ମୁଖ୍ୟ ଖବର ଜି.ଏମ.ଡି.ସି.କୁ ନା – ଗାଁରେ ପ୍ରବେଶ ନିଷେଧ କଲେଣି ଲୋକେ Angul OnlineSeptember 18, 2024September 18, 2024 ଅନୁଗୁଳ – ଘରେ ନ ପଶୁଣୁ ଚାଳ ବାଜିଲାଣି। କମ୍ପାନୀ ଆରମ୍ଭ ହେବା ତ ଦୂରର କଥା ପରିବେଶ ସଂକ୍ରାନ୍ତୀୟ ଜନ ଶୁଣାଣି ହେବା ପୂର୍ବରୁ ସବୁଠି କମ୍ପାନୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଲାଣି । କେଉଁଠି ଗାଁ କୁ ପ୍ରବେଶ ନିଷେଧ ବୋଲି ବୋର୍ଡ ବାଜିଲାଣି ତ କିଏ ଜିଲ୍ଲାପାଳଙ୍କୁ ଆପତ୍ତି କଲାଣି । ସୂଚନା ଅନୁସାରେ ଛେଣ୍ଡିପଦା ବ୍ଲକର ମାଛକୁଟା , ସାପୋଇସାହି , ତେନ୍ତୁଲୋଇ ଆଦି ଅଞ୍ଚଳରେ ଜି ଏମ୍ ଡି ସି ନାମକ ଏକ କମ୍ପାନୀ କୋଇଲା ଖଣି କରିବାକୁ ଲିଜ ନେଇଛି । ଆସନ୍ତା ୨୪ ତାରିଖରେ ଏହି କମ୍ପାନୀ ପାଇଁ ପରିବେଶ ସଂକ୍ରାନ୍ତୀୟ ଜନ ଶୁଣାଣି ହେବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ତେବେ ଜି ଏମ୍ ଡି ସି କମ୍ପାନୀକୁ ଏବେଠାରୁ ବିରୋଧ ହେବା ଆରମ୍ଭ କରି ଦେଲେଣି ଲୋକ । ସାପୋଇସାହି , ମାଛକୁଟା , ମାଛକୁଟା ଜଙ୍ଗଲ , ପୋଡାପଡା ଆଦି ଅଞ୍ଚଳରେ କମ୍ପାନୀ ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ଗାଁ ମୁଣ୍ଡରେ ବଡ଼ ବଡ଼ ପୋଷ୍ଟର ଲଗାଇ କମ୍ପାନୀ ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ ପାଇଁ ମନା ଲେଖା ଯାଇଛି । ଏହା ସହ ଆଜି ଛେଣ୍ଡିପଦାର ଆଞ୍ଚଳିକ ସୁରକ୍ଷା ମଞ୍ଚ ଜିଲ୍ଲାପାଳଙ୍କୁ ଭେଟି ପରିବେଶ ମଞ୍ଜୁରୀକୁ ଅଞ୍ଚଳବାସୀ ପ୍ରତ୍ୟାଖ୍ୟାନ କରିବେ ବୋଲି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ କହିବା କଥା ଆଜିଯାଏ ଏହି ଅଞ୍ଚଳବାସୀଙ୍କ ସହ ନା ପ୍ରଶାସନ କୌଣସି ଆଲୋଚନା କରିଛି ନା କମ୍ପାନୀ କର୍ତ୍ତୃପକ୍ଷ । ତେବେ ସେ ଯାହା ହେଉ ନା କାହିଁକି ଲୋକ ଏଠାରେ ନିଜ ଭିଟାମାଟି ଛାଡିବା ପାଇଁ ନାରାଜ ଅଛନ୍ତି । ଏଣୁ ଆଗକୁ ହେବାକୁ ଥିବା ପରିବେଶ ସଂକ୍ରାନ୍ତୀୟ ଜନ ଶୁଣାଣିକୁ ନ କରିବାକୁ ମଞ୍ଚ ପକ୍ଷରୁ ସସ୍ମିତା ବେହେରା , ନରୋତ୍ତମ ନାଏକ , ପ୍ରସନ୍ନ ବେହେରା ଆଦି ଦାବି କରିଛନ୍ତି ।ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ଅନୁଗୁଳ ଜିଲ୍ଲାରେ ଅନେକ କଳକାରଖାନା ଓ ଖଣି ହୋଇ ସାରିଥିବା ବେଳେ ଏହାର ପ୍ରଭାବ ଅନେକ ପଡୁଛି । ଭାରତବର୍ଷର ସବୁଠାରୁ ଉତ୍ତପ୍ତ ସହର ତାଲିକା ଭିତରେ ଅନୁଗୁଳ ଜିଲ୍ଲା ରହିଚ୍ଚି । ଏହା ସହ ଜିଲ୍ଲାର ପାଣି ପବନ ପ୍ରଦୂଷିତ ହେବା ଯୋଗୁଁ ଲୋକ ବିଭିନ୍ନ ରୋଗରେ ପୀଡିତ । ଏପରିସ୍ଥଳେ ଅନୁଗୁଳ ଜିଲ୍ଲାରେ ଜି ଏମ ଡି ସି ପ୍ରକଳ୍ପ ଆରମ୍ଭ ହେଲେ ଜିଲ୍ଲାର ବହୁ ଚାଷ ଓ ଜଙ୍ଗଲ ଜମି ନଷ୍ଟ ହେବା ସହ ପ୍ରଦୂଷଣର ମାତ୍ରା ବଢିବାର ଆଶଙ୍କା ରହିଛି । ଏଣୁ ପ୍ରଶାସନ ଏ ଦିଗରେ ଧ୍ୟାନ ଦେବାକୁ ସେମାନେ ଦାବି କରିଛନ୍ତି । Advertisement
ସିବିଆଇ ଜାଲରେ ଏମସିଏଲର ମ୍ୟାନେଜର ଓ ଏଆରଆଇ – ଲାଞ୍ଚ ନେଲାବେଳେ ପଡିଲେ ଧରା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ମହାନଦୀ କୋଲ ଫିଲଡ ଲିମିଟେଡ(MCL) ର ମ୍ୟାନେଜର ଏବଂ ସହକାରୀ ରାଜସ୍ଵ ନିରୀକ୍ଷକ(ARI) ୨୦ ହଜାର ଟଙ୍କା ଲାଞ୍ଚ…
ବ୍ରାଣ୍ଡେଡ ଶୋରୁମରେ ନକଲି ଜିନ୍ସ – ଜିଲ୍ଲା ସାରା ବ୍ୟାପିଛି ନକଲି କାରବାର !! ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ନକଲି ଜିନ୍ସ କାରବାର ବଢିଥିବା ଜଣା ପଡିଥିବା ବେଳେ ଗୋଟିଏ ପରେ ଗୋଟିଏ ବ୍ରାଣ୍ଡେଡ ଶୋରୁମ ଉପରେ କମ୍ପାନୀ ଓ…
ବ୍ରାଉନ୍ସୁଗାର ବ୍ୟବସାୟୀ ଗିରଫ ନାଲକୋ ନଗର – ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବକ ଧଳା ଜହର ବ୍ୟବସାୟ କରୁଥିବା ଅଭିଯୋଗରେ ନାଲକୋ ପୁଲିସ ଗିରଫ କରିଛି…