ଆଞ୍ଚଳିକ ୬୬ ୟୁନିଟ ରକ୍ତ ସଂଗୃହିତ Angul OnlineJune 16, 2021June 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ଵରେ କରୋନା ମହାମାରୀ ସମୟରେ ବିଜୁ ଯୁବ ଜନତା ଦଳର ୨୯ ତମ ରକ୍ତଦାନ ଶିବୀର ଆୟୋଜିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳ ଓ ଓଡିଶା – ମୋ – ପରିବାର ମିଳିତ ଆନୁକୁଲ୍ୟରେ ଆଜି ଛେଣ୍ଡିପଦାର କୁକୁରପେଟା ଡ୍ୟାମ ନିକଟସ୍ଥ କସ୍ତୁରୀ ହୋଟେଲରେ ଆୟୋଜିତ ଏହି ଶିବୀରରେ ମୋଟ ୬୬ ୟୁନିଟ ରକ୍ତ ସଂଗୃହ ହୋଇଥିଲା । ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହୀତ କରିଥିଲେ । ଏହି ଶିବୀରକୁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଉଦଘାଟନ କରିଥିଲେ । ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଦେହୁରୀ ଓ ବିଜୁ ଯୁବ ଜନତା ଦଳ ଛେଣ୍ଡିପଦା ବ୍ଲକ ସଭାପତି ଶ୍ରୀଯୁକ୍ତ ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ବାବଧନରେ ଏହି ଶିବୀର ଆୟୋଜିତ ହୋଇଥିଲା । ଏହି ଶିବୀରକୁ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଗୋପବନ୍ଧୁ ସାହୁ , ଖଗପତୀ ପ୍ରଧାନ , ତପନ ସାହୁ, ସୁବୋଧ ସାହୁ , ଅଭିନାସ ସାହୁ , ମୋତିଲାଲ ଦେହୁରୀ ଓ ସୌମ୍ୟରଞ୍ଜନ ଦେହୁରୀ ପରିଚାଳନା କରିଥିଲେ । କରୋନା ମହାମାରୀ ସମୟରେ ବିଜୁ ଯୁବ ଜନତା ଦଳ ଦ୍ବାରା ସମୁଦାୟ ୧୬୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସନ୍ତରାବନ୍ଧ ଗ୍ରାମର ସମାଜସେବୀ ଶ୍ରୀଯୁକ୍ତ ଶିଦ୍ଧେଶ୍ବର ଦାସ୍ ଆଜି ଜୀବନର ୫୧ ତମ ରକ୍ତଦାନ କରିଥିଲେ । Advertisement
ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅନୁଗୁଳ – ପବିତ୍ର ‘ଗଣେଶ ପୂଜା’ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୁଳ ଓ ଡେଙ୍କାନାଳରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ବିଭିନ୍ନ ସାମାଜିକ…
ସହର ଟ୍ରାଫିକ ସମସ୍ୟା ଦୁର କରିବା ପାଇଁ ରିଂ ରୋଡ଼ ଅନୁଗୋଳ – ଅନୁଗୋଳ ପାଇଁ ରିଂ ରୋଡ଼ ପରିକଳ୍ପନା କରା ଯାଇଛି । ସହର ମଧ୍ୟରେ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ହେଉଥିବା ଦୃଷ୍ଟିରେ ରଖି ଜିଲ୍ଲା…
ମା’ବାୟାଣୀଙ୍କ ବାର୍ଷିକ ଯାତ୍ରା ସମ୍ପନ୍ନ,ଲକ୍ଷାଧିକ ଭକ୍ତଙ୍କ ସମାଗମ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାତ୍ରପଡା ଗ୍ରାମର ମା’ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଲକ୍ଷାଧିକ ଜନସମାଗମରେ…