ଅପରାଧ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ କାରାଦଣ୍ଡ Angul OnlineNovember 8, 2024November 8, 2024 ଅନୁଗୁଳ – ଟ୍ୟୁସନ ସାରଙ୍କୁ ୨୦ବର୍ଷ କାରାଦଣ୍ଡ । ଟ୍ୟୁସନ ଆସୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ସାରଙ୍କୁ ଦଣ୍ଡ ଶୁଣାଇଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ (ପୋକସୋ) । ସୂଚନା ଅନୁସାରେ ହଣ୍ଡପା ଥାନା ଅଞ୍ଚଳରେ ଟ୍ୟୁସନ ସାର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ବେଳେ ୧୩ଜୁନ ୨୦୨୨ରେ ପିଡ଼ିତାଙ୍କ ବାପା ହଣ୍ଡପା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ନାବାଳିକା ଜଣଙ୍କ ବାସୁଦେବ ରଥ ନାମକ ଜଣେ ଟ୍ଯୁସନ ସାରଙ୍କ ପାଖକୁ ଟ୍ୟୁସନ ଯାଉଥିଲେ । ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ନାବାଳିକା ଜଣଙ୍କୁ ସେ ତାଙ୍କ ଘର ବାରଣ୍ଡାରେ ଟ୍ୟୁସନ ପଢାଉଥିଲେ । ତେବେ ଖାତା ଦେଖିବା ବାହାନାରେ ନାବାଳିକାଙ୍କୁ ବାସୁଦେବ ଘର ଭିତରକୁ ଡାକିନେଇ ଦୁଷ୍କର୍ମ କରିଥିଲେ । ବାରମ୍ବାର ଏଭଳି ଘଟିବାରୁ ନାବାଳିକା ଜଣଙ୍କ ଆଉ ଟ୍ଯୁସନ ଯିବା ପାଇଁ ରାଜି ହୋଇ ନଥିଲେ । ଘର ଲୋକ ବାରମ୍ବାର ପଚାରିବାରୁ ନାବାଳିକା ସମସ୍ତ କଥା ପରିବାର ଲୋକଙ୍କ ଆଗରେ ବଖାଣିଥିଲେ । ଏ ସମ୍ପର୍କରେ ନାବାଳିକାଙ୍କ ବାପା ବାସୁଦେବଙ୍କୁ ପଚାରିବାରୁ ବାସୁଦେବ ଏକ ଶାବଳ ଧରି ନାବାଳିକାଙ୍କ ବାପାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ । ପରେ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ମୋଟ ୨୪ ଜଣ ସାକ୍ଷୀଙ୍କ ସାକ୍ଷ ଓ ପ୍ରମାଣ ଆଧାରରେ ଅନୁଗୁଳ ଜିଲ୍ଲା ଜଜ (ପୋକସୋ) ସୌମ୍ୟା ପ୍ରିୟଦର୍ଶିନୀ ଉପରୋକ୍ତ ଦଣ୍ଡ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ପେଶିଆଲ ପିପି ସରୋଜା କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ । Advertisement
ଛାତ୍ରୀ ନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ସ୍ଥିତ ଉତ୍କଳମଣୀ ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର…
କାନ ଫୁଲ ଆଉ ଚେନ ପାଇଁ ବୃଦ୍ଧାଙ୍କୁ ମାରିଦେଲେ !!!! ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କାନ ଫୁଲ ଓ ସୁନା ଚେନ ଲୁଟ ପରେ ଜଣେ ବୃଦ୍ଧାଙ୍କୁ…
ଗାଁ ରାସ୍ତା ରେ ସମ୍ପର୍କୀୟ ଭାଣିଜୀ କୁ ହାଣିଲା ମାମୁଁ – ଭାଣିଜୀ ଗୁରୁତର ପାଲଲହଡ଼ା – ଅନଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଶିଗଡ ଗ୍ରାମରେ ମାତାଲ ସମ୍ପର୍କୀୟ ମାମୁଁର ଛୁରା ମାଡରେ ଭାଣିଜୀ ଗୁରୁତର ହୋଇଥିବା ଜଣା ପଡିଛି ।…