ମୁଖ୍ୟ ଖବର ଝୁଲନ୍ତା ମୃତଦେହ ତଳେ ଜଗି ରହିଛି ପୋଷା କୁକୁର – ପାଖ ମଡାଇ ଦେଉନି କାହାକୁ Angul OnlineDecember 9, 2024December 9, 2024 ଅନୁଗୁଳ – ଝୁଲି ରହିଛି ବୃଦ୍ଧଙ୍କ ମୃତଦେହ । ମୃତଦେହ ତଳେ ଜଗି ରହିଛି ମୃତକଙ୍କ ପୋଷା କୁକୁର । ମୃତ ଦେହ ପାଖ ଭର୍ତ୍ତି କରି ଦେଉନି କାହାକୁ । ପାଖକୁ ଗଲେ ଭୋକିବା ସହ କାମୁଡି ଗୋଡାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ରାଣୀଗୋଡ଼ାରେ । ସୂଚନା ଅନୁସାରେ ରାଣୀଗୋଡ଼ା ଗାଁର ମଣିଆ ବେହେରା ଗାଁ ପୋଖରୀ ହୁଡାରେ ପୋଖରୀ ନିଲମଧାରୀଙ୍କ ଗାଈ ଗୋରୁ ରଖି ଦୁଗ୍ଧ ବ୍ୟବସାୟ କରି ଆସୁଥିଲେ । ତେବେ କିଛିଦିନ ତଳେ ପୋଖରୀ ନିଲାମ ହୋଇଥିଲା । ନିଲମଧାରୀ ବଦଳିବା ପରେ ନୁଆଁ ନିଲାମଧାରୀ ସେଠାରୁ ଗାଈ ଗୋରୁ ନେଇ ଯିବାକୁ ଧମକ ଦେବା ସହ ମଣିଆଙ୍କୁ ଅନେକ ସମୟରେ ଗାଳି ଗୁଲଜ କରୁଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ଆଜି ସକାଳେ ମଣିଆଙ୍କ ମୃତଦେହ ପୋଖରୀ ହୁଡାରେ ଥିବା ଏକ ଜାମୁ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଭିଡ଼ ଜମିଥିଲା । ସେହି ସମୟରେ ମଣିଆଙ୍କ ପୋଷା କୁକୁର ସ୍ୟାଣ୍ଡି , ଝୁଲନ୍ତା ମୃତଦେହ ତଳେ ଶୋଇ ରହିଥିବା ଦେଖା ଯାଇଥିଲା । ମୃତଦେହ ପାଖକୁ କେହି ଯିବାକୁ ଚେଷ୍ଟା କଲେ ତାକୁ କାମୁଡି ଗୋଡ଼ାଇଥିଲା । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ହେଲେ ପୁଲିସ ମଧ୍ୟ ପାଖକୁ ଯାଇ ପାରି ନାହିଁ । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା – ଶବକୁ ଝଡାଫୁଙ୍କା କଲା ଗୁଣିଆ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶବକୁ ଝଡାଫୁଙ୍କା କଲା ଗୁଣିଆ । ସାପ କାମୁଡିଥିବା ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ଗୁଣିଆ…
ରାସ୍ତା ଉପରେ ଜଳିଗଲା ବୁଲେଟ ଅନୁଗୁଳ – ରାସ୍ତା ଉପରେ ଜଳିଗଲା ବୁଲେଟ । ଆଉ ନିମିଷକ ମଧ୍ୟରେ ହୁତୁହୁତୁ ହୋଇ ଜଳି ପାଉଁଶ ପାଲଟିଗଲା । ଦେଖଣାହାରୀ ହୋଇ ରହିଗଲେ ଗାଡି…
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ତାଳଚେର – ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ତାଳଚେର ଅତିରିକ୍ତ ଜିଲ୍ଲା ଦୌରାଜଜ । ଏହି ହତ୍ୟା ମାମଲାରେ ୧୯ ଜଣ…