ଆଞ୍ଚଳିକ କ୍ରାଡେଲ ବେବି ପଏଣ୍ଟରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର Angul OnlineDecember 4, 2024December 4, 2024 ଅନୁଗୁଳ – ଅନୁଗୁଳ ସହରର ଏକ ଘରୋଇ ନର୍ସିଙ୍ଗ ହୋମ ଆଗରେ ଥିବା କ୍ରାଡେଲ ବେବି ପଏଣ୍ଟରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ସେଠାରେ ନବଜାତ ଶିଶୁଟି କାନ୍ଦୁ ଥିବା ଦେଖି ନର୍ସିଙ୍ଗ ହୋମର ଡାକ୍ତର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରି ଶଙ୍କର ବେହେରା ତୁରନ୍ତ ସେଠାରେ ପହଞ୍ଚି ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଅନୁଗୁଳର ମ୍ୟାନେଜର ସୁଦର୍ଶନ ପରିଡାଙ୍କୁ ଫୋନ ଯୋଗେ ଡ଼ାକିଥିଲେ । ସେ ତାଙ୍କ ଆୟା ସହିତ ଉକ୍ତ ସ୍ଥାନରେ ପହଞ୍ଚି ଶିଶୁଟିକୁ ଗ୍ରହଣ କରିଥିଲେ । ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଶିଶୁର ସ୍ବାସ୍ଥ୍ୟବସ୍ଥା ଭଲ ଥିବାର ଗୌରି ଶଙ୍କର ବେହେରା କହିଛନ୍ତି । ଏହାପରେ ଶିଶୁଟିକୁ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରାଯାଇ ଶିଶୁଟିକୁ ବର୍ତମାନ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ଅନୁଗୁଳରେ ରଖାଯାଇଅଛି । ଏହାପରେ ଆଇନ ଅନୁଯାୟୀ ଶିଶୁର ପରବର୍ତୀ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି । ଅନେକ ସମୟରେ ନବଜାତ ଶିଶୁ ମାନଙ୍କୁ ଫୋପାଡ଼ି ଦିଆ ଯାଉଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥାଏ । ଏହାକୁ ବନ୍ଦ କରିବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ବିଭିନ୍ନ ଶିଶୁ ଥଇଥାନ ସେଣ୍ଟର ହେଉ କିମ୍ବା ନର୍ସିଂହୋମ ଗୁଡିକରେ ବେବି କ୍ରେଡ଼ଲ ସେଣ୍ଟର ଖୋଲା ଯାଇଥିଲା । ଯେଉଁଠି ଜନ୍ମଦାତା ବାପାମାଆ ଶିଶୁକୁ ଏଣେତେଣେ ନ ରଖି ସୁରକ୍ଷିତ ନିରାପଦ ସ୍ଥାନରେ ରଖି ପାରିବେ । ଯାହାଦ୍ବାରା ଅଭିଭାବକଙ୍କ ପରିଚୟ ଗୋପନ ରହିବା ସହିତ ଶିଶୁଟି ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇ ପାରିବ । Advertisement
ରାସ୍ତାରେ ଗାଡି ପାର୍କିଂକଲେ – ଅଭିଯୋଗ କରିବାରୁ ଦମ୍ପତ୍ତିଙ୍କୁ ମାଡ ଅଭିଯୋଗ ଅନୁଗୁଳ – ରାସ୍ତାରେ ଗାଡି ରଖି ରାସ୍ତା ଛାଡିଲେ ନାହିଁ , ଯିବା ଆସିବା କରିବାରେ ଅସୁବିଧା ହେବା ପରେ ଦୋକାନୀଙ୍କୁ କହିବାରୁ ଦମ୍ପତ୍ତିଙ୍କୁ ମାଡ ମାରିଲେ…
ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମେଳନ ଆୟୋଜିତ ଅନୁଗୁଳ – କୃଷି ବିଜ୍ଞାନ କେନ୍ଦ୍ର, ଅନୁଗୁଳ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଲୋକସଭା ସାଂସଦ…
କର୍ତ୍ତବ୍ୟ ବେଳେ ହୋମଗାର୍ଡଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମାର ହୋମଗାର୍ଡ ଅଫିସରେ ରାତି ଡିୟୁଟି କରୁଥିବା ଜଣେ ୫୫ ବର୍ଷୀୟ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତକ ଶରଧା…