ମୁଖ୍ୟ ଖବର କ୍ରିସ ହସପିଟାଲ ଉପରେ ସରକାରୀ ପ୍ରତିବନ୍ଧକ ଲଗାଇବା ସହ ରେଜିଷ୍ଟର ସିଜ କଲା ସ୍ୱାସ୍ଥ୍ୟ ବିଭାଗ Angul OnlineJuly 21, 2024July 21, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଜିଲ୍ଲାପାଳଙ୍କ ନିର୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯିବା ସହ ଓପିଡି ରେଜିଷ୍ଟର ସିଜ କରା ଯାଇଛି । ଏହା ସହ ଡାକ୍ତରଖାନାରେ ବର୍ତ୍ତମାନଠାରୁ ପରବର୍ତ୍ତୀ ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ ନୂଆଁ ରୋଗୀ ଆଡମିସନ ଉପରେ ପ୍ରତିବନ୍ଧକ ଲଗା ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ଛେଣ୍ଡିପଦା କ୍ରିସ ହସ୍ପିଟାଲରେ ଗତକାଲି ସନ୍ଧ୍ୟାରେ ହଠାତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରା ଯାଇଥିଲା । ଅନୁଗୁଳ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇ ହସ୍ପିଟାଲର ନୂତନ ରୋଗୀ ଆଡ଼ମିଶନ ଉପରେ ପ୍ରତିବନ୍ଧକ ଲଗା ଯାଇଛି l ତେବେ କାହିଁକି ଏଭଳି କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ନେଇ ଡାକ୍ତରଖାନାର କୌଣସି ତ୍ରୁଟି ଥାଇପାରେ ବୋଲି ସନ୍ଦେହ କରା ଯାଉଛି । Advertisement
ଘରୁ ଟାଣି ନେଇ କଚାଡି ଦେଲା ହାତୀ – ଜଣେ ମୃତ ପାଲଲହଡା – ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମରେ ଦାନ୍ତ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ…
ପୁଣି ଏକ ଦନ୍ତା ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଗୋଟିଏ କିଲୋମିଟର ବ୍ୟବଧାନରେ ଏହି ହାତୀର…
ଡଙ୍ଗା ଓଲଟି ଜଣେ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟରେ ଥିବା ରେଙ୍ଗାଳି ଡ୍ୟାମର ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇଥିବା ବେଳେ…