ମୁଖ୍ୟ ଖବର ଦୁର୍ଘଟଣାରେ ଦୁଇ ମୃତ – ତିନି ଗୁରୁତର Angul OnlineDecember 15, 2024December 15, 2024 ଅନୁଗୁଳ – ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ପମ୍ପାସର ନିକଟରେ ଦୁଇ ମୋଟରସାଇକେଲ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଲାଚ୍ଛବନ୍ଧ ଗ୍ରାମର ଅମୂଲ୍ୟ ସାହୁଙ୍କ ପୁଅ ନରେନ୍ଦ୍ର ସାହୁ ଙ୍କର ମୃତ୍ୟୁ ହୋଇଛି । ଆହତ ମାନେ ହେଲେ ବନ୍ତଳା ଅଞ୍ଚଳର ପୁଅ ଅବିନାଶ ଦେହୁରୀ , ମିଥୁନ ସାହୁ ଓ ରାହୁଲ ସାହୁ । ସାଙ୍ଗ ମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ, ଆଜି ରବିବାର ଥିବା ରୁ ସାଙ୍ଗ ମାନଙ୍କ ସହ ପମ୍ପାସର ନିକଟକୁ ଭୋଜି କରିବାକୁ ଯାଇଥିଲେ। ସମସ୍ତଙ୍କ ମଧ୍ୟରୁ ଚାରି ସାଙ୍ଗ ତଥା ନରେନ୍ଦ୍ର, ଅବିନାଶ, ମିଥୁନ ଏବଂ ରାହୁଲ ଦୁଇ ମୋଟରସାଇକେଲ ଯୋଗେ ଭୋଜି କୁ ଯାଇଥିଲେ । ଭୋଜି ଖାଇ ଫେରିବା ସମୟରେ ନରେନ୍ଦ୍ର ଚଳାଉ ଥିବା ମୋଟରସାଇକେଲଟି ଭାରସ୍ୟାମ ହରାଇ ଏକ ମାଇଲ ଖୁଣ୍ଟରେ ପିଟି ହୋଇଥିଲା । ପଛରୁ ଆସୁଥିବା ଅନ୍ୟ ମୋଟରସାଇକେଲଟି ମଧ୍ୟ ସାମ୍ନା ମୋଟରସାଇକେଲ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଚାରି ସାଙ୍ଗ ଗୁରୁତର ହୋଇ ଯାଇଥିଲେ। ସ୍ଥାନୀୟବାସୀଙ୍କ ସହାୟତାରେ ପ୍ରଥମ ବନ୍ତଳା ଚିକିତ୍ସାଳୟକୁ ନେଇ ଯାଇଥିଲେ। ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ନରେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅବିନାଶ, ମିଥୁନ ଏବଂ ରାହୁଲଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ଜଣା ପଡିଛି । ସେହିପରି ଛେଣ୍ଡିପଦାରୁ ବାଗଡିଆ ଯାଇଥିବା ୧୪୯ ଜାତୀୟ ରାଜପଥର ବାଗଡିଆ ଥାନା ବଡ଼ଯୋରା ନାଳ ସୁରକ୍ଷା ବାଡ଼ରେ ଏକ ମୋଟରସାଇକେଲ ବାଡେଇ ହେବା ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୋଲକାତା ମୁରସିଦାବାଦ ଅଞ୍ଚଳର ବୋଲି ସୂଚନା ମିଳିଛି । ଖବର ପାଇ ବାଗଡିଆ ଥାନା ପୁଲିସର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । Advertisement
ସିଗାରେଟ କିଣାକୁ ନେଇ ହତ୍ୟାକାଣ୍ଡ ଅନୁଗୁଳ – ସିଗାରେଟ ବାକି ମାଗିବାରୁ ଗଣ୍ଡଗୋଳ ଆଉ ପରେ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ସଦର ଥାନା ନୂଆଁସାହି ଗାଁରେ ।…
ବହୁ ଚର୍ଚ୍ଚିତ ଲିଜାରାଣୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅମିତାଭର କର୍କଟରେ ମୃତ୍ୟୁ – ୨୨ ବର୍ଷ ଧରି କାଟୁଥିଲା ସଜା କଟକ – ଦୀର୍ଘ ୨୨ବର୍ଷ ଧରି ବଳାତ୍କାର ଓ ହତ୍ୟା ମାମଲାରେ ସଜା କାଟୁଥିବା ଅନୁଗୁଳର ବହୁଚର୍ଚ୍ଚିତ ଲିଜାରାଣୀ ହତ୍ୟାକାଣ୍ଡର ଆସାମୀ ଅମିତାଭ ଦାସର ମୃତ୍ୟୁ ହୋଇଛି…
ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର ଅନୁଗୁଳ – ତୈଳ ଦରରେ ଆହେତୁକ ବୃଦ୍ଧି ପ୍ରତିବାଦରେ ଅନୁଗୁଳ କଂଗ୍ରେସ ରଣହୁଙ୍କାର ଦେଇଛି । ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା…