ଅପରାଧ ହାତ ବୋମା ସହ ୫ ଡକାୟତ ଗିରଫ – ଲୁଟ ପାଇଁ କରୁଥିଲେ ଯୋଜନା Angul OnlineMay 14, 2024May 14, 2024 ଅନୁଗୁଳ – ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ ଡକାୟତଙ୍କୁ ଗିରଫ କଲା ଅନୁଗୁଳ ପୁଲିସ । ସେମାନଙ୍କ ନିକଟରୁ ହାତ ତିଆରି ବୋମା ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ହାଟ ପଡ଼ିଆରେ ଏକ ଡକାୟତ ଗ୍ୟାଙ୍ଗ କିଛି ଯୋଜନା କରୁଥିବା ଖବର ପାଇଥିଲା ପୁଲିସ । ଖବର ପାଇ ସଦଲବଳ ଘେରାଉ କରି ପୁଲିସ ୫ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୫ ଟି ହାତ ତିଆରି ବୋମା , କଟୁରି ସମେତ ଲୁହା ରଡ଼ ଓ ଛୁରୀ ଜବତ କରା ଯାଇଥିଲା । ପଚରାଉଚରା ବେଳେ ସେମାନେ ରାତିରେ ଯାଉଥିବା ରଡ଼ ବୋଝେଇ ଟ୍ରକ ଲୁଟ କରିବାକୁ ଯୋଜନା କରୁଥିବା ଜଣା ପଡ଼ିଛି । ଗିରଫ ଅଭିଯୁକ୍ତ ନୂଆଁହତା ଗାଁର ରିପୁନ ବେହେରା , ବବୁଲୁ ବେହେରା , ଦେବଗଡ଼ ଜିଲ୍ଲା କଣ୍ଢାଳ ଗାଁର ଅଭୟ କୁମାର ସାହୁ , ଢେଙ୍କାନାଳ ଜିଲ୍ଲା ଝାରବନ୍ଧ ଗାଁର ଚନ୍ଦନ ସାହୁ ଓ ଗଂଜାମ ଜିଲ୍ଲା ରମ୍ଭା ଅଂଚଳର ବଳରାମ ବେହେରାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ଏକ ବୋଲେରୋ ଗାଡି , ଦାମୀ ମୋବାଇଲ ଓ ଟଙ୍କା ମଧ୍ୟ ଜବତ କରା ଯାଇଛି । Advertisement
୧୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ଅନୁଗୋଳ – ବାହାଘର କାର୍ଡ ବାଣ୍ଟିବା ନାମରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଲେ ଗଞ୍ଜେଇ ମାଫିଆ । ସୂଚନା ଅନୁସାରେ ବୌଦ୍ଧ…
ଯୌତୁକ ଦାବିରେ ନବବଧୁକୁ ହତ୍ଯା ଅଭିଯୋଗ ତାଳଚେର – ଯୌତୁକ ଜୁଇରେ ନବବଧୁ । ସାମାନ୍ୟ ଗୋଟିଏ ଏସି ଓ କିଛି ଟଙ୍କା ପାଇଁ ନବ ବିବାହିତା ଝିଅକୁ ମାରିଦେଲେ ଶାଶୁ ଘର ଲୋକ…
ଚୋରି ମୋଟର ଉଦ୍ଧାର – ଧରା ପଡିଲେ ୫ ଜଣିଆ ଗ୍ୟାଙ୍ଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ମଞ୍ଜରି ଏଣ୍ଟରପ୍ରାଇଜେସରୁ ଗତ ୨୪ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ପାଣି ପମ୍ପ…