍କ ନିକଟରୁ ହାତ ତିଆରି ବୋମା ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ହାଟ ପଡ଼ିଆରେ ଏକ ଡକାୟତ ଗ୍ୟାଙ୍ଗ କିଛି ଯୋଜନା କରୁଥିବା ଖବର ପାଇଥିଲା ପୁଲିସ । ଖବର ପାଇ ସଦଲବଳ ଘେରାଉ କରି ପୁଲିସ ୫ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୫ ଟି ହାତ ତିଆରି ବୋମା , କଟୁରି ସମେତ ଲୁହା ରଡ଼ ଓ ଛୁରୀ ଜବତ କରା ଯାଇଥିଲା । ପଚରାଉଚରା ବେଳେ ସେମାନେ ରାତିରେ ଯାଉଥିବା ରଡ଼ ବୋଝେଇ ଟ୍ରକ ଲୁଟ କରିବାକୁ ଯୋଜନା କରୁଥିବା ଜଣା ପଡ଼ିଛି । ଗିରଫ ଅଭିଯୁକ୍ତ ନୂଆଁହତା ଗାଁର ରିପୁନ ବେହେରା , ବବୁଲୁ ବେହେରା , ଦେବଗଡ଼ ଜିଲ୍ଲା କଣ୍ଢାଳ ଗାଁର ଅଭୟ କୁମାର ସାହୁ , ଢେଙ୍କାନାଳ ଜିଲ୍ଲା ଝାରବନ୍ଧ ଗାଁର ଚନ୍ଦନ ସାହୁ ଓ ଗଂଜାମ ଜିଲ୍ଲା ରମ୍ଭା ଅଂଚଳର ବଳରାମ ବେହେରାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ଏକ ବୋଲେରୋ ଗାଡି , ଦାମୀ ମୋବାଇଲ ଓ ଟଙ୍କା ମଧ୍ୟ ଜବତ କରା ଯାଇଛି । Advertisement
କାରରୁ ଗଞ୍ଜେଇ ଜବତ – ୩ ଗିରଫ ଛେଣ୍ତିପଦା – ବୌଦ୍ଧ ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ଦେଇ ଚୋରା ଗଞ୍ଜେଇ ଚାଲାଣ ବେଳେ କାର ସହ ବିପୁଳ ପରିମାଣର ଗଞ୍ଜେଇ ଧରିବାକୁ ସଫଳ ହୋଇଛି ଛେଣ୍ତିପଦା…
ଅଙ୍ଗାରବନ୍ଧ ହତ୍ଯା ଘଟଣାର ଅଭିଯୁକ୍ତ ଗିରଫ ଅନୁଗୁଳ(ଅନୁଗୁଳ ଅନଲାଇନ୍)-୨୩/୦୯ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ଗତ ୧୫ ତାରିଖ ରାତିରେ ହୋଇଥିବା ହତ୍ଯାକାଣ୍ଡର ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ…
ଭୁଜାଲିରେ ହାଣି ଲୁଟି ନେଲେ ୨ ଲକ୍ଷ ଟଙ୍କା ଛେଣ୍ଡିପଦା – ଭୁଜାଲିରେ ଆକ୍ରମଣ କରି ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ଦୁବୁର୍ତ୍ତ । ଭୁଜାଲି ଆକ୍ରମଣରେ…