ଅପରାଧ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ – ତିନି ଗିରଫ Angul OnlineAugust 8, 2024August 8, 2024 ଅନୁଗୁଳ – ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ତିନି ଜଣ ଗିରଫ । ଅନୁଗୁଳ ଗୋପବନ୍ଧୁ ଉଦ୍ୟାନ ଅଞ୍ଚଳରୁ ୨ ଜଣ ଯୁବତୀଙ୍କୁ କାରରେ ବସାଇ ନେଇ ଜଙ୍ଗଲ ଭିତରେ ମଦ୍ୟପାନ କରି ୫ ଜଣ ଯୁବକ ଗଣ ବଳାତ୍କାର କରିଥିବା ଅଭିଯୋଗ । ବୁଧବାର ରାତିରେ ଅନୁଗୁଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଦୁଇ ଜଣ ଯୁବତୀ ଅନୁଗୁଳ ଭିଆଇପି ରୋଡ ଗଳିରେ ବସିଥିଲେ। ସେଠାକୁ ଜଣେ ଯୁବକ ପହଞ୍ଚି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଏହାର କିଛି ସମୟ ପରେ ଏକ କାରରେ ଓ ମୋଟରସାଇକେଲ ଯୋଗେ ଆଗପଛ ହୋଇ ୫ ଜଣ ଯୁବକ ସେଠାରେ ପହଞ୍ଚିଥିଲେ । ଉଦ୍ୟାନ ପଛପାଖରେ ଥିବା ଏକ ପରିତ୍ୟକ୍ତ ସରକାରୀ କ୍ୱାର୍ଟର ଭିତରେ ଯୁବତୀଙ୍କୁ ସାମୟିକ ଭାବେ ରହିବାର ବ୍ୟବସ୍ଥା କରି ଦେବା ବାହାନାରେ ଦୁଇ ଯୁବତୀଙ୍କୁ ଧରି ସଭିଏଁ ଜିନ୍ଦଲ ବିମାନଘାଟି ରାସ୍ତାରେ ଯାଇ ନିଛାଟିଆ ଜଙ୍ଗଲ ଭିତରେ ପ୍ରବେଶ କରିଥିଲେ । ଜଙ୍ଗଲ ଭିତରେ ୪ଜଣ ଯୁବକ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଦୁଇ ଯୁବତୀଙ୍କୁ ବଳାତ୍କାର କରିଥିଲେ । ସେଠାରୁ ଆସି ରାତିରେ ଯୁବତୀମାନେ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ କରି ବଡ଼ହୀରା ଗାଁର ହୃଦୟ ଚନ୍ଦ୍ର ପ୍ରଧାନ , ଜଗତସିଂହପୁରର ଅସିତ କୁମାର ସାହୁ ଆଦି ତିନି ଜଣଙ୍କୁ ଗିରଫ କରିଛି । ଅନ୍ୟ ଦୁଇଜଣ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର ଆଉ ମୋବାଇଲ ଜବତ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଅଭିଯୁକ୍ତ ମାନଙ୍କୁ ଠାବ କରା ଯାଇଥିବାରୁ ଥାନା ଅଧିକାରୀ ଧିରେଶ କୁମାର ଦାସଙ୍କୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଇଛି । Advertisement
ବ୍ରାଉନସୁଗାର ଓ ଦେଶୀ ମଦ ଜବତ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଗୋଟିଏ ସ୍ଥାନରୁ ୨୨ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ…
ଶିଳପୁଆରେ ଛେଚି ଭାଉଜକୁ ହତ୍ୟା କଲା ଦିଅର ଅନୁଗୁଳ – ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଆଯି ( ବୁଧବାର) ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଦିଅର ଶିଳପୁଆରେ ଛେଚି ଭାଉଜକୁ…
ମାତ୍ର ଅଶୀ ଟଙ୍କା ପାଇଁ ହତ୍ୟା କରିଥିବା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଓଗି ଗାଁରେ ଛଅ ବର୍ଷ ତଳେ ଘଟିଥିବା ଏକ ବିଭତ୍ସ ହତ୍ୟା ମାମଲାର ରାୟ ବୁଧବାର ଅତିରିକ୍ତ ଜିଲ୍ଲା…